Posted inଜାତୀୟ

ହଂସରାଜ ଭରଦ୍ୱାଜଙ୍କ ପରଲୋକ

ନୂଆଦିଲ୍ଲୀ,୯ା୩(ପି.ଟି.): ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହଂସରାଜ ଭରଦ୍ୱାଜ(୮୩)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀର ସାକେତସ୍ଥିତ ମାକ୍ସ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିବା ହଂସରାଜଙ୍କୁ ବୁଧବାର ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ନିଗମବୋଧ ଘାଟରେ ସୋମବାର ଅପରାହ୍ନ ୪ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭଜପା ନେତା ତଥା ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ହରିୟାଣାର ରୋହତକ ଜିଲା ଗଢ଼ି ସାମ୍ପଲାରେ ଜନ୍ମିତ ହଂସରାଜ ୧୯୮୨ରୁ ୨୦୦୯ ମଧ୍ୟରେ ୫ ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ନରସିଂହ ରାଓ ଏବଂ ମନମୋହନ ସିଂଙ୍କ ସରକାରରେ ଦୀର୍ଘ ୧୪ ବର୍ଷ ଧରି ସେ ଆଇନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୯ରେ ସେ କର୍ନାଟକ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟର ବିବାଦ: ଅମିତ ଶାହାଙ୍କ ଫଟୋ ଉପରେ, ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ତଳେ

କୋଲକତା,୨୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କ ଶାନ୍ତି ନିକେତନ ଗସ୍ତ ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିସରରେ ପୋଷ୍ଟର ପ୍ରସଙ୍ଗ ଉଠାଇଛି। ଟିଏମସି...

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଅଧାଜଳା କପଡ଼ା, ପଲିଥିନ

ନୂଆଦିଲ୍ଲୀ,୩୦ ।୧: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇଉଠିଛି । ଶନିବାର ଘଟଣାସ୍ଥଳରୁ ଏନ୍‌ଏସ୍‌ଜି ଟିମ୍‌କୁ ଅଧାଜଳା କପଡା...

ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ସୀମିତ: ସଞ୍ଜୟ ରାଉତ

ପୁଣେ,୫।୩: ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କଶ୍ମୀରୀ ପଣ୍ଡିତ ହତ୍ୟା ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା...

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୩୦।୬: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ଅଫିସରଙ୍କର ଟ୍ରାନ୍ସଫର ପୋଷ୍ଟିଂକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର...

ବର୍ଷକୁ ୫ ସେମି ଘୁଞ୍ଚୁଛି ଭାରତୀୟ ପ୍ଲେଟ୍‌

ହାଇଦ୍ରାବାଦ, ୨୩।୨: ନିକଟରେ ତୁର୍କୀ ଓ ସିରିଆରେ ପ୍ରଳଙ୍କରୀ ଭୂକମ୍ପର ଭୟାବହତା ଦେଖିବା ପରେ ବିଶ୍ୱବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଭାରତ...

ପ୍ରଧାନମନ୍ତ୍ରୀ ମୋଦି ଆସିଲେ ମୁଁ ନେବି କରୋନା ଟିକା: ଅଧିକାରୀଙ୍କ ଝାଳ ବୁହାଇଲେ ବ୍ୟକ୍ତି

ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ...

ଭାରତ ଯୋଡ଼ୋ ଯାତ୍ରା ଜନତାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରାଇବ

ନୂଆଦିଲ୍ଲୀ,୧୪।୧୧ (ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ସୁନିଶ୍ଚିତ କରାଇବାକୁ...

୧୫ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

ରାମେଶ୍ୱରମ,୯।୭ : ଶ୍ରୀଲଙ୍କା ନୌସେନା ପାକ ଷ୍ଟ୍ରେଟର ଡେଲଫ୍ଟ ଦ୍ୱୀପରୁ ଦୁଇଟି ଡଙ୍ଗା ସହିତ ୧୫ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା...

Advertisement
Archives

Model This Week