ହଜିଯିବ ୧୬ ଐତିହ୍ୟ ମଠ ସମାଧି

ଭୁବନେଶ୍ୱର,୨୦ା୬: ଐତିହ୍ୟର ଗନ୍ତାଘର ଓଡ଼ିଶା। ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀରେ ଥିବା ସ୍ବତନ୍ତ୍ରତା ସାରା ବିଶ୍ୱରେ ଅନନ୍ୟ। ମାତ୍ର ସମୟକ୍ରମେ ବହୁ ପ୍ରାଚୀନ ଐତିହ୍ୟ ନଷ୍ଟ ହେବାକୁ ଲାଗିଥିବାବେଳେ ଜବରଦଖଲ ଯୋଗୁ ଓ ସଂରକ୍ଷଣ ଅଭାବରୁ କିଛି ସତ୍ତା ହରାଇଛି। ଓଡ଼ିଶାର ୫ ହଜାରରୁ ଅଧିକ କୀର୍ତ୍ତିରାଜି ରହିଥିବାବେଳେ ଏବେ ଏହି ସଂଖ୍ୟା ଖସିଆସି ୨୨୦୦ରେ ପହଞ୍ଚିଲାଣି। ରାଜ୍ୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା ଅଧୀନରେ ୨୧୮ଟି ଐତିହ୍ୟ, କୀର୍ତ୍ତିରାଜି ରହିଥିବାବେଳେ ସ୍ବଳ୍ପ ବଜେଟ୍‌ରେ ଏତେସଂଖ୍ୟକ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବା ଅସମ୍ଭବ ହୋଇପଡିଛି। ସେହିଭଳି ଭାରତୀୟ ପ୍ରନତ୍ତାତ୍ତ୍ବିକ ସର୍ବେକ୍ଷଣ(ଏଏସ୍‌ଆଇ) ସଂସ୍ଥା ଅଧୀନରେ ରାଜ୍ୟର ୭୮ଟି କୀର୍ତ୍ତିରାଜି ରହିଥିବାବେଳେ କେବଳ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରର ହାତଗଣତି କୀର୍ତ୍ତିରାଜିକୁ ଛାଡିଦେଲେ ଅନ୍ୟ କୀର୍ତ୍ତିରାଜିର ସଂରକ୍ଷଣକୁ ଅଣଦେଖା କରାଯାଉଛି। ଏକାମ୍ର କ୍ଷେତ୍ରରେ ଥିବା ୨୦ରୁ ଅଧିକ ପ୍ରାଚୀନ ଐତିହ୍ୟ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ଉଚ୍ଛେଦରେ ବହୁ କୀର୍ତ୍ତିରାଜି ମାଟିରେ ମିଶିଯାଇଥିବାବେଳେ ଏବେ ୧୬ରୁ ଊର୍ଦ୍ଧ୍ୱ ଐତିହ୍ୟ ମଠ ସମାଧି ସତ୍ତା ହରାଇବାକୁ ଯାଉଛି। ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟଠାରୁ ମାତ୍ର ୫ରୁ ୮ କିମି ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଥିବାବେଳେ ରାଜ୍ୟର ଅନ୍ୟ ଐତିହ୍ୟଗୁଡିକର ସୁରକ୍ଷା ଓ ସଂରକ୍ଷଣକୁ ନେଇ ଆଶଙ୍କା ଦେଖାଦେଇଛି।
ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ସଂସ୍କୃତି ସହ ବହୁ ପୁରାତନ ତଥା ଐତିହାସିକ ମଠ ମନ୍ଦିର ରହିଛି। ଜବରଦଖଲ ଯୋଗୁ କାହା ଘର ପଛପଟେ କିଛି ଐତିହ୍ୟ ଲୁଚି ଯାଇଥିବାବେଳେ ଆଉ କିଛି ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ରହିଯାଇଥିବା ଐତିହ୍ୟ ମଠ ସମାଧିଗୁଡ଼ିକର ପୁନରୁଦ୍ଧାର ପରିବର୍ତ୍ତେ ଏବେ ରାଜ୍ୟ ସରକାର ସେଗୁଡିକୁ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲିଙ୍ଗରାଜ ମନ୍ଦିର ଚତୁର୍ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପୁରୁଣା କୋଠା ଓ ମଠ ମନ୍ଦିରକୁ ଭଙ୍ଗାଯାଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରଥଗଡା ଛକଠାରୁ ବିନ୍ଧବାସିନୀ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ। ଏହି ୭୦ମିଟର ମଧ୍ୟରେ ୧୬ଟି ପ୍ରାଚୀନ ସମାଧି ସମୂହ ରହିଥିଲେ ମଧ୍ୟ ଏନେଇ ସ୍ଥାନୀୟ ପ୍ରଶାସନ କିମ୍ବା ଏଏସ୍‌ଆଇ ଆଦୌ ଅବଗତ ନାହାନ୍ତି। ଏହି ସମାଧିଗୁଡ଼ିକ ଶିବ ତୀର୍ଥମଠର ବହୁ ପୂର୍ବରୁ ନିର୍ମାଣ କରାଯାଇଛି। ଶିବ ତୀର୍ଥମଠ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ଅର୍ଥାତ୍‌ ଲିଙ୍ଗରାଜ ମନ୍ଦିର ନିର୍ମାଣ ସମୟରେ ହୋଇଥିବା ଜଣାଯାଏ। ଏବେ ଏହି ମଠ ଅଞ୍ଚଳରେ ଥିବା ମନ୍ଦିର ଆକୃତିର ସମାଧିଗୁଡ଼ିକ ଅନାବନା ଗଛଲତା ଓ ଜଙ୍ଗଲ ମଧ୍ୟରେ ଲୁଚି ରହି ଅନାଲୋଚିତ ହୋଇଯାଇଛି। ସୌନ୍ଦର୍ଯ୍ୟକରଣରେ ଏସବୁକୁ ଭଙ୍ଗା ନ ଯାଇ ପୁନରୁଦ୍ଧାରର ଆବଶ୍ୟକତା ରହିଛି।

ଐତିହାସିକ ଗ୍ରନ୍ଥ, ମନ୍ଦିର ରେକର୍ଡରେ ଐତିହ୍ୟ ସମାଧି

ସମସ୍ତ ସମାଧି ମସ୍ତକରେ ୩ ଥାକିଆ ପିଢା ସହ କଳସ ରହିଛି। ଗୋଟିଏ ସରଳରେଖାରେ ଥିବା ୮ଟି ସମାଧି ଭଲରେ ଦୃଶ୍ୟମାନ ହେଉଥିବାବେଳେ ସେଥିମଧ୍ୟରୁ ଅଧିକାଂଶ ବହୁବର୍ଷ ପୂର୍ବରୁ ନଷ୍ଟ ହୋଇଗଲାଣି। ତେବେ ଏହି ସମାଧିଗୁଡିକ ମଠ ଓ ଲିଙ୍ଗରାଜ ମନ୍ଦିରର ଐତିହାସିକ କାଳାନୁକ୍ରମିକ ରେକର୍ଡ ବୋଲି ଇନ୍‌ଟାକ୍‌ ପକ୍ଷରୁ କୁହାଯାଇଛି। ଏହି ସମାଧିଗୁଡ଼ିକର ଇତିହାସ ଦ୍ୱାଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ସମସ୍ତ ସମାଧିରେ ଛୋଟ ଛୋଟ ଶିବଲିଙ୍ଗ ରହିଥିବାବେଳେ ୨ଟିରୁ ଶିବଲିଙ୍ଗ ଚୋରି ହୋଇଯାଇଛି। ଐତିହାସିକ ଗ୍ରନ୍ଥ ଓ ମନ୍ଦିରର ରେକର୍ଡରେ ମଧ୍ୟ ଏହି ସମାଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ ଏଭଳି ପ୍ରାଚୀନ ଐତିହ୍ୟର ଆଖପାଖକୁ ଭଙ୍ଗାରୁଜା କରିବା ସମୟରେ ସତର୍କତାର ସହ କରିବା ଏବଂ ଐତିହାତିକଙ୍କ ବିନା ପରାମର୍ଶରେ ମନଇଚ୍ଛା ନ ଭାଙ୍ଗିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?