ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମିଳିଲାନି ରହିତାଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୮ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଗେଜେଟ୍‌ ନୋଟିଫିକେଶନ ଉପରେ ରହିତାଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୫ରେ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏହି ନୋଟିଫିକେଶନକୁ ଚ୍ୟାଲେଞ୍ଜ କରି କଟକ ସ୍ୟାଟ୍‌ ବାର ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ସେହିପରି ଗୁରୁବାର ଓଡ଼ିଶା ଟ୍ରିବ୍ୟୁନାଲ କୋର୍ଟ ବାର ଆସୋସିଏଶନ କଟକ ଓ ଭୁବନେଶ୍ୱର ପକ୍ଷରୁ ହୋଇଥିବା ଅନ୍ୟଏକ ମାମଲାର ଶୁଣାଣି ହେବ।
ଓଡ଼ିଶା ଟ୍ରିବ୍ୟୁନାଲ କୋର୍ଟ ବାର ଆସୋସିଏଶନ ପକ୍ଷରୁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏହି ଗେଜେଟ୍‌ ନୋଟିଫିକେଶନ୍‌କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି, ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ନେଇ ମାମଲା ବିଚାରାଧୀନ ରହିଛି। ମାତ୍ର ମାମଲାର ଶୁଣାଣି ଶେଷ ହୋଇ ନ ଥିବାବେଳେ କେନ୍ଦ୍ର ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା ବେଆଇନ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ଏହି ବ୍ୟବସ୍ଥା ଉଚ୍ଛେଦ କରିବାର କ୍ଷମତା ନାହିଁ। କେବଳ ପାର୍ଲାମେଣ୍ଟର ଉଚ୍ଛେଦ କ୍ଷମତା ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର, ପର୍ସୋନେଲ ପବ୍ଲିକେଶନ ଗ୍ରୀଭାନ୍ସ, ପେନସନ ମନ୍ତ୍ରଣାଳୟ ଏବଂ ରାଜ୍ୟସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବିନା ଭକ୍ତରେ ଗଡ଼ିବ ମା’ ବିରଜାଙ୍କ ରଥ, ମନ୍ଦିର ଚାରିପଟେ ଲାଗିବ ୧୪୪ ଧାରା

ଯାଜପୁର ଅଫିସ, ୫।୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ରୋକ ଲଗାଯାଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ...

କଣ୍ଡରାପାଟିଆରେ ସ୍ବଚ୍ଛ ଭାରତ ମିଶନ ଫେଲ୍‌

କେନ୍ଦ୍ରାପଡା ଅଫିସ, ୨୪ା୬: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ ଯୋଜନା ଘୋଷଣା କରିଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ୮ ବର୍ଷ ପୂରିଛି।...

ରୋଗୀଙ୍କୁ ଘୃଣା କରି ପୁଷ୍ପ ବୃଷ୍ଟି

ଭୁବନେଶ୍ୱର,୨୭।୭ (ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମତିଙ୍କ ଚିକିତ୍ସା ନିମନ୍ତେ କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। ୫୦୦ ସାଧାରଣ ଶଯ୍ୟା ସହ ୪୫ ଆଇସିୟୁ...

କଟକର ଏକ କୋଚିଂ ସେଣ୍ଟର ସିଲ୍‌ କଲା ସିଏମ୍‌ସି

କଟକ ଅଫିସ,୮।୪: କଟକର ଅରୁଣଦୋୟ ନଗରସ୍ଥିତ ଏକ କୋଚିଂ ସେଣ୍ଟରକୁ ଗୁରୁବାର ସିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସେଣ୍ଟରକୁ ସିଲ୍‌...

ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ବରିଷ୍ଠ ଓଏଫ୍‌ଏସ୍‌ ଅଧିକାରୀ ଲାବଣ୍ୟ ଶବର...

ଓଡ଼ିଶାରେ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳିବ ବ୍ରିଟେନ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ଓଡ଼ିଶାରେ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଅବସରରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇ କମିଶନ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳନ କରିବ। ଏହାଦ୍ୱାରା...

ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼...

ଆୟକର ଫାଙ୍କି ଅଭିଯୋଗ: ଜେଡ୍‌ ଇଷ୍ଟେଟ ସଂସ୍ଥା ଉପରେ ଚଢ଼ାଉ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆୟକର ଫାଙ୍କିବା ଅଭିଯୋଗରେ ଜେଡ୍‌ ଇଷ୍ଟେଟ ବିଲ୍ଡର ସଂସ୍ଥା ଉପରେ ସୋମବାର ସନ୍ଧ୍ୟାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କଟକ ଓ...

Advertisement
Archives

Model This Week