ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ: ପ୍ରସ୍ତୁତି ଚାଲିଛି ନୂଆ ଆପ୍‌, ମିଳିବ ସମସ୍ତ ତଥ୍ୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ ଜାଣିବା ପାଇଁ ସ୍ମାର୍ଟ ସିଟି ମିଶନ ପକ୍ଷରୁ ନୂଆ ଆପ୍‌ କାର୍ଯ୍ୟକାରୀ କରାଯିବ। ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରଥମେ ଏହି ଆପ୍ଲିକେଶନ (ଆପ୍‌)କୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ। ପ୍ରସ୍ତୁତିରେ ଥିବା ଏହି ଆପ୍‌/ଡିଜିଟାଲ ପ୍ଲାଟ୍‌ଫର୍ମ ବିଶେଷକରି ବାହାରର ଅତିଥି ବା ସହରର ନାଗରିକଙ୍କ ପାଇଁ ବେଶ୍‌ ସହାୟକ ହେବ। ଉକ୍ତ ସ୍ଥାନର ଅବସ୍ଥିତି, ରୁଟ୍‌ ମ୍ୟାପ୍‌, ରହିଥିବା ସୁବିଧାସୁଯୋଗ ଓ ସୁରକ୍ଷା ଆଦି ବିଭିନ୍ନ ବ୍ୟବସ୍ଥା ସଂକ୍ରାନ୍ତରେ ସୂଚନା ଦେବ। ଏହି ଆପ୍‌ ଜରିଆରେ ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନଗୁଡ଼ିକର ଜାତୀୟ ରେଟିଂ କରାଯିବ।
ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ସିଟି ଫେଲୋ ଶୁଭାଶ୍ବେତୀ ସିହ୍ନା, ମାନସୀ ନାଇଡୁ ଓ କୀର୍ତ୍ତି କାୱାଲେ ଏବେ ଭୁବନେଶ୍ୱର ଆସି ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ସେମାନେ କହିଛନ୍ତି, ଏହାଦ୍ବାରା ସମସ୍ତ ସ୍ମାର୍ଟ ସିଟି ମିଶନ ଅଧିନ ସହରରେ ଥିବା ପାର୍କ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଏକ ଜାତୀୟ ମାନ ନିର୍ଦ୍ଧାରଣ ପାଇଁ ବାଟ ଫିଟିବ। ସବୁଠାରୁ ଉପଯୋଗୀ ପଦକ୍ଷେପ ସ୍ବରୂପ ନାଗରିକଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇ ଏହି ଆପ୍‌ ତିଆରି ହେବ। ବ୍ୟବହାରକାରୀଙ୍କ ଦ୍ୱାରା ଦିଆଯାଉଥିବା ମତାମତ ଓ ସମସ୍ତ ଅପ୍‌ଡେଟ୍‌ ଆପ୍‌ର ମୁଖ୍ୟ ପେଜ୍‌ରେ ପ୍ରଦର୍ଶିତ କରାଯିବ। ଯଦି ଲୋକେ ଗୋଟିଏ ପାର୍କ ବା ସର୍ବସାଧାରଣ ସ୍ଥାନକୁ ୧୦ରୁ ୬.୫ ନମ୍ବର ଦେଲେ ତେବେ ଆହୁରି ଉନ୍ନତୀକରଣ ଦିଗରେ କାର୍ଯ୍ୟ କରାଯିବ। ୮.୫ କିମ୍ବା ୯ ନମ୍ବର ରହିଲେ ତା’ହେଲେ ଉକ୍ତ ସ୍ଥାନର ସ୍ଥିତି ସେମାନଙ୍କୁ ସନ୍ତୋଷଜନକ ବୋଲି ଜଣାପଡିବ। ଏହି ଅନୁସାରେ ଜାତୀୟ ମାନ ନିର୍ଦ୍ଧାରଣ କରାଯିବ ବୋଲି ସ୍ମାର୍ଟସିଟି ଫେଲୋମାନେ ସୂଚନା ଦେଇଛନ୍ତି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନ୍ତର୍ଗତ ସ୍ମାର୍ଟ ସିଟି ମିଶନ ଅଧୀନରେ ବିଶିଷ୍ଟ ନଗର ଉନ୍ନୟନ ବିଶାରଦ ପ୍ରଫେସର କେ.ଟି. ରବୀନ୍ଦ୍ରନ୍‌ଙ୍କ ତତ୍ତ୍ୱାବଧାନରେ ସ୍ମାର୍ଟ ସିଟି ଫେଲୋମାନେ କାର୍ଯ୍ୟକରୁଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ଏହି ଫେଲୋମାନେ ଭାରତର ସମସ୍ତ ସ୍ମାର୍ଟସିଟିକୁ ଗସ୍ତ କରି ଅଭିଜ୍ଞତା ଓ ତଥ୍ୟ ସଂଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଲକ୍ଷର ହିସାବ ଦେଇପାରିଲେନି ଥାନା ଅଧିକାରୀ

ବରଗଡ଼ ଅଫିସ୍‌,୩୦।୧୧: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏକ କାର୍‌(ନଂ-ଓଡ଼ି୧୫କେ ୬୧୧୧) ଯୋଗେ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ୨୬ ବିଧାୟକ

ଭୁବନେଶ୍ୱର,୧।୮(ବ୍ୟୁରୋ): ଓଡ଼ିଶାର ୨୬ ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ। ସେଥିପାଇଁ ୨୬ ବିଧାୟକ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ମଙ୍ଗଳବାର ଦିଲ୍ଲୀ ଯିବେ।...

ଆକାଶଙ୍କ ନାଁରେ ୬୫ ଲକ୍ଷ ଠକେଇ ଅଭିଯୋଗ ଆଣିଲା ସ୍କାଏ କିଙ୍ଗ୍‌ ସଂସ୍ଥା

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଆକାଶ ପାଠକ ଠକେଇ ମାମଲାରେ ପୋଲିସ ଖୋଳତାଡ କରୁଛି। ଆୟ ବହିର୍ଭୂତ ସମ୍ପତି ଠୁଳ ନେଇ ଖୋଳତାଡ ଚାଲିଥିବା ବେଳେ ଭୁବନେଶ୍ୱର ଟ୍ରାଭେଲ...

୨ କାର୍‌ ସହ ୧୪ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର, ୪ା୧୧(ବ୍ୟୁରୋ): କନ୍ଧମାଳରୁ ରାଜଧାନୀକୁ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ...

ସ୍ଥାନାନ୍ତର ପାଇଁ ମିଳୁନି ଜାଗା

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜଧାନୀର ଛାତି ଉପରେ ରହିଛି ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏଠାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ରହୁଛନ୍ତି। ୧୯୬୪ ମସିହାରେ ଏହା ପ୍ରଥମେ ଏକ...

ଚତୁର୍ଥ ଦିନରେ ୩୭ଟି ନାମାଙ୍କନ ଦାଖଲ

ଭୁବନେଶ୍ୱର,୬।୩(ବ୍ୟୁରୋ): ନାମାଙ୍କନ ଦାଖଲର ଶନିବାର ଥିଲା ଚତୁର୍ଥ ଦିନ । ଓଡ଼ଶାରୁ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୩୭ଟି ଏବଂ କାଉନସିଲର ଓ କର୍ପୋରେଟର...

ଖାତା ଦେଖିବେ ଅଧିକ ଶିକ୍ଷକ

କଟକ ଅଫିସ,୧୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ...

ହାଇକୋର୍ଟରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ

କଟକ ଅଫିସ,୨୮ା୧୧: ନୟାଗଡ଼ ପରୀ ହତ୍ୟା ମାମଲାରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଜର ଓ ପରିବାରର ସୁରକ୍ଷା...

Advertisement
Archives

Model This Week