ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ ଅଫିସକୁ ଯାଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ସୁମତୀ ପଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି କୌଣସି ବଳାତ୍କାର, ହତ୍ୟା ଅଭିଯୁକ୍ତଙ୍କୁ ଅବିଳମ୍ବେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସମିତିର ଅନ୍ୟ କର୍ମକର୍ତ୍ତା ଓ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ

ବନ୍ତ, ୨୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକର ୨ଟି ସେକ୍ସନ ସମେତ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଓ ହାଟଡିହୀ ବ୍ଲକର ଶାଳନିଅଁା ସେକ୍ସନରେ...

ଗୃହରେ ସଦସ୍ୟ ଆଚରଣ ରଖିବା ଉଚିତ: ବାଚସ୍ପତି

ଭୁବନେଶ୍ୱର,୧୯ା୧୧: ସଂସଦ ଓ ବିଧାନସଭାର ଅଧ୍ୟକ୍ଷ ଭାବେ ବାଚସ୍ପତିମାନେ ଗୃହର ସୁପରିଚାଳନା ସହ ଗରିମା ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି। ସାଂସଦ ଓ ବିଧାୟକମାନେ...

ପାଟଣାରେ ମୁସଲିମ ଭଉଣୀଭାଇଙ୍କ ଇଦ୍‌ ପର୍ବ ପାଳିତ

ପାଟଣା,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ବୁଧବାର ସଂଖ୍ୟାଲଘୁ ମୁସଲିମ ଭଉଣୀଭାଇଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି...

ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ...

ସ୍ବାଧୀନତା ଦିବସ ପାଳିତ

ବରଗଡ ଅଫିସ,୧୫।୮: ବରଗଡ କେଶବ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ଶିକ୍ଷାବିତ୍‌ ରୁକ୍ମଣ ମହାପାତ୍ର...

ମଝି ସମୁଦ୍ରରେ ଫସିଲା ଯାତ୍ରୀବାହୀ ଲଞ୍ଚ୍‌

ରାଜନଗର,୧୭।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ୍‌ ଘନ କୁହୁଡି ଯୋଗୁ ମଝି ସମୁଦ୍ରରେ ଫସିଯାଇଛି। ଉକ୍ତ ଲଞ୍ଚ୍‌ରେ...

ଟ୍ରାକ୍ଟର ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା ଗଁଦିଆ ଥାନା କାଲୁରିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଲିଘାଟରୁ ବାଲି ବୋଝେଇକରି ଫେରୁଥିବା...

ପୁଣି ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩।୧୧(ଡି.ଏନ୍‌.ଏ.): କଟକ ଜିଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି...

Advertisement
Archives

Model This Week