Posted inଖେଳ

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ ଚକିତ କରି ଏହି ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ତାଙ୍କର ଟାଇଟଲ ହାସଲ ଆଶା ଧୂଳିସାଥ୍‌ ହୋଇଛି। ୩୨ ବର୍ଷୀୟ ପିୟରସନ ୨୦୧୨ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୦୦ମିଟର ହର୍ଡଲ୍ସରେ ସେ ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ତେବେ ଆଘାତ ସମସ୍ୟା ତାଙ୍କ ପାଇଁ କାଳ ହୋଇଛି। ଦୀର୍ଘ ୧୬ ବର୍ଷଧରି ସେ ଅଷ୍ଟ୍ରେଲିଆ ଦଳ ତରଫରୁ ପ୍ରତିନିଧିତ୍ୱ କରିଆସୁଥିଲେ। ଏବେ ଅବସର ନେବାର ସମୟ ଆସି ଉପନୀତ ହୋଇଛି ବୋଲି ସିଡ୍‌ନୀରେ ଏକ ଖବରଦାତା ସମ୍ମିଳନୀରେ ପିୟର୍ସ କହିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିବା ପରେ ସେ ଆଘାତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ଓ ଏବେ ମଧ୍ୟ ଏହା ଚାଲୁ ରହିଛି ବୋଲି ସେ କହିଛନ୍ତି। ଦ୍ରୁତଗତିରେ ଦୌଡ଼ିବାକୁ ଆଉ ଶରୀର ଅନୁମତି ଦେଉ ନାହିଁ। ଆଗାମୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା କଷ୍ଟକର ଓ ଏଥିପାଇଁ ଅବସର ଘୋଷଣା କଲି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ସମସ୍ୟା ସତ୍ତ୍ୱେ ସେ ଅବସର ଘୋଷଣା କରିବେ ବୋଲି ଆଶା କରାଯାଉ ନ ଥିଲା। ଲଣ୍ଡନ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ସହ ସେ ୨୦୧୧ ଓ ୨୦୧୨ ବିଶ୍ୱ ଚାମ୍ପିୟନଶିପ୍‌, ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। ୨୦୧୫ରେ ଓ୍ବଲର୍‌ଡ ଟାଇଟଲ ଅଭିଯାନରେ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସେ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ସାଂଘାତିକ ଭାବେ ବିଫଳ ହୋଇଥିଲେ। ଗତ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସେ ଓହରିଯିବାକୁ ବାଧ୍ୟ ହୋଇଥିଲେ। ପିୟରସନ ଜଣେ ମହାନ ଆଥଲେଟ୍‌ ବୋଲି ଅଷ୍ଟ୍ରେଲୀୟ ଅଲିମ୍ପିକ୍‌ କମିଟି ସିଇଓ ମ୍ୟାଟ୍‌ କାରୋଲ କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରୁ ନ ଥିବାରୁ ଆମେ ନିରାଶ ହୋଇଛୁ। ତେବେ ପିୟରସନଙ୍କ ଅବସର ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛୁ ବୋଲି କାରୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ ରାଗରେ ଏମିତି କଲେ କୋହଲି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ...

ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ

ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍‌ର ୧୬ଜଣିଆ ସ୍କ୍ବାଡ୍‌ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...

ନାମ ପରିବର୍ତ୍ତନ: ଆଇଏଏଏଫ୍‌ ହେଲା ଓ୍ବାଲର୍‌ଡ ଆଥଲେଟିକ୍ସ

ନୂଆଦିଲ୍ଲୀ,୧୭।୧୧: ବିଶ୍ୱ ଆଥଲେଟିକ୍ସ ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ନାମ ପରିବର୍ତ୍ତନ ହୋଇଛି। ଆଇଏଏଏଫ୍‌ ଏବେ ନୂଆ ନାମ...

ସମ୍ପୂର୍ଣ୍ଣ ମ୍ୟାଚ୍‌ ଫି ହରାଇଲେ ଗମ୍ଭୀର, କୋହଲି

ଲକ୍ଷ୍ନୌ,୩ା୫(ପି.ଟି.): ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ଓପନିଙ୍ଗ ବ୍ୟାଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଝଗଡା ଏକ ନୂଆ ରୂପ ନେଇଛି। ଆଇପିଏଲ...

ଖେଳରତ୍ନ ପୁରସ୍କାର ପାଇବାରେ ପ୍ରଥମ ମହିଳା ହକି ଖେଳାଳି: କାନ୍ଦ ରୋକିପାରି ନ ଥିଲେ ରାଣୀ

ନୂଆଦିଲ୍ଲୀ, ୨୭।୮(ପି.ଟି.)- ଚଳିତ ବର୍ଷ ରାଣୀ ରାମପାଲଙ୍କ ସମେତ ୫ ଖେଳାଳି ଦେଶର ସର୍ବୋଚ୍ଚ ରାଜୀବଗାନ୍ଧୀ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରଥମ...

ଶ୍ରୀଲଙ୍କା ପ୍ରଶଂସକଙ୍କ ସହ ଜନ୍ମଦିନ ପାଳିଲେ ଓ୍ବିଲିୟମସନ

କଲମ୍ବୋ,୯।୮- ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ଫାଇନାଲରେ ପହଞ୍ଚାଇଥିବା ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ପ୍ରଶଂସକଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି।...

ଟି୨୦ ସିରିଜ୍‌: ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଅକଲାଣ୍ଡ,୨।୪(ଏପି): ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬୫ ରନରେ ବିଜୟୀ ହୋଇଛି। ୩ଟି ଯାକ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସିରିଜ...

ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷରେ ଆନ୍ଧ୍ର, ମହିଳାରେ ଜୈନ ଚାମ୍ପିୟନ

କଟକ ଅଫିସ,୨୭ା୨-  ସ୍ଥାନୀୟ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ବୁଧବାର ଶେଷ ହୋଇଛି। ଏହି ଇଭେଣ୍ଟର...

Advertisement
Archives

Model This Week