Posted inରାଜ୍ୟ

ହାଓଡ଼ାରେ ଦୁର୍ଘଟଣା: ୪ ଓଡ଼ିଆ ମୃତ

ଭଦ୍ରକ ଅଫିସ, ୧୮।୭ : ପଶ୍ଚିମବଙ୍ଗର ହାଓଡ଼ା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ କ୍ରିକେଟ ଖେଳାଳିଙ୍କ ସମେତ ୪ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକମାନେ ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଜିଲାର। ସେମାନେ ମଙ୍ଗଳବାର ଅପରାହ୍ନରେ ଏକ ବିବାହ ଭୋଜିରେ ଯୋଗଦେବାକୁ କାର୍‌ ଯୋଗେ କଲିକତା ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଏକ ଟ୍ରେଲର ଚକ ତଳେ କାର୍‌ ପଶିଯାଇଥିଲା। ମୃତକଙ୍କ ମଧ୍ୟରେ ଭଦ୍ରକ କୁଅଁାସ ଅଞ୍ଚଳର ଦିଗ୍‌ବିଜୟ ଦାସ(୩୫) ଓରଫ୍‌ ଦୀପୁ ଓ ଅନ୍ୟ ଜଣେ ଯାଜପୁର ଜିଲା ବିଞ୍ଝାରପୁର ବାସିନ୍ଦା ମନୋଜ ମହାନ୍ତି, ଭୁବନେଶ୍ୱର ଚନ୍ଦକା ଅଞ୍ଚଳର ଦିଲୀପ କୁମାର ନାୟକ ଓ ଶହୀଦନଗରର ପି. ତେଜେଶ୍ୱର ରାଓ ବୋଲି ଜଣାପଡ଼ିଛି। ଏହି ୪ ମୃତଦେହକୁ ପଶ୍ଚିମବଙ୍ଗ ପୋଲିସ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ପରେ ହସ୍ତାନ୍ତର କରିଛି। ଏହି ଖବର ପହଞ୍ଚିବା ପରେ ଭଦ୍ରକର କୁଆଁସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୁରୁତର ଥିତ୍ବା ଖୋର୍ଦ୍ଧା ଅଞ୍ଚଳର କ୍ରିଷ୍ଣା ରାଓଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢୁଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦିଗ୍‌ବିଜୟ ଜଣେ ଜିଲାସ୍ତରୀୟ କ୍ରିକେଟ ଖେଳାଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିଶ୍ୱଜିତ

ପୁରୀ ଅଫିସ,୧୧।୮: ବୟସ ମାତ୍ର ୧୯। ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିପାରିଛନ୍ତି ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ। ଆଇସ୍‌କ୍ରିମ୍‌...

ସରକାରଙ୍କ ତ୍ରୁଟି : ପିଲା ଯିବେ କୁଆଡ଼େ

ଭୁବନେଶ୍ୱର,୩୦ା୯: ରାଜ୍ୟରେ ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଲାଗି ଗୋଟିଏ ପଟେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା କହୁଛନ୍ତି। ଅନ୍ୟପଟେ ସରକାରଙ୍କ ତ୍ରୁଟି...

ବିଦ୍ୟାଶ୍ରୀଙ୍କ ସମେତ ୪ଜଣଙ୍କ ଲାଏ ଡିଟେକ୍ସନ ହେବ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଦେଢ ମାସରୁ ଊର୍ଦ୍ଧ୍ୱ ବିତିଛି। ହେଲେ ଜିଆର୍‌ପି ଭଳି କ୍ରାଇମବ୍ରାଞ୍ଚ କିଛି ବି ସୁରାକ ପାଇପାରୁନି।...

୮ରୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଏଥର ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ-୨୦୨୦’

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର-୨୦୨୦ ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ...

ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%

କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର...

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩...

କଡ଼ା ହେଉନି ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସଂକ୍ରମଣ ରୋକିବାକୁ କଟକ ଓ ଭୁବନେଶ୍ୱର ରାତ୍ର କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଦ୍ୱୈତନଗରୀର ପୂରା...

ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାରବାଟୀ ମ୍ୟାଚ୍‌ ଦେଖିବା ପାଇଁ ଭୁବନେଶ୍ୱରରେ ପହଞ୍ଚିି ସାରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା...

Advertisement
Archives

Model This Week