Posted inଜାତୀୟ

ହସ୍ତାନ୍ତର କରାଗଲା ବିମାନ ବନ୍ଦରରୁ ଫେରିଯାଇଥିବା ୩ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୭।୪: ବିଦେଶରେ ମୃତ୍ୟୁ ହୋଇଥିବା ୩ ଭାରତୀୟଙ୍କ ମୃତଦେହ ୪ ଦିନ ହେବ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଫେରିଯିବା ପରେ ପୁଣିଥିରେ ସୋମବାର ସକାଳେ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। କରୋନା ଭାଇରସ କଟକଣାକୁ ନେଇ ୪ ଦିନ ହେବ ୩ ମୃତଦେହ ୟୁନାଇଟେଡ ଆରବ ଏମିରେଟ୍ସକୁ ଫେରାଇ ଦିଆଯାଇଥିଲା। ଏ ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖି ଜଣାଇବା ସହ ମୃତଦେହ ଗୁଡିକୁ ଭାରତ ଫେରାଇ ଆଣିବାକୁ ମୋଦିଙ୍କ ହସ୍ତକ୍ଷେପ ଲୋଡିଥିଲେ। ସୂଚନାଯୋଗ୍ୟ, ୟୁଏଇରେ କାମ କରୁଥିବା ସଞ୍ଜିବ କୁମାର ଓ ଜଗସିର ସିଂଙ୍କ ମୃତ୍ୟୁ ଏପ୍ରିଲ ୧୩ରେ ହୋଇଥିବା ବେଳେ କମଲେଶ ଭଟ୍ଟଙ୍କ ମୃତ୍ୟୁ ଏପ୍ରିଲ ୧୭ରେ ହୃଦଘାତ ଯୋଗୁ ହୋଇଥିଲା। ଏହାପରେ ଭଟ୍ଟଙ୍କ ମୃତଦେହ ଫେରିଯିବା ଘଟଣାକୁ ନେଇ ମାମଲା ଦିଲ୍ଲୀ ହାଇକୋର୍ଟ ପହଞ୍ଚିଥିଲା। ଏ ସମ୍ପର୍କରେ ସରକାର ନିଜ ପକ୍ଷ ରଖି ଘଟଣାର ସମାଧାନ କରିବେ ବୋଲି କହିଥିଲେ। ଏହି ଘଟଣାକୁ ନେଇ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ କ୍ଷୋଭ ପ୍ରକାଶ କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ପୋଲିଂବୁଥ୍‌ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…

କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌...

କେରଳ ଛୁଇଁଲା ମୌସୁମୀ

ଥିରୁଭାନନ୍ତପୁରମ୍‌,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...

କର୍ମଚାରୀଙ୍କ ସହ ବିଚାରପତି ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬ା୨ – ଜୁନିୟର କର୍ମଚାରୀଙ୍କୁ ଆପତ୍ତିଜନକ ଓ ଅନୁପଯୁକ୍ତ ମେସେଜ କରିବା ଏବଂ ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ। ମଧ୍ୟ ପ୍ରଦେଶର ପୂର୍ବତନ ନ୍ୟାୟିକ...

୬୯ ଛାତ୍ରୀ-ଛାତ୍ର ଶିକ୍ଷକ କରୋନା ପଜିଟିଭ୍‌…

ବେଙ୍ଗାଲୁରୁ,୫।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ପ୍ରଥମେ କର୍ନାଟକ ରାଜ୍ୟରେ ପହଞ୍ଚିିଛି। ରାଜ୍ୟର ୬୯ ଜଣ...

ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ...

ପୋକ୍ସୋ ଆଇନରେ ସଂଶୋଧନକୁ ମଞ୍ଜୁରୀ:ଶିଶୁଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସେମାନଙ୍କୁ ଏଥିରୁ ରକ୍ଷାକରିବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନରେ ସଂଶୋଧନକୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି।...

ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ୧୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୧।୫: ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ୧୦ ଟଙ୍କିଆ ନୋଟ। ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ୧୦ଟଙ୍କିଆ ନୋଟ ଜାରି କରାଯିବ...

କରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ଟପିଲା

ନୂଆଦିଲ୍ଲୀ, ୨୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ ଛୁଇଁଛି। ଲଗାତାର...

Advertisement
Archives

Model This Week