Posted inଖେଳ

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥି ସହିତ ଭାରତ ଆଗାମୀ ଟି୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋର୍‌ଦାର କରିଛି।

ଟିମ୍‌ ଇଣ୍ଡିଆର ସୁପର ଶୋ’ ଅବ୍ୟାହତ ରହିଛି। କେବଳ ନିଜ ମାଟିରେ ନୁହେଁ, ବିଦେଶ ମାଟିରେ ମଧ୍ୟ ସିରିଜ ବିଜୟୀ ହେବାର ଧାରା ବଜାୟ ରଖିଛି। ଏଥର ଟି୨୦ ସ୍ପେଶାଲିଷ୍ଟ ରୂପେ ପରିଚିତ ନ୍ୟୁଜିଲାଣ୍ଡକୁ ତା’ ନିଜ ମାଟିରେ ୫-୦ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି ଭାରତ। କ୍ରିକେଟ୍‌ ସମୀକ୍ଷକମାନଙ୍କ ଅଙ୍କକୁ ଭୁଲ୍‌ ପ୍ରମାଣିତ କରିବା ସହିତ ଟିମ୍‌ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଭାରତ କ୍ରିକେଟ ଇତିହାସରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଗତ ଏବଂ ଦଳଗତ ରେକର୍ଡ ସ୍ଥାପନ କରିବା ସହିତ କ୍ୱିଇ ଦଳ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରି ନିଜ ଦକ୍ଷତା ପ୍ରତିପାଦନ କରିଛି। ବ୍ୟାକ୍‌ ଟୁ ବ୍ୟାକ୍‌ ସିରିଜ ବିଜୟ ସହିତ ବିଶ୍ୱକପ୍‌ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିବାକୁ ଭାରତ ସଫଳ ହୋଇଛି। ଟି୨୦ରେ ନ୍ୟୁଜିଲାଣ୍ଡ ସହିତ ଥିବା ଖରାପ ରେକର୍ଡକୁ କିଛିମାତ୍ରାରେ ସୁଧାରିଛି ଏହି ସିରିଜ ବିଜୟ। ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆ ପାଇଁ ଏହି ଗସ୍ତ ଏସିଡ୍‌ ଟେଷ୍ଟ ସହ ସମାନ ଥିଲା। ସାଧାରଣତଃ ୫ଟି ଟି୨୦ ମ୍ୟାଚ୍‌ ଥିବା ଦ୍ୱିପାକ୍ଷିକ ସିରିଜ ବହୁତ କମ୍‌ ଖେଳାଯାଇଥାଏ। ନ୍ୟୁଜିଲାଣ୍ଡକୁ ସୁପର ଓଭରର ଝଟକା ବିଶ୍ୱକପ୍‌ ମ୍ୟାଚ୍‌ଠାରୁ ଆରମ୍ଭ କରି ଏହି ସିରିଜ ପର୍ଯ୍ୟନ୍ତ ଲାଗିଥିବା ଦେଖାଯାଇଥିଲା। ଟି୨୦ରେ ନ୍ୟୁଜିଲାଣ୍ଡ ଦଳ ମୋଟ୍‌ ୮ଟି ସୁପର ଓଭର ଖେଳିଥିବା ବେଳେ ୭ଟିରେ ପରାସ୍ତ ହୋଇ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଅନେକ ରେକର୍ଡ ସ୍ଥାପନ ହୋଇଛି ଏହି ଟି୨୦ ସିରିଜରେ। ହିଟ୍‌ ମ୍ୟାନ୍‌ ରୂପେ ପରିଚିତ ରୋହିତ ଶର୍ମା ଟି୨୦ ମ୍ୟାଚ୍‌ରେ ସର୍ବପ୍ରଥମେ ସର୍ବାଧିକ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହା ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛି। ବିଦେଶ ମାଟିରେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌ ଏବଂ ନ୍ୟୁଜିଲାଣ୍ଡ ସହିତ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ୫-୦ରେ ସିରିଜ ବିଜୟ ହାସଲ କରିବା ଟି୨୦ ଫର୍ମାଟ୍‌ର ପ୍ରଥମ ଘଟଣା।
ଏହି ସିରିଜ୍‌ରେ ଇନ୍‌ଫର୍ମ ବ୍ୟାଟ୍ସ୍ୟାନ୍‌ ରୂପେ ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଏବଂ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିବା ଶ୍ରେୟାସ ଆୟାର ଚମକତ୍ାରିତା ଦେଖାଇଥିବା ବେଳେ ବୋଲିଂରେ ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ ସାମି ଏବଂ ଶାର୍ଦ୍ଦୂଳ ଠାକୁର ଏବଂ ସ୍ପିନର ରୂପେ ଅଭିଜ୍ଞ ରବୀନ୍ଦ୍ର ଜାଡେଜା ବେଶ୍‌ ପରିପକ୍ୱତା ଦେଖାଇଥିଲେ। ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂରେ ସର୍ବାଧିକ କ୍ୟାଚ୍‌ ଛାଡ଼ିଥିଲେ ଭାରତୀୟ ଫିଲ୍‌ଡରମାନେ। ସାରା ସିରିଜ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଲୋକେଶ ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଏହି ଟି୨୦ ସିରିଜ୍‌ ବ୍ୟାଟିଂରେ କେନ୍‌ ଓ୍ବିଲିୟମ୍‌ସନ, ବିରାଟ କୋହଲି, ରସ୍‌ ଟେଲର ଏବଂ ରୋହିତ୍‌ ଶର୍ମାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସେହିପରି ବୋଲିଂରେ ଟିମ୍‌ ସୌଦି, ମହମ୍ମଦ ସାମି, ମିଚେଲ ସାଣ୍ଟ୍‌ନର ଏବଂ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା। ମାତ୍ର ଯଶ୍‌ପ୍ରୀତ ବୋଲିଂରେ ଏବଂ ବ୍ୟାଟିଂରେ ରାହୁଲ ଉନ୍ନତ ପ୍ରଦର୍ଶନ କରିଥିଲେ। ଚଳିତ ଟି୨୦ ସିରିଜ୍‌ରେ ରାହୁଲ ଦୁଇଟି ଅର୍ଦ୍ଧଶତକ ସହିତ ମୋଟ୍‌ ୫ଟି ମ୍ୟାଚ୍‌ରୁ ୨୨୪ ରନ୍‌ ସଂଗ୍ରହ କରିଥିବା ବେଳେ ଟି୨୦ରେ ୪୦୦୦ ରନ୍‌ ଅତିକ୍ରମ କରିଛନ୍ତି। ସମଗ୍ର ସିରିଜରେ ବୋଲିଂ କରି ଟିମ୍‌ ଇଣ୍ଡିଆର ଷ୍ଟ୍ରାଇକ୍‌ ବୋଲର ଯଶ୍‌ପ୍ରୀତ ବୁମ୍‌ରା ସର୍ବାଧିକ ୭ଟି ଉଇକେଟ ନେଇଥିବା ବେଳେ ଅନ୍ତିମ ଟି୨୦ରେ ୩ଟି ଉଇକେଟ ନେଇ ତାଙ୍କର ବୋଲିଂ ଏକାଗ୍ରତା ଫେରିପାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ସର୍ବାଧିକ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ସ୍ପିନର ସୋଧିଙ୍କ ବୋଲିଂ ବେଶ୍‌ ପ୍ରଭାବଶାଳୀ ରହିଥିଲା।
ଭାରତର ଏହି ସିରିଜ୍‌ ବିଜୟ ବେଶ୍‌ ରୋମାଞ୍ଚକ ଏବଂ ଆକର୍ଷଣୀୟ ଥିଲା। ନ୍ୟୁଜିଲାଣ୍ଡର ଛୋଟ ଗ୍ରାଉଣ୍ଡ ଏବଂ ପରିବେଶ ଆଦୌ ସହାୟକ ନ ଥିଲା। ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କୁ ବେଶ୍‌ ସୁହାଉଥିବା ଏହି ଗ୍ରାଉଣ୍ଡଗୁଡ଼ିକରେ ୫-୦ରେ ସିରିଜ ବିଜୟୀ ହେବା ଏକପ୍ରକାର ଅସମ୍ଭବ ଥିଲା। ବିରାଟ ବାହିନୀ ଏହି ସଫଳତା ଆଗକୁ ବଜାୟ ରଖିବ ବୋଲି ଆଶା କରାଯାଉଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଜଳବନ୍ଦୀ ଗାଁ ବୁଲି ସ୍ଥିତି ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ

ଗଞ୍ଜାମ,୩୦।୧୦(ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଅନେକ ଗାଁ ଜଳଘେରରେ ରହିଥିବାରୁ ଜନଜୀବନ…

ଦୁଃଖ ଆଣିଦେଲା ବନ୍ୟା: ଧୋଇ ହୋଇଗଲା ଶହ ଶହ କୋଟି ଟଙ୍କାର ସମ୍ପତ୍ତି

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ଭଞ୍ଜନଗର ଅଞ୍ଚଳବାସୀଙ୍କ ପାଇଁ ଅପାର ଦୁଃଖ ଓ ଦୁର୍ଦ୍ଦଶା ଆଣିଦେଇଛି। ଭଞ୍ଜନଗର ସହରବାସୀ ଦୀର୍ଘ ବର୍ଷ ପରେ…

ଶୁବମନ ଗିଲଙ୍କ କପାଳରେ ଲାଗିଛି ଅଜବ ଡିଭାଇସ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅକଲାଣ୍ଡ,୩୦।୧୦: କ୍ରିକେଟ ପଡ଼ିଆରେ ନିଜ ବ୍ୟାଟିଂକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶୁବମନ ଗିଲ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ…

ସ୍ମୃତି ମନ୍ଧାନାକୁ ମେସେଜ୍‌ କରିଥିଲେ ଧୋନୀ, ଖୋଲିଗଲା ବଡ଼ ରାଜ୍‌: ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ,୩୦।୧୦:: ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ଐତିହାସିକ ବିଜୟ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ: ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ଆଜି ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ପ୍ରଥମ ଦିନରେ ଗ୍ରୁପ-ସି’ର…

ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ସମ୍ପର୍କୀୟ ନାବାଳକ: ଅବସ୍ଥା ଗୁରୁତର

ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୋଲିସ ଜିଲା ଅନ୍ତର୍ଗତ ଜାମଦା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ନାବାଳକ ବଳାତ୍କାର…

ନନା-ଜେନାଙ୍କ ପତିଆରା ଲଢ଼େଇ: ଭାଜପାରେ ଶୀତଳ ଯୁଦ୍ଧ

ବାଲେଶ୍ୱର,୩୦ା୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ):ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା କିଛି ମାସ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ବାଲେଶ୍ୱର ଭାଜପାରେ ଶୀତଳ ଯୁଦ୍ଧ ତୀବ୍ର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?