ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ଜବାବ ଦାଖଲ ପାଇଁ ମହଲତ ନେଲେ ବିଧାୟକ

କଟକ ଅଫିସ,୧୪ା୯: ବାରବାଟୀ-କଟକ ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମ ଶୁକ୍ରବାର ଜବାବ ଦାଖଲ ପାଇଁ ଅଦାଲତଙ୍କଠାରୁ ମହଲତ ନେଇଛନ୍ତି। ତେବେ ଆସନ୍ତା ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଏହା ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ ସାହୁଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୬ରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ନିର୍ବାଚନକୁ ରଦ୍ଦ କରିବା ନେଇ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଶୁକ୍ରବାର ବିଧାୟକ ମୋକିମଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ଗତ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିଲେ। ତେବେ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ବିଧାୟକ ମୋକିମ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଏବଂ ନାମାଙ୍କନପତ୍ରରେ ଅନେକ ତଥ୍ୟ ଲୁଚାଇଥିବା ନେଇ ପୂର୍ବତନ ବିଧାୟକ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୋକିମ ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ସାମନ୍ତରାୟ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ନାମାଙ୍କନପତ୍ର ଦାଖଲ କରିବା ପରେ ମୋକିମ ସତ୍ୟପାଠ ଦାଖଲ କରିଥିବା ପୂର୍ବତନ ବିଧାୟକ ସାମନ୍ତରାୟ ଅଭିଯୋଗ କରିବା ସହ ଏହି ନିର୍ବାଚନକୁ ରଦ୍ଦ କରିବା ନେଇ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମିଲନ୍‌ କାନୁନ୍‌ଗୋ ଓ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ ଦେଲେ ସବୁ ମନ୍ତ୍ରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ...

୨୦୨୨ ସୁଦ୍ଧା ସରିବ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ୨୦୨୨ ମଧ୍ୟଭାଗ ସୁଦ୍ଧା ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ...

୩୦ରୁ ଶୀତ କମିବ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ)-ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆସନ୍ତା...

ଥାନାରେ ବାଘ

କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ...

ପୂର୍ବତନ ଜିଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ

ବାରିପଦା ଅଫିସ,୩୦ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ସ୍ପେଶାଲ ଜଜ (ଭିଜିଲାନ୍ସ) ବେଣୁଧର ପାତ୍ର ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀଙ୍କୁ ୩...

ନଗଡ଼ା ରାସ୍ତା ନାଁରେ ୪୪ଲକ୍ଷ ହରିଲୁଟ୍‌

ଯାଜପୁର ଅଫିସ,୭ା୧: ଗ୍ରାମ୍ୟ ନିର୍ମାଣ ବିଭାଗ(ଆର୍‌ଡି) ଅଧିକାରୀ ଓ କେତେଜଣ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବହୁଚର୍ଚ୍ଚିତ ନଗଡ଼ା ବିକାଶ କାର୍ଯ୍ୟ ଏବେ ବିବାଦ ଘେରକୁ ଆସିଛି...

ଅଧ୍ୟକ୍ଷ, ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ିଲାନି: ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଲା ପ୍ରଶାସନ

ଢେଙ୍କାନାଳ ଅଫିସ, ୩୧।୧୦ – ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପରୁଦ୍ର ମହାପାତ୍ରଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ। ସେମାନଙ୍କ କାର୍ଯ୍ୟକାଳ ଅବଧି...

ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ବର,୧୦।୫(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ମିଳିବ। ଜାତୀୟ ସାମାଜିକ ସହାୟତା କାଯର୍ର୍‌ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ,...

Advertisement
Archives

Model This Week