ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ

କଟକ ଅଫିସ, ୨୯।୮: ସିୱେଜ୍‌ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ ଦାଖଲ କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ଶୁଣାଣି ପରେ ବିଚାରପତି ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ଅଭିଯୁକ୍ତ ମହିମା ମିଶ୍ରଙ୍କ ପକ୍ଷରୁ ୧୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ବୁଧବାର ମିଶ୍ରଙ୍କ ପକ୍ଷରୁ ତାଙ୍କ ସପକ୍ଷରେ ରହିଥିବା ବିଭିନ୍ନ ତଥ୍ୟ ଦାଖଲ କରାଯାଇଛି।
ସୂଚନା ଥାଉ କି, ମହେନ୍ଦ୍ର ସ୍ବାଇଁ ହତ୍ୟା ଘଟଣାରେ ଶିଳ୍ପପତି ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ୨୦୧୭ ମେ ୧୬ରେ ହାଇକୋର୍ଟ ମିଶ୍ରଙ୍କ ଜାମିନ ମଞ୍ଜୁର କରିଥିଲେ । ମାତ୍ର ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ। ହାଇକୋର୍ଟ ଦେଇଥିବା ଜାମିନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଏହାପରେ ମିଶ୍ର ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ଶିଳ୍ପପତି ମିଶ୍ରଙ୍କୁ ୨୦୧୬ ଡିସେମ୍ବରରେ ପୋଲିସ ବ୍ୟାଙ୍କକ୍‌ରୁ ଗିରଫ କରିଥିଲା। ଏଠାରେ ପ୍ରକାଶ ଥାଉ କି, ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରାଦୀପ ସିୱେଜ ଶିପିଂ ମ୍ୟାନେଜର ମହେନ୍ଦ୍ର ସ୍ବାଇଁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏ ନେଇ ମହେନ୍ଦ୍ରଙ୍କ ବଡ଼ଭାଇ ରାଜକିଶୋର ପାରାଦୀପ ଥାନାରେ ଅଭିଯୋଗ କରିଥିବାବେଳେ ମିଶ୍ରଙ୍କ ସମେତ ଓଡ଼ିିଶା ଷ୍ଟିଭେଡର୍ସ ଲିମିଟେଡ୍‌(ଓଏସ୍‌ଏଲ୍‌)ର ଅନ୍ୟ ଅଧିକାରୀଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହୋଇଥିଲା। ଏହି ମାମଲାରେ ପୋଲିସ ୧୬ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୪ଜଣ ଏବେବି ଫେରାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣପୁରରେ କାଳବୈଶାଖୀ: ସଦର ମହକୁମାରେ ଭାଙ୍ଗିଲା ୪୦ଟି ବିଦ୍ୟୁତ ଖୁଣ୍ଟ

ସୋନପୁର,୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଏଥିରେ...

ଇଣ୍ଡିଆନ୍‌ ଅଏଲ, ଘାନାର ଏନ୍‌ପିଏ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଭାରତ ଏବଂ ଘାନା ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ରାଜଧାନୀରେ ମାତିଲେ ଲୁଟେରା: ଇନ୍ସପେକ୍ଟରଙ୍କଠାରୁ ଝାମ୍ପିନେଲେ ମୋବାଇଲ୍‌

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରା ମାତିଛନ୍ତି। ନୟାପଲ୍ଲୀ ଓ ଖାରବେଳନଗର ଥାନା ଅଞ୍ଚଳରୁ ଲଗାତର ଦୁଇଜଣ ମହିଳା ଲୁଟ୍‌ର ଶିକାର ହୋଇଥିବାବେଳେ ବୁଧବାର ଲୁଟେରାଙ୍କ...

ପାଟଣା ସବଷ୍ଟେଶନ ଦେଖିଲେ ବିଧାୟକ

ପାଟଣା,୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସବଷ୍ଟେଶନକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏନେଇ ପାଟଣା ଅଞ୍ଚଳରେ ଦିନକୁ ଦିନ...

ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି, ୨ ଛୁଆ ଜନ୍ମଦେଲା ବାଘୁଣୀ ସ୍ନେହା

ବାରଙ୍ଗ,୯।୧(ଡି.ଏନ୍‌.ଏ.): ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ସ୍ନେହା ୨ଟି ଛୁଆ ଜନ୍ମ ଦେଇଛି। ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲି ମହାବଳବାଘ ସେଫ୍‌ ସହ ତା’ର ମିଳନ...

କୋଏମ୍ବାଟୁର, କୁର୍‌ନୁଲରୁ ଆଜି ପହଞ୍ଚତ୍ବ ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୫ା୫- ବଲାଙ୍ଗୀର ରେଲୱେ ଷ୍ଟେଶନ୍‌ରେ ଶନିବାର ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସି ପହଞ୍ଚତ୍ବ। ତାମିଲନାଡୁର କୋଏମ୍ବାଟୁରରୁ ଆସୁଥିବା ସ୍ପେଶାଲ ଟ୍ରେନ୍‌ ପୂର୍ବାହ୍ନ...

ବାରିଗାଁ-ପୁରୁଣିଆ ରାସ୍ତାରୁ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଘସିପୁରା,୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ-ପୁରୁଣିଆ ରାସ୍ତା ବିଲ ପାର୍ଶ୍ୱରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗୁହାଳିଆ...

ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ...

Coronavirus Update


Archives

Model This Week

Why Dharitri