ସ୍ବାମୀଙ୍କୁ ଟାଙ୍ଗିଆରେ ହାଣି ଜେଲ ଗଲେ ସ୍ତ୍ରୀ

ଶଙ୍କରାଖୋଲ/ଟିକାବାଲି, ୮ା୯(ଡି.ଏନ୍‌.ଏ.)-ଚକାପାଦ ଥାନା ପସରା ପଞ୍ଚାୟତର ଗୋଚ୍ଛାବାରି ଗ୍ରାମରେ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ଗୁରୁବାର ରାତିରେ ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଛନ୍ତି ସ୍ତ୍ରୀ। ରାତିସାରା ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ରମାକାନ୍ତଙ୍କୁ ଶୁକ୍ରବାର ସକାଳେ ପୋଲିସ ସହାୟତାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ନଂ.୪୮/୧୯ରେ ମାମଲା ରୁୁଜୁ କରାଯାଇ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସବିତା ବେହେରା। ପ୍ରକାଶ ଯେ, ଗୋଛାବାରି ଗ୍ରାମ ନାଳ ଆରପଟେ ଥିବା ଭଡ୍ରାସିଂ ଗ୍ରାମର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ରମାକାନ୍ତ ଓ ସ୍ତ୍ରୀ ସବିତାଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା। ଗୁରୁବାର ରାତିରେ ସ୍ତ୍ରୀ ନାଳ ନିକଟରେ ଏକ ବୁଦାମୂଳେ ଟାଙ୍ଗିଆଧରି ଛପି ରହିଥିଲେ। ପ୍ରାୟ ୧୦ଟାରେ ସମ୍ପୃକ୍ତ ମହିଳାଙ୍କ ଘରୁ ସ୍ବାମୀ ରମାକାନ୍ତ ଫେରୁଥିବାବେଳେ ବେକକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ରମାକାନ୍ତ ତଳେ ପଡିଯାଇଥିଲେ। ମରିଗଲା ବୋଲି ଭାବି ସବିତା ପଳାଇ ଆସିଥିଲେ। ଶୁକ୍ରବାର ସକାଳେ ଗୋଛାବାରି ଗ୍ରାମର ଲୋକମାନେ ନାଳକୁ ଗାଧୋଇବାକୁ ଯିବାବେଳେ ରମାକାନ୍ତଙ୍କୁ ପଡିଥିବା ଦେଖି ତାଙ୍କ ସାନ ଭାଇ ଓ ଥାନାକୁ ଜଣାଇଥିଲେ। ଚକାପାଦ ପୋଲିସ ପହଞ୍ଚତ୍ ତଦନ୍ତ କରିଥିବା ବେଳେ ଚକାପାଦ ଥାନାରେ ରମାକାନ୍ତଙ୍କ ସାନଭାଇ ନଳନୀ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ନିଜସ୍ବ ଗୃହକୁ ପ୍ରବେଶ କଲା ବଣିକ ସଙ୍ଘ: ସିମନବାଡ଼ିରେ ଗୃହ ପ୍ରତିଷ୍ଠା, ଉତ୍ସବ ସମ୍ପନ୍ନ

ଦାରିଙ୍ଗବାଡ଼ି,୧୫।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ମା’ ପାଟ୍ଟଖଣ୍ଡା ବଣିକ ସଙ୍ଘ ଶୁକ୍ରବାର ନିଜସ୍ବ ନୂତନ କୋଠାରେ ପ୍ରବେଶ କରିଛି। ଏହି ଅବସରରେ…

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦାବିପତ୍ରରେ ଭୂମିହୀନଙ୍କୁ…

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍‌ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ନିଶା ସେବନକୁ ବିରୋଧ କଲେ ପୁଅ, କୀଟନାଶକ ପିଇଦେଲେ ବାପା: ଆଉ ତା’ପରେ…

ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ):ନିଶା ସେବନ କରି ଘରକୁ ଫେରିଥିଲେ ଜଣେ ବୃଦ୍ଧ। ଆଉ ନିଶା ସେବନକୁ ପୁଅ ବିରୋଧ କରିବାରୁ ବୃଦ୍ଧ ବାପା କୀଟନାଶକ ପିଇଦେଇ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ରାଜକିଶୋରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଗଣଶିକ୍ଷକ ସଂଘ

ଦାରିଙ୍ଗବାଡି,୧୧।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ସାଥି ଶିକ୍ଷକଙ୍କ ଦେହାନ୍ତ ପରେ ସହାୟତାର ହାତ ବଢ଼ାଇଲା ସାଙ୍ଗ ଏଭଳି ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri