ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ତୀବ୍ର ହେଲା ଆନ୍ଦୋଳନ, ପରିବହନ କାର୍ଯ୍ୟାଳୟ ବନ୍ଦ

ବରଗଡ଼ ଅଫିସ, ୧।୧୦: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି ନେଇ ଗତ ମାସ ୨୪ ତାରିଖରୁ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟ ବନ୍ଦକରି ଅର୍ଥନୈତିକ ଅବରୋଧ ଜାରି ରଖିଥିବାବେଳେ ମଙ୍ଗଳବାରରୁ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରି ଦେଇଛନ୍ତି। ଫଳରେ ଡ୍ରାଇଭିଂ, ଲର୍ନିଂ ଲାଇସେନ୍ସ ତଥା ବାୟୋମେଟ୍ରିକ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ୁଛି। ସେହିପରି ପିକେଟିଂ କରି ଓକିଲମାନେ ସ୍ଥାନୀୟ କୋର୍ଟକୁ ମଧ୍ୟ ଅଚଳ କରିଦେଇଛନ୍ତି। ଫଳରେ କୋର୍ଟକୁ ଆସି ବିଚାରପତି, ବିଚାର ବିଭାଗୀୟ କର୍ମଚାରୀମାନେ କୋର୍ଟ ଫାଟକରୁ ଫେରି ଯାଇଛନ୍ତି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ଜିଲା ଓକିଲ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସ୍ଥାନୀୟ ସବୁ ରାଜସ୍ବ କାର୍ଯ୍ୟାଳୟ ବନ୍ଦ ରହିଥିବା ଯୋଗୁ ସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଛି। ସଂଘର ସଭାପତି ବେଲାଲସେନ ସରାଫ, ଉପସଭାପତି ସରୋଜ କୁମାର ତ୍ରିପାଠୀ, ସମ୍ପାଦକ ହେମନ୍ତ କୁମାର ପୁରୋହିତ, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ବେହେରା ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?