Posted inଖେଳ

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ଶୁକ୍ରବାର ହକି ଇଣ୍ଡିଆର ୨୯ଜଣ କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଶନିବାର ଏହାର ଫଳାଫଳ ପ୍ରକାଶ ପାଇଥିଲା। ଜଣେ ଆକାଉଣ୍ଟ୍ସ ଡିପାର୍ଟମେଣ୍ଟର ଏବଂ ଅନ୍ୟ ଜଣେ ଜୁନିୟର ଫିଲ୍ଡ ଅଫିସରଙ୍କର ପଜିଟିଭ୍‌ ଆସିଥିଲା। ଏପରିକି ସମସ୍ତ ରାଜ୍ୟ ଅଲିମ୍ପିକ ଆସୋସିଏଶନ(ଏସ୍‌ଓଏ) କର୍ମଚାରୀ ଓ ଷ୍ଟାଫ୍‌ ମେମ୍ବରଙ୍କୁ କୋଭିଡ୍‌-୧୯ ଟେଷ୍ଟ ଦେବାକୁ ବାତ୍ରା ଅନୁରୋଧ କରିଛନ୍ତି। ଏହା ଆମ ଅଂଶୀଦାର, ଆଥଲେଟ ଓ ଏଲିଟ୍‌ ଆଥଲେଟ୍‌ଙ୍କ ମନରେ ଆସ୍ଥା ସୃଷ୍ଟି କରିବ। ହକି ଇଣ୍ଡିଆ କାର୍ଯ୍ୟାଳୟ ୧୪ ଦିନ ବନ୍ଦ ରହିବ। ନେଗେଟିଭ୍‌ ଆସିଥିବା ୨୫ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟକରିବାକୁ ନିର୍ଦ୍ଦେଶ ହୋଇଛି। ସୂଚନାଯୋଗ୍ୟ, ବାତ୍ରାଙ୍କ ପିତା କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସେ ନିଜେ ଏବେ ତାଙ୍କ ବାସଭବନରେ ସେଲ୍‌ଫ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

୨୦୨୩ ଆଇପିଏଲ୍‌ରେ ଆଶା କରାଯାଉ ନ ଥିବା ଖେଳାଳିମାନେ ବି ଭଲ ପ୍ରଦର୍ଶନ କରୁଛନ୍ତି। କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ହୁଅନ୍ତୁ କିମ୍ବା ମୁମ୍ବାଇ...

ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିଛନ୍ତି ଏହି ୫ କ୍ରିକେଟର

ଟେଷ୍ଟ କ୍ରିକେଟ ଧୈର୍ଯ୍ୟର ଖେଳ। ପଡିଆରେ ସେଟ୍‌ ହୋଇ ଖେଳିବାକୁ ଜଣେ ବ୍ୟାଟ୍ସମ୍ୟାନ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ। ୧୪୩ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ...

୯ମ ଶ୍ରେଣୀରେ ଫେଲ୍‌ ହୋଇଯାଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ମ୍ୟାଗି ଖାଇ କାଟୁଥିଲେ ରାତି

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ ସହ ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ପ୍ରସିଦ୍ଧ। ରବିବାର ସେ ନିଜର ୨୭ତମ ଜନ୍ମଦିନ ପାଳନ...

୮୮ ବଲ୍‌ରେ ୫୨ ରନ୍‌ କଲେ ଅନୁଷ୍କା ଶର୍ମା

ନୂଆଦିଲ୍ଲୀ,୩।୧୧: କ୍ରିକେଟ ଏବଂ ଟିମ ଇଣ୍ଡିଆ ସହିତ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସାଧାରଣତଃ ଯୋଡା ଯାଇଥାଏ। କାରଣ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ହେଉଛନ୍ତି...

ହାତରେ ଓଡ଼ିଆ ଟାଟୁ କରି ଚର୍ଚ୍ଚାରେ ଥିଲେ ଭାରତର ପ୍ରସିଦ୍ଧ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଗର୍ଲଫ୍ରେଣ୍ଡ୍‌ ପାଇଁ ତ ଆଉ କେତେବେଳେ ନିଜ ଫ୍ୟାଶନ୍‌ ଷ୍ଟାଇଲ୍‌...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ରବାଡା, ନର୍ଟଜେ

ଜୋହାନ୍ସବର୍ଗ,୭।୧୨: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଘରୋଇ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଦଳ...

ଧୋନୀ କରିବେ କୁକୁଡ଼ା ଫାର୍ମ

ରାଞ୍ଚି,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି। ସେ ରାଞ୍ଚିରେ କଡ଼କନାଥ...

ଭାଇରସ୍‌ ଯୋଗୁ ଏବେଠୁ ଅଲିମ୍ପିକ୍ସ ଉପରେ ବିପଦ ଅଛି କହିବା ଉଚିତ ନୁହେଁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୯।୨- ଚାଇନାରେ କରୋନା ଭାଇରସ ୧୮୦୦ରୁ ଊର୍ଦ୍ଧ୍ୱ ପ୍ରାଣ ନେଇସାରିଲାଣି। କିନ୍ତୁ ଏବେଠାରୁ ଟୋକିଓ ଅଲିମ୍ପିକ୍ସ ଉପରେ ଭାଇରସ୍‌ର ପ୍ରଭାବ ପଡ଼ିବ କି ନାହିଁ, କହିବା...

Advertisement
Archives

Model This Week