ହସ୍ପିଟାଲରୁ ନାଗସାପ ଛୁଆ ଉଦ୍ଧାର

ପୁରୀ ଅଫିସ, ୧୪ା୯: ଚନ୍ଦନପୁର ହସ୍ପିଟାଲରୁ ଶୁକ୍ରବାର ଏକ ନାଗସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହି ସାପ ଛୁଆଟିକୁ ଉଦ୍ଧାର କରିଥିଲେ। ଅପରାହ୍ନରେ ହସ୍ପିଟାଲ ସମ୍ମିଳନୀ କକ୍ଷରେ ଏକ ନାଗସାପ ଛୁଆକୁ କର୍ମଚାରୀ ଦେଖି ସ୍ନେକ ହେଲ୍‌ପ ଲାଇନକୁ ଖବର ଦେଇଥିଲେ। ନିହାର ପହଞ୍ଚତ୍ ତାକୁ ଉଦ୍ଧାର କରିଥିଲେ। ପ୍ରାୟ ୨ ଫୁଟ ଲମ୍ବର ଏହି ନାଗସାପ ଛୁଆକୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡି ଦେଇଥିଲେ। ତେବେ ହସ୍ପିଟାଲ କର୍ମଚାରୀଙ୍କ କହିବା ମୁତାବକ, ବାତ୍ୟା ପରଠାରୁ ହସ୍ପିଟାଲ ପଛ ପାର୍ଶ୍ୱରେ ଅଳିଆ ଆବର୍ଜନା ଜମିଛି। ଏହାକୁ ସଫା କରାଯାଇ ନାହିଁ। ଫଳରେ ଏଠାରେ ସାପ ରହି ଅଣ୍ଡା ଦେଇ ଛୁଆ ଫୁଟାଇଛନ୍ତି। ଫଳରେ ମେଡିକାଲ ପରିସରରେ ବିଭିନ୍ନ ସମୟରେ ବଡ ଏବଂ ଛୋଟ ନାଗସାପ ବୁଲୁଥିବା କର୍ମଚାରୀମାନେ ଦେଖିବାକୁ ପାଉଛନ୍ତି। ତେଣୁ ତୁରନ୍ତ ଅଳିଆ ଆବର୍ଜନା ସଫା କରାଯିବା ଦରକାର ବୋଲି ସେମାନେ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି ଆରମ୍ଭ ହେବ। ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକ ଅଶ୍ୱିନୀରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ।...

ପାଣି ପାଇଁ ଚଢ଼ିବାକୁ ପଡୁଛି ୨୫ ଫୁଟ ପାହାଡ଼

କେନ୍ଦୁଝର, ୧୩।୮(ସ୍ବ.ପ୍ର.): ସମସ୍ତଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ମିଳିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ...

ସମ୍ମାନ ରକ୍ଷା ପାଇଁ ଭାଜପା ଲଢ଼ିବ

କେନ୍ଦ୍ରାପଡ଼ା ଅଫିସ, ୨୪ା୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ...

ଖସିଲା ମାଟି ଅତଡ଼ା: ୨ ମୃତ, ୨ ଗୁରୁତର

କୋରାପୁଟ,୨୮।୩(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ହିକିମପୁଟ ଗ୍ରାମନିକଟସ୍ଥ ଲେଞ୍ଜିପୁଟ ନାଳରେ ମଙ୍ଗଳବାର ମାଟି ଅତଡ଼ା ଖସିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟି...

ଦେଢ ଲକ୍ଷ ଟଙ୍କାର ମୃତ୍ୟୁ ସଞ୍ଜିବନୀ ସୁରା ଜବତ, ବନ୍ଧା ହେଲେ ଅଭିଯୁକ୍ତ

ଧାମନଗର,୧।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଏପରିକି ଗ୍ରାମାଞ୍ଚଳରେ...

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି

ପୁରୀ ଅଫିସ,୨୨।୧୧(ବ୍ୟୁରୋ): ଗଜପତି ମହାରାଜା ଶ୍ରୀଗୁଣ୍ଡିଚା ମନ୍ଦିରର ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍‌ ଓ...

ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ...

ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି...

Advertisement
Archives

Model This Week