Posted inଖେଳ

ସ୍ବିଡେନ୍‌ରେ ସ୍ବର୍ଣ୍ଣ ଜିତିଲେ ଚିତ୍ରା

ନୂଆଦିଲ୍ଲୀ, ୧୯ା୬ (ପି.ଟି.): ସ୍ବିଡେନ୍‌ର ସୋଲେନ୍‌ଟୁନାଠାରେ ଚାଲିଥିବା ଫୋକ୍‌ସାମ୍‌ ଗ୍ରାଁ ପ୍ରିରେ ଭାରତର ଏସିଆନ ଚାମ୍ପିୟନ ପି. ୟୁ. ଚିତ୍ରା ମହିଳା ୧୫୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏପ୍ରିଲରେ ଦୋହାଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିବା ଚିତ୍ରା ୪ ମିନିଟ ୧୨.୬୫ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରି ପ୍ରଥମ ହୋଇଥିଲେ। ଚଳିତ ସିଜନରେ ଚିତ୍ରାଙ୍କର ଏହା ଥିଲା ଶ୍ରେଷ୍ଠ ପ୍ରଦର୍ଶନ।
୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୫୦୦୦ ମିଟର ସ୍ବର୍ଣ୍ଣ ଜିତିଥିବା କେନିଆର ମର୍ସି ଚେରୋନୋ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଜିନସନ ଜନସନ ୩:୩୯.୬୯ ଟାଇମିଂରେ ପୁରୁଷ ୧୫୦୦ ମିଟର ରୌପ୍ୟ ଜିତିଛନ୍ତି। ଜୁନ୍‌ ୧୫ରେ ନେଦରଲାଣ୍ଡ୍ସର ନିଜ୍‌ମେଜେନଠାରେ ଅନୁଷ୍ଠିତ ନେକ୍ଟ ଜେନେରେଶନ ଆଥଲେଟିକ୍ସ ମିଟ୍‌ରେ ଜନସନ ୩:୩୭.୬୨ ଟାଇମିଂରେ ନିଜ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ଡେନମାର୍କଠାରେ ଅନୁଷ୍ଠିତ ଅନ୍ୟ ଏକ ପ୍ରତିଯୋଗିତା କୋପେନହାଗେନ୍‌ ଆଥଲେଟିକ୍ସ ଗେମ୍ସ ଲଙ୍ଗ୍‌ ଜମ୍ପ୍‌ ଜାତୀୟ ରେକର୍ଡଧାରୀ ମୁରଲୀ ଶ୍ରୀଶଙ୍କର ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଓପନିଂ ରାଉଣ୍ଡରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୭.୯୩ ମିଟର ରହିଥିଲା। ଶ୍ରୀଶଙ୍କର ଅନ୍ୟ ରାଉଣ୍ଡରେ ପ୍ରଦର୍ଶନ ୭.୮୯ ମିଟର, ୭.୮୮ ଏବଂ ୭.୬୧ ମିଟର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍କଟରେ ୩ ବିଶ୍ୱ ରେକର୍ଡ

ଲିଡ୍ସ,୫।୭- ଏଠାରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ୩ ବିଶ୍ୱ ରେକର୍ଡ ଅଧିକାରୀ...

ଟି-୨୦ ବିଶ୍ୱକପ୍‌ରେ ସବଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ‘ସିକ୍ସର୍‌ କିଙ୍ଗ’ ଲିଆମ ଲିଭିଙ୍ଗଷ୍ଟୋନ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିଥିଲେ। ସେ ଶନିବାର ଦକ୍ଷିଣ...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ ୨୧୬ରେ ସୀମିତ

ଖ୍ରୀଷ୍ଟଚର୍ଚ୍ଚ, ୩୦।୧ (ପି.ଟି.)- ଘରୋଇ ନ୍ୟୁଜିଲାଣ୍ଡ-ଏ ଓ ଭାରତ-ଏ ମଧ୍ୟରେ ଗୁରୁବାରଠାରୁ ଏଠାରେ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ୪ ଦିବସୀୟ...

ହନୁମା ରହିବେ, ରାହାନେ ନ ହେଲେ ପୂଜାରା ବାହାରିବେ

ନୂଆଦିଲ୍ଲୀ,୪।୧: ପିଠି ଯନ୍ତ୍ରଣା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜ୍‌ର ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ...

ଇତିହାସ ରଚିଲେ ଧାଓ୍ବନ

ମୁମ୍ବାଇ,୮।୪: ଆଇପିଏଲ୍‌ର ୧୬ତମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି...

ଏନଡିିଟିଏଲ୍‌ ଉପରୁ ସସ୍‌ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ...

ବଞ୍ଜା ଲୁକା ଚ୍ୟାଲେଞ୍ଜର: ଫାଇନାଲରେ ନାଗାଲ

ବଞ୍ଜା ଲୁକା, ୧୫।୯(ପି.ଟି)- ବୋସନିଆ ଓ ହର୍ଜଗୋଭିନାର ବଞ୍ଜା ଲୁକାଠାରେ ଚାଲିଥିବା ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟରେ ଭାରତୀୟ ଯୁବ ଖେଳାଳି ସୁମିତ ନାଗାଲ ପୁରୁଷ ସିଙ୍ଗଲ୍ସ...

ଅଲିମ୍ପିକ୍ସ ଭିଲେଜ ଖୋଲିଲା

ଟୋକିଓ, ୧୪ା୭(ଏପି)- ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ଭିଲେଜ ମଙ୍ଗଳବାର ଖୋଲାଯାଇଛି। ଆଥ୍‌ଲେଟମାନଙ୍କର ଦୈନିକ କୋଭିଡ୍‌ ଟେଷ୍ଟ ହେବ। ଘର ଛାଡ଼ିବା ପୂର୍ବରୁ ଦୁଇଥର ଏବଂ...

Advertisement
Archives

Model This Week