Posted inଜାତୀୟ

ସ୍ବାକ୍ଷର ହେବ ୩.୫ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୧୪।୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ଦୁଇଦେଶ ମଧ୍ୟରେ ୩.୫ ବିଲିୟନ ଡଲାର (୨୫,୦୦୦ କୋଟି ଟଙ୍କା)ରୁ ଊର୍ଦ୍ଧ୍ୱ ମୂଲ୍ୟର ଦୁଇଟି ବୃହତ୍‌ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ ଆମେରିକା ୩୦ଟି ହେଭି ଡ୍ୟୁଟି ହେଲିକପ୍ଟର ଯୋଗାଇଦେବ। ସେଥିରେ ରହିଛି ନୌସେନା ପାଇଁ ୨୪ଟି ଏମ୍‌ଏଚ୍‌-୬୦ ରୋମିଓ ମଲ୍ଟି-ମିଶନ ହେଲିକପ୍ଟର ଓ ସ୍ଥଳସେନା ପାଇଁ ୬ଟି ଏଏଚ୍‌-୬୪ଇ ଆପାଚେ ଲଢ଼ୁଆ ଚୋପର। ଆଗାମୀ ସପ୍ତାହରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଏହି ଚୁକ୍ତିନାମାକୁ ମଞ୍ଜୁରୀ ଦେବାକୁ ଯାଉଛି। ଚୁକ୍ତି ଅନୁଯାୟୀ ଏମ୍‌ଏଚ୍‌-୬୦ଆର୍‌ ହେଲିକପ୍ଟର ମୂଲ୍ୟର ୧୫ ପ୍ରତିଶତ ଭାରତ ପ୍ରଥମ କିସ୍ତିରେ ପ୍ରଦାନ କରିବ। ଏହା ସ୍ବାକ୍ଷର ହେବାର ୨ ବର୍ଷ ମଧ୍ୟରେ ପ୍ରଥମ ଦଫା ହେଲିକପ୍ଟର ଯୋଗାଇ ଦିଆଯିବ। ୪ରୁ ୫ ବର୍ଷ ମଧ୍ୟରେ ୨୪ଟି ହେଲିକପ୍ଟର ମିଳିଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ୬ଟି ଆପାଚେ ହେଲିକପ୍ଟର ସିଧାସଳଖ କ୍ରୟ କରାଯିବ। ପୂର୍ବରୁ ବାୟୁସେନାରେ ୨୨ଟି ଆପାଚେ ହେଲିକପ୍ଟର ସାମିଲ ହୋଇଛି। ଏଥିପାଇଁ ୨୦୧୫ ସେପ୍ଟେମ୍ବରରେ ଆମେରିକା ସହ ୧୩,୯୫୨ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ୬ଟି ଆପାଚେ ହେଲିକପ୍ଟର ୨୦୨୨-୨୩ ସୁଦ୍ଧା ମିଳିବ ବୋଲି ଜଣାପଡିଛି। ଏଥିରେ ଷ୍ଟିଙ୍ଗର୍‌ , ହେଲଫାୟାର ଲଙ୍ଗ୍‌ବୋ ମିସାଇଲ ସାଙ୍ଗକୁ ବନ୍ଧୁକ ଓ ରକେଟ ଖଞ୍ଜାଯିବ। ସେହିପରି ଏମ୍‌ଏଚ୍‌-୬୦ଆର୍‌ରେ ହେଲ୍‌ଫାୟାର ମିସାଇଲ ସାଙ୍ଗକୁ ଏମ୍‌କେ-୫୪ ଟରପେଡୋସ୍‌ ଏବଂ ପ୍ରେସିଶନ୍‌-କିଲ୍‌ ରକେଟ ରହିବ। ଭାରତ ମହାସାଗର ଅଞ୍ଚଳରେ ଚାଇନାର ବୁଡ଼ାଜାହାଜ ନିୟମିତ ପଇଁତରା ମାରୁଥିବାରୁ ତାହାର ମୁକାବିଲା ପାଇଁ ନୌସେନା ନିମନ୍ତେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ପହଞ୍ଚିବାରୁ ଆଣ୍ଠୁମାଡି ପ୍ରଣାମ କରିବା ସହ କ୍ଷମା ମାଗିଲେ ମୋଦି, ବିନା ଲାଉଡ ସ୍ପିକରରେ ଜନସଭାକୁ କଲେ ସମ୍ବୋଧିତ

ଜୟପୁର,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନର ଆବୁ ରୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ମୋଦିଙ୍କୁ...

୪୨ ପିଏସ୍‌ୟୁରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ତୃଣମୂଳ ଏମ୍‌ପିଙ୍କ ଧାରଣା

ନୂଆଦିଲ୍ଲୀ,୮।୭: ଦେଶର ୪୨ଟି ପିଏସ୍‌ୟୁ(ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ)ରେ ପୁଞ୍ଜିପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ବିରୋଧ କରି ସୋମବାର...

ସାମ୍ବାର ଅନ୍ତର୍ଜାତୀୟ ସୀମାରେ ରାତ୍ରକାଳୀନ କର୍ଫ୍ୟୁ: ଆଲର୍ଟରେ ସୁରକ୍ଷାକର୍ମୀ

ଜମ୍ମୁ,୩।୧: ଜମ୍ମୁ-କଶ୍ମୀରର ସାମ୍ବା ଜିଲାରେ ଅନ୍ତର୍ଜାତୀୟ ସୀମାଠାରୁ ଏକ କିଲୋମିଟର ଦୂରତା ମଧ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଏହି ଅଞ୍ଚଳରେ...

ମୁଖ୍ୟ ସଚିବଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମମତା ମୋଦିଙ୍କୁ ଲେଖିଲେ ଚିଠି…

କୋଲକାତା,୩୧।୫: ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସମ୍ପ୍ରତି...

ଏମ୍‌ପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ,୨୪ା୩: ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ (ଏମ୍‌ପି)ର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ରାତି ୯ଟାରେ ଶପଥ ଗ୍ରହଣ...

ନକଲି ଡିଗ୍ରୀ ବିକ୍ରି ମାମଲା: ୧୭ ରାଜ୍ୟକୁ ଲମ୍ବିଛି ଚେର

ସୋଲାନ,୩୧।୧: ହିମାଚଳପ୍ରଦେଶର ସୋଲାନରେ ଥିବା ମାନବ ଭାରତୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ନକଲି ଡିଗ୍ରୀ ମାମଲା ନେଇ ୭୫ଟି ସ୍ଥାନରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଚଢ଼ାଉ ଜାରି...

ପୃଥିବୀକୁ ଖସିପାରେ ସୋଭିଏଟ୍‌ ମହାକାଶ ଯାନ

ନୂଆଦିଲ୍ଲୀ,୩୧।୫ :ଶୁକ୍ର ଗ୍ରହ ସମ୍ପର୍କରେ ଗବେଷଣା ଲାଗି ତତ୍କାଳୀନ ସୋଭିଏଟ୍‌ ରୁଷ୍‌ ୧୯୭୨ରେ ପଠାଇଥିବା ଏକ ମହାକାଶ ଯାନ ପୃଥିବୀ ପୃଷ୍ଠକୁ ଖସିବାର ସମ୍ଭାବନା ସୃଷ୍ଟି...

ସକ୍ରିୟ ମାମଲା ୪୧ ହଜାରରୁ କମ…

ନୂଆଦିଲ୍ଲୀ, ୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

Advertisement
Archives

Model This Week