ହର୍ବାଲ ଜୁସ୍‌ ବ୍ୟବସାୟ ଦେଉଛି ଆତ୍ମସନ୍ତୋଷ

ରାକେଶ କୁମାର ରାଉତ
ଫୁଲବାଣୀ ଅଫିସ, ୧୫ା୩ – ଫୁଲବାଣୀ ସହରର ଉଚ୍ଚ ଶିକ୍ଷିତ ଯୁବକ ରତନ ଚୌଧୁରୀ। ସାମାଜିକ ବିଜ୍ଞାନରେ ସ୍ନାତୋକତ୍ତର ଡିଗ୍ରୀ। ଚାକିରି ପାଇଁ ସୁଯୋଗ ମିଳିଥିଲା। ମାତ୍ର କିଛି ଅଲଗା ନିଶା ତାଙ୍କର। ନିଜେ ଫିଟ୍‌ ରହି ଅନ୍ୟକୁ ଫିଟ୍‌ ଦେଖିବା ପାଇଁ ମନରେ ଦୃଢ଼ ପ୍ରତିଜ୍ଞା ନେଇ ସେ ଏବେ ଆରମ୍ଭ କରଛନ୍ତି ହର୍ବାଲ ଜୁସ୍‌ ବ୍ୟବସାୟ। ଏହା ଖାଲି ତାଙ୍କୁ କେବଳ ରୋଜଗାର ଦେଇନି, ଦେଉଛି ଆତ୍ମସନ୍ତୋଷ। ଅଳ୍ପ ଟଙ୍କାରେ ବିଭିନ୍ନ ପ୍ରକାର ଜୁସ୍‌ ପ୍ରସ୍ତୁତ କରି ସେ ଏବେ ଗ୍ରାହକଙ୍କ ମନ କିଣିନେଲେଣି। ସେଥିମଧ୍ୟରୁ ଡାଇବେଟିସ ଏବଂ ଗ୍ୟାସଟ୍ରିକ୍‌ ଜୁସ୍‌ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି। ଫୁଲବାଣୀ ସହର କରୋନେଶନ ପଡିଆ ସମ୍ମୁଖରେ ସକାଳ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ମିଳୁଛି ଏହି ଜୁସ୍‌।
ରତନଙ୍କୁ ଏବେ ୨୬ ବର୍ଷ। ଘର ପିଅନପଡ଼ାରେ। ନିଜେ କିଛି କରି ସ୍ବାବଲମ୍ବୀ ହେବାର ନିଶା ତାଙ୍କର ବହୁ ଦିନରୁ ଥିଲା। ବର୍ତ୍ତମାନ ସବୁଜିନିଷ ଭେଜାଲ ହେଉଥିବା ବେଳେ କିଛି ଅସଲି କରି ଲୋକଙ୍କ ପାଖରେ ପହଞ୍ଚିବାକୁ ତାଙ୍କ ମନରେ ଆସିଲା। ତେଣୁ ଏଥିପାଇଁ ସେ ହର୍ବାଲ ଜୁସ୍‌ର ବ୍ୟବସାୟକୁ ବାଛିଲେ। ଏହାକୁ କିପରି ପ୍ରସ୍ତୁତ କରିବେ ସେଥିଲାଗି ତାଲିମ ଆବଶ୍ୟକ ଭାବି ନିଜ ପରିଚିତ, ସାଙ୍ଗସାଥୀଙ୍କ ସହ ଆଲୋଚନା କଲେ। ଏଭଳି ପାନୀୟ ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣି ତାଙ୍କ ପାଖରେ ପହଞ୍ଚିଥିଲେ ରତନ। ୫ ମାସ ମଧ୍ୟରେ ସେ ଡାଇବେଟିସ୍‌, ଗ୍ୟାସ୍‌ଷ୍ଟ୍ରିକ/ଏସିଡିଟି, ଓଜନ ହ୍ରାସ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶକ୍ତିବର୍ଦ୍ଧକ, କୃମି ନାଶକ, କାଶ ଥଣ୍ଡା ଏବଂ ସୁନ୍ଦର ତ୍ୱଚା ଲାଗି ଉଦ୍ଦିଷ୍ଟ ଜୁସ୍‌ ପ୍ରସ୍ତୁତ କରିବା ଶିଖିଗଲେ।
ଚିରେଇତା, ତ୍ରିଫଳା, ଗୁଡୁମାରୀ ପତ୍ର, ବେଲ ଓ ବେଲପତ୍ର, ଗାଜର, ବିଟ୍‌, ଲାଉ, କଲରା, କାକୁଡି, ଅଦା, ତୁଳସୀ, ଜାମୁ, ଲିମ୍ବ, ମେଥି, ବାସଙ୍ଗପତ୍ର, ପସାରୁଣୀ ପତ୍ର, ବେଗୁନିଆପତ୍ର, ଅଁଳା, ହଳଦୀ, ସଜନାପତ୍ର ଆଦିରେ ଏସବୁ ଜୁସ୍‌ ତିଆରି ହେଉଛି। କୌଣସି ରାସାୟନିକ ପଦାର୍ଥ ଏଥିରେ ମିଶୁନାହିଁ। ଏବେ ସମସ୍ତେ ଫିଟ୍‌ ରହିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବ୍ୟାୟାମ ଉପରେ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି। ସକାଳ ଏବଂ ସନ୍ଧ୍ୟାରେ ଖୋଲା ପଡିଆରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଭିଡ। ବ୍ୟାୟାମ ପରେ ହର୍ବାଲ ଜୁସ୍‌ ପିଇ ସେମାନେ ଘରକୁ ଯାଉଛନ୍ତି।
ରତନ କହିଛନ୍ତି, ସମସ୍ତେ ସୁସ୍ଥ ରହିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରି ଦେଲେଣି। ଲୋକେ କିପରି ଆହୁରି ଭଲରେ ରହିବେ ସେଥିପାଇଁ ସେ ହର୍ବାଲ ଜୁସ୍‌ ବ୍ୟବସାୟ ଆରମ୍ଭ କରିଛନ୍ତି। ରାତି ୩ଟାରୁ ଉଠି ତାଙ୍କୁ ଏସବୁ ପ୍ରସ୍ତୁତ କରିବାକୁ ପଡ଼େ। ସକାଳ ପ୍ରାୟ ୬ଟାରେ ଫୁଲବାଣୀ କରୋନେଶନ ପଡିଆ ସମ୍ମୁଖ ରାସ୍ତା ପାର୍ଶ୍ୱରେ ତାଙ୍କ ବ୍ୟବସାୟ ଚାଲେ। ବହୁ ଲୋକେ ଏହି ପଡିଆକୁ ବ୍ୟାୟାମ କରିବାକୁ ଆସୁଛନ୍ତି। ସହର ରାସ୍ତାରେ ବି ମର୍ନିଂୱାର୍କ କରୁଛନ୍ତି। ଲୋକେ ବ୍ୟାୟମ କରି ଯେତିକି ଫିଟ୍‌ ରହୁଛନ୍ତି, ସେମାନଙ୍କୁ ଏହି ଜୁସ୍‌ ପିଆଇ ଆହୁରି ଫିଟ୍‌ ରଖିବାକୁ ତାଙ୍କର ଏହି ପ୍ରୟାସ ବୋଲି କହିଛନ୍ତି ରତନ। ଏବେ ଦିନକୁ ପ୍ରାୟ ୧୦୦ ଗ୍ଲାସ ଜୁସ୍‌ ବିକ୍ରି ହେଉଛି। ଯଦି କେହି ଖାଲି ଲାଉ କିମ୍ବା କଲରା ଜୁସ୍‌ ମାଗୁଛନ୍ତି, ତାହା ମଧ୍ୟ ଦିଆଯାଉଛି। ସମସ୍ତେ ସକାଳୁ ବ୍ୟୟାମ କରନ୍ତୁ ଏବଂ ହର୍ବାଲ ଜୁସ୍‌ ପିଇ ଫିଟ୍‌ ରୁହନ୍ତୁ ବୋଲି ରତନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ଥିଲା ଚାକିରି: ବହିଷ୍କୃତ ହେଲେ ଅଙ୍ଗନୱାଡି

ଫୁଲବାଣୀ ଅଫିସ, ୪ା୧୧: ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଅଙ୍ଗନୱାଡି କର୍ମୀଙ୍କୁ ମହଙ୍ଗା ପଡିଛି  । ପ୍ରଶାସନିକ ତଦନ୍ତ ପରେ...

ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ...

ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଫୁଲବାଣୀ ଅଫିସ, ୮ା୧୧-ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗୁୁରୁବାର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ବିଭାଗ ପକ୍ଷରୁ ଚାଲିଥିବା...

କୋଟଗଡ଼ ବ୍ଲକରେ ବିଦ୍ୟୁତ୍‌, ଫୋନ ସେବା ବଚ୍ଛିନ୍ନ

କୋଟଗଡ଼, ୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁ ବିଗତ ୫ଦିନ ହେବ ବିଦ୍ୟୁତ୍‌ ଓ ଫୋନ ସେବା ବିଚ୍ଛିନ୍ନ ହୋଇପଡିଛି। ଫଳରେ...

ନିଜ ହାତରେ ଆବର୍ଜନା ସଫା କଲେ ରାଇକିଆ ବିଡିଓ

ରାଇକିଆ,୨୬।୭(ଡି.ଏନ୍‌.ଏ.)- ମହାମାରୀ କରୋନା ପାଇଁ ସବୁଠି ଲକ୍‌ ଡାଉନ୍‌, ଶଟ୍‌ଡାଉନ ଚାଲିଛି। ଏଭଳି ସମୟରେ କନ୍ଧମାଳ ଜିଲା ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ନିଜ...

ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଦାରିଙ୍ଗବାଡି,୧୪।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ପଞ୍ଚାୟତ ବୁଡାଙ୍ଗପିପିଲି ଜଙ୍ଗଲରେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା...

ପେନାଲା ଗ୍ରାମକୁ ରାସ୍ତା ନାହିଁ: କାଠଗଣ୍ଡିରେ ଯାତାୟାତ କରୁଛନ୍ତି ଆଦିବାସୀ

ବାଲିଗୁଡ଼ା,୨୧।୧୨(ଡି.ଏନ୍‌.ଏ.): କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ରହିଛି। ହେଲେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। ଫଳରେ ବର୍ଷବର୍ଷ ଧରି ଲୋକେ...

ଦମ୍ପତିଙ୍କୁ ଯବାନଙ୍କ ମାଡ଼ ଅଭିଯୋଗ

ଫୁଲବାଣୀ ଅଫିସ, ୨୮ା୧୦-କୌଣସି କାରଣ ନ ଜଣାଇ ସିଆର୍‌ପିଏଫର ଯବାନ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତ ବଣ୍ଡିଗୁଡା ଗ୍ରାମର ଏକ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ...

Advertisement
Archives

Model This Week