ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ପଡିବାରୁ ତା’ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ଦେବେନ୍ଦ୍ର ମଇଲି (୨୨)। ଚାଉଳମେନ୍ଦି ଗଭଗ୍ରାମରେ ତାଙ୍କ ଘର। ଦେବେନ୍ଦ୍ର ବୁଧବାର ସକାଳେ ଟ୍ରାକ୍ଟର ନେଇ ଗ୍ରାମର ସନ୍ୟା ବଟେଙ୍କ ଜମିକୁ ଚାଷ କରିବାକୁ ଯାଇଥିଲେ। ହଠାତ ଜମିରେ ଟ୍ରାକ୍ଟର ଦବି ଯାଇଥିଲା । ଟ୍ରାକ୍ଟରକୁ ସେ ବାହାର କରିବାକୁ ଚେଷ୍ଟା କରିଥିଲେ। ୨ଟି କାଠଗଣ୍ଡି ପକାଇ ଟ୍ରାକ୍ଟରକୁ ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ ଟ୍ରାକ୍ଟରଟି ଓଲଟି ପଡିଥିଲା । ଦେବେନ୍ଦ୍ର ଟ୍ରାକ୍ଟର ତଳେ ରହିଯାଇଥିଲେ। ଫଳରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ମାଥିଲି ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚତ୍ ଟ୍ରାକ୍ଟର ତଳୁ ଦେବେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ମାଥିଲି ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଜନ ଖୁଜୁର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ପରିବର୍ତ୍ତନ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ):ଦୀର୍ଘଦିନ ଧରି ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏହି ଆଲୋଚନାର ଏକ ଝଲକ ଗୁରୁବାର ଦେଖିବାକୁ...

ଗୋଦାମରେ ସେକ୍ସ ର଼୍ୟାକେଟ୍:‌ ୨ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ

ଗଞ୍ଜାମ,୧ା୮(ଡି.ଏନ୍‌.ଏ.)- ରମ୍ଭା ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରରେ ପାଟ୍ରୋଲିଂ କରୁଥିବାବେଳେ ଜହାମି ନିକଟ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଗୋଦାମରେ ଚଢାଉ କରିଥିଲା। ସେଠାରୁ...

କେଟିଲ୍‌ରେ ଜଗନ୍ନାଥଙ୍କ ଚିତ୍ର

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ଚିତ୍ରଥିବା ଏକ କେଟିଲ୍‌ ବିକ୍ରିକୁ ନେଇ ଅଡ଼ୁଆରେ ପଡ଼ିଛି ଦେଶର ଆଗଧାଡ଼ିରେ ଥିବା ଅନ୍ୟତମ ଇ-କମର୍ସ ସଂସ୍ଥା ‘ଫ୍ଲିପ୍‌କାର୍ଟ’। ଫ୍ଲିପ୍‌କାର୍ଟର ହୋମ୍‌...

ଆସିବ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ରଜ୍ୟରେ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆଣିବାକୁ ନିଷ୍ପତ୍ତି...

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲା ସୁରଟ ଟ୍ରେନ: ଆସିଲେ ୯ ଜିଲାର ୧୭୩୪ ପ୍ରବାସୀ

ଛତ୍ରପୁର, ୨୬।୫(ଡି.ଏନ୍‌.ଏ.): ଦୀର୍ଘ ୯ ଦିନ ପରେ ମଙ୍ଗଳବାର ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଷ୍ଟେଶନରେ ସୁରଟରୁ ଆଉ ଏକ ଟ୍ରେନ ଆସି ପହଞ୍ଚିଛି। ଏଥିରେ ରାଜ୍ୟର...

CORONAVIRUS UPDATE: ରାଜ୍ୟରୁ ଆଜି ୩,୮୬୧ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ବୃଦ୍ଧି

ଭୁବନେଶ୍ୱର,୭ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୩,୮୬୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୭,୮୯୨ରେ ପହଞ୍ଚିଥିବା...

ଜନଜାତିଙ୍କ ଅର୍ଥନୈତିକ ବିକାଶ କରୁଛି ‘ମିଶନ ଜୀବିକା’

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କର ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଗତବର୍ଷ ଅକ୍ଟୋବର ମାସରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି...

ସିଏଏ ସମର୍ଥନରେ ୪୫୦କିିମି ତ୍ରିରଙ୍ଗା ପଦଯାତ୍ରା

ପୁରୀ ଅଫିସ,୨୯।୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ...

Advertisement
Archives

Model This Week