Posted inଜାତୀୟ

ହାଜତରେ ଦଳିତ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୧୭ା୭: ରାଜସ୍ଥାନର ଚୁରୁସ୍ଥିତ ଏକ ଥାନା ହାଜତରେ ଜଣେ ଦଳିତ ମହିଳାଙ୍କୁ ୯ ପୋଲିସ କର୍ମଚାରୀ ଅନେକ ଦିନ ଧରି ଗଣବଳାତ୍କାର କରିଛନ୍ତି। ମିଛ ଚୋରି ମାମଲାରେ ସମ୍ପୃକ୍ତ ମହିଳାଙ୍କ ଦିଅରଙ୍କୁ ଥାନାକୁ ନେଇ ପିଟି ପିଟି ମାରିଦିଆଯାଇଛି। ପୋଲିସ ପ୍ରମାଣ ଲିଭାଇବା ପାଇଁ ଦିଅରଙ୍କ ମୃତଦେହକୁ ପୋଡ଼ିଦେଇଛି ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ମାମଲା ରୁଜୁ ହେବା ପରେ ଏବେ ଏହି ଘଟଣା ସାମ୍ନାକୁ ଆସିଛି।
୩୫ ବର୍ଷୀୟା ଦଳିତ ମହିଳାଙ୍କ ଅଭିଯୋଗ ହେଲା ଏକ ୬ ମାସ ପୁରୁଣା ଚୋରି ମାମଲାରେ ପୋଲିସ ତାଙ୍କ ୨୨ ବର୍ଷୀୟ ଦିଅରଙ୍କୁ ଫସାଇ ଜୁନ୍‌ ୩୦ରେ ହାଜତକୁ ନେଇଥିଲା। ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ପରେ ହାଜତରେ ଜୁଲାଇ ୬ରେ ଦିଅରଙ୍କ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ପୋଲିସ ପ୍ରମାଣ ଲିଭାଇବା ପାଇଁ ତାଙ୍କ ମୃତଦେହକୁ ଜାଳି ଦେଇଥିଲା। କେବଳ ଏତିକି ନୁହେଁ, ଜୁଲାଇ ୩ ତାରିଖରେ ମହିଳାଙ୍କୁ ମଧ୍ୟ ସର୍ଦ୍ଦାରସହର ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଅନେକ ଦିନ ଧରି ଏସ୍‌ଏଚ୍‌ଓ ରଣବୀର ସିଂ ଏବଂ ଅନ୍ୟ ୮ ପୋଲିସ କର୍ମଚାରୀ ଗଣବଳାତ୍କାର କରିଥିଲେ। ଏପରି କି ଦିଅରଙ୍କ ମୃତ୍ୟୁ ପରେ ବି ତାଙ୍କୁ ହାଜତରୁ ଛାଡ଼ି ନ ଥିଲେ। ପୀଡ଼ିତାଙ୍କୁ ଜୟପୁରସ୍ଥିତ ସଓ୍ବାଇ ମାନ୍‌ ସିଂ ହସ୍ପିଟାଲରେ ଗତ ୧୧ରେ ଭର୍ତ୍ତି କରାଯିବା ପରେ ସେ ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପତ୍ର ଲେଖିଥିଲେ। ଏସ୍‌ଏଚ୍‌ଓ ରଣବୀରଙ୍କ ପରେ ରାମପ୍ରତାପ ଗୋଧରା, ହେମରାଜ, ବୀରେନ୍ଦ୍ର କୁମାର, କୈଳାସ, ଜନକେଶ, କ୍ରିଷ୍ଣା, ମହେଶ ଓ ସଚିନ ତାଙ୍କର ଇଜ୍ଜତ ଲୁଟିଥିଲେ। ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ସେ ଏଥିରେ ଅନୁରୋଧ କରିଥିଲେ। ଏହା ପରେ ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଶନିବାର ଏକ ଗଣବଳାତ୍କାର ମାମଲା ରୁଜୁ କରିଛି। ଗଣବଳାତ୍କାର ଅଭିଯୁକ୍ତ ଏସ୍‌ଏଚ୍‌ଓ, ଜଣେ ହେଡ୍‌ କନ୍‌ଷ୍ଟେବଳ ଓ ୬ କନ୍‌ଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ୨୬ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ଚୁରୁ ଏସ୍‌ପି ରାଜେନ୍ଦ୍ର କୁମାର ଶର୍ମାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। କିନ୍ତୁ ହାଜତ ମୃତ୍ୟୁ ନେଇ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି। ଗଣବଳାତ୍କାର ମାମଲାରେ ଏଫ୍‌ଆଇଆର୍‌ ହେବା ପରେ ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ରାଜସ୍ଥାନ ଆଇନମନ୍ତ୍ରୀ ଶାନ୍ତି ଧରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଜ୍ଞାନୀ ଶିକ୍ଷାମନ୍ତ୍ରୀ, ନୀତୀଶ କୁମାର ଧ୍ରୁତରାଷ୍ଟ୍ର’, ରାମଚରିତ ମାନସ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ ଚୌବେ, କହିଲେ ତୁରନ୍ତ ଦିଅନ୍ତୁ ଇସ୍ତଫା

ପାଟନା,୧୨ ।୧: ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେଇ ଏବେ ସମ୍ପୂର୍ଣ୍ଣ ଭାବେ ଫସି ଯାଇଛନ୍ତି ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ସିଂ । ପ୍ରାୟ...

ଫ୍ଲୋର ଟେଷ୍ଟରେ ଜଣାପଡ଼ିବ ବହୁମତ କାହା ପାଖରେ: ପାଓ୍ବାର

ମୁମ୍ବାଇ,୨୩।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାବିକାଶ ଅଘାଢ଼ି(ଏମ୍‌ଭିଏ) ସରକାରଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ସେ କହିଛନ୍ତି,...

ଲକ୍‌ଡାଉନ ୩.୦: ଉତ୍ତରପ୍ରଦେଶରେ ମଦ ଦୋକାନ ଖୋଲିବା ନେଇ ଯୋଗୀ ନେବେ ଅନ୍ତିମ ନିଷ୍ପତ୍ତି

ଲକ୍ଷ୍ନୌ,୨।୫: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୪ରୁ ୧୭ଯାଏଁ ଆହୁରି ୨ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି...

ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି,...

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ଭାରତୀୟ ଯବାନ

ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ...

ରଘୁବୀର ମାର୍କେଟରେ ନିଆଁ

ସୁରଟ,୨୧।୧: ଗୁଜରାଟ ସୁରଟର ରଘୁବୀର ମାର୍କେଟରେ ମଙ୍ଗଳବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁକୁ ଲିଭାଇବା ପାଇଁ ୪୦ ଦମକଳ ଗାଡି ଚେଷ୍ଟା ଚଲାଇଥିବା...

ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା

ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା...

ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ

ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି...

Advertisement
Archives

Model This Week