ହସ୍ପିଟାଲକୁ ଆତଙ୍କବାଦୀଙ୍କ ଟାର୍ଗେଟ: ୧୬ ନିହତ

କାବୁଲ,୧୪ା୫: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମପାର୍ଶ୍ୱରେ ଥିବା ଏକ ହସ୍ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ନବଜାତ ଶିଶୁ, ସେମାନଙ୍କ ମାଆ ଓ କେତେଜଣ ନର୍ସ ଅଛନ୍ତି। ସୁରକ୍ଷା କର୍ମୀ ଉକ୍ତ ପ୍ରସୂତି ହସ୍ପିଟାଲରୁ ଶିଶୁ ଓ ମାଆମାନଙ୍କୁ ଅନ୍ୟତ୍ର ନେଇଯାଇଥିଲେ। କାବୁଲରେ ଏହି ହସ୍ପିଟାଲ ଡକ୍ଟର୍ସ ଓ୍ବିଦାଉଟ୍‌ ବର୍ଡର ନାମକ ସହାୟତା ପ୍ରଦାନକାରୀ ସଂଗଠନ ଦ୍ୱାରା ଚାଲୁଥିଲା।
ମଙ୍ଗଳବାର କାବୁଲ ବାହାରେ ଦୁଇଟି ବିସ୍ଫୋରଣ ଘଟିଛି। ନଙ୍ଗରହାର ପ୍ରଦେଶରେ ଏକ ଅନ୍ତ୍ୟେଷ୍ଟିକ୍ରିୟା ବେଳେ ଆତ୍ମଘାତୀ ବିସ୍ଫୋରଣ ହେବାରୁ ୨୪ ଜଣ ପ୍ରାଣ ହରାଇଥିବାବେଳେ ୬୮ ଆହତ ହୋଇଛନ୍ତି। ସେହିପରି ଖୋଷ୍ଟ ପ୍ରଦେଶରେ ଥିବା ଏକ ବଜାରରେ ବିସ୍ଫୋରଣ ଯୋଗୁ ଜଣେ ଶିଶୁର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଛନ୍ତି। କାବୁଲରେ ତାଲିବାନ ଏବଂ ଆଇଏସ୍‌ ବାରମ୍ବାର ସେନା ଓ ସୁରକ୍ଷା ବଳକୁ ଟାର୍ଗେଟ କରୁଥିଲେ ହେଁ ହସ୍ପିଟାଲ ଆକ୍ରମଣ ଘଟଣାରେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ

ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି।...

୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି।...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

ଅଣ୍ଡରଓ୍ବାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରୋନା ପଜିଟିଭ୍‌

କରାଚି‌,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍‌ ତଥା ଭାରତର ମୋଷ୍ଟ...

ବିମାନ ଚଳାଚଳକୁ ୫ଜି ବିପଦ

ଓ୍ବାଶିଂଟନ,୧୯।୧: ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼...

ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ କଣ୍ଟା ସାଜିଛି ଚାଇନା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୪: ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟାଗେର୍ଟ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ ଚାଇନା କଣ୍ଟା ସାଜିଛି।...

ଦିଲ୍ଲୀ ‘ମିନି କାବୁଲ’ରେ ନିରାଶା

ନୂଆଦିଲ୍ଲୀ,୨୦।୮: ୧୯୧୯ ପରଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି ଆଫଗାନିସ୍ତାନବାସୀ। ଏବେ ତାଲିବାନ କବଳକୁ ଦେଶ ଚାଲିଯିବା ସମୟରେ ପୁଣି ସିନା...

ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ !

ଓ୍ବାଶିଂଟନ, ୨୯।୯: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି...

Advertisement


Archives

Model This Week