Posted inଖେଳ

ହକି ଫିଲ୍ଡରୁ ହସ୍ପିଟାଲ ଓ୍ବାର୍ଡ…

ପର୍ଥ, ୩ା୪ (ଏପି)-ଚଳିତ ବର୍ଷ ଯଦି ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତେବେ ସ୍ବର୍ଣ୍ଣ ପଦକ ଅଭିଯାନରେ ସାମିଲ ହୋଇଥାନ୍ତେ ଅଷ୍ଟ୍ରେଲିଆର ମହିଳା ଫିଲ୍ଡ ହକି ଗୋଲ୍‌କିପର ରାଚେଲ ଲିଞ୍ଚ୍‌। ମାତ୍ର କୋଭିଡ୍‌-୧୯ ସବୁ ଏପଟସେପଟ କରିଦେଲା। ଅଲିମ୍ପିକ ଗେମ୍ସ ଏବେ ଆସନ୍ତା ବର୍ଷକୁ ଘୁଞ୍ଚାଯାଇଛି। ଲିଞ୍ଚ୍‌ ହେଉଛନ୍ତି ରେଜଷ୍ଟ୍ରିଭୁକ୍ତ ନର୍ସ ମଧ୍ୟ। ଦେଶରେ କରୋନା ଭାଇରସ୍‌ ବିରୋଧରେ ଚାଲିଥିବା ଲଢେଇରେ ସେ ନିଜକୁ ସାମିଲ କରିଛନ୍ତି। ବର୍ତ୍ତମାନ ପାଇଁ ସେ ହକ ଫିଲ୍ଡ ଛାଡ଼ି ହସ୍ପିଟାଲ ଓ୍ବାର୍ଡରେ ପାଦ ଦେବେ। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ପ୍ରଦେଶରେ ଥିବା ଦୁଇଟି କୋଭିଡ୍‌-୧୯ କ୍ଲିନିକ୍‌ରେ କାର୍ଯ୍ୟ ଲାଗି ଲାଗି ସେ ଆବେଦନ କରିଛନ୍ତି। ହକି ଖେଳ ପାଇଁ ଟ୍ରେନିଂ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଲିଞ୍ଚ୍‌ ସପ୍ତାହକୁ ଗୋଟିଏ ଦିନ ଏକ ନ୍ୟୁରୋ ରିବିଲିଟେଶନ ଓ୍ବାର୍ଡରେ କାର୍ଯ୍ୟ କରି ଆସୁଥିଲେ। ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସକାଶେ ଲିଞ୍ଚ୍‌ ଗତ ସପ୍ତାହରେ ଦଳ ସହିତ ୟୁରୋ ଗସ୍ତରେ ଯାଇଥାନ୍ତେ। ମାତ୍ର ଅଲିମ୍ପିକ୍ସ ଘୁଞ୍ଚତ୍ୟିବାରୁ ତାହାକୁ ବାତିଲ କରାଯାଇଛି। ୩୩ ବର୍ଷୀୟା ଲିଞ୍ଚ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଗୋଲକିପର ଭାବେ ପରିଚିତ। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆରେ ମେଡିକାଲ ଷ୍ଟାଫ୍‌ଙ୍କ ଉପରେ ଅତିରିକ୍ତ ଚାପ ଲଦି ହୋଇଯାଇଛି। ବହୁ ସଂଖ୍ୟାରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଦ୍ୱାରା ଏହା ଲାଘବ ହୋଇପାରିବ। ପ୍ରଥମ ଥର ଜଣେ ଫୁଲ୍‌ ଟାଇମ୍‌ ନର୍ସ ଭାବେ କାର୍ଯ୍ୟକରିବାର ସୁଯୋଗ ମିଳିବ ବୋଲି ଏହି ହକି ଗୋଲକିପର କହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଅଷ୍ଟ୍ରେଲିଆ ସରକାର ବିଦେଶ ଯିବା ଆସିବା କ୍ଷେତ୍ରରେ କଟକଣା ଜାରି କରିଛନ୍ତି। ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ମାତ୍ର କେତେଜଣ ଏହି ମାହାମାରୀକୁ ହାଲ୍‌କା ଭାବେ ନେଉଛନ୍ତି। ସମୁଦ୍ରକୂଳରେ ଭିଡ଼ ଜମାଉଛନ୍ତି। ଏହା ଉଦ୍‌ବେଗର ବିଷୟ ବୋଲି ଲିଞ୍ଚ୍‌ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୫,୦୦୦ରୁ ଊର୍ଦ୍ଧ୍ୱ। ୨୪ଜଣ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri