ସ୍ବର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୧୪ା୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ମଙ୍ଗଳବାର ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସକାଳେ ସ୍ବର୍ଗତ ମହାପାତ୍ରଙ୍କ ମରଶରୀର ସ୍ବର୍ଗଦ୍ୱାରରେ ପହଞ୍ଚତ୍ଥିଲା। ପୁରୀ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ମୃତଦେହ ସତ୍କାର କରାଯାଇଥିଲା। ପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ପୁରୀର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଆଡିଶନାଲ ଏସ୍‌ପି ଅରୁଣ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂଙ୍କ ସମେତ ସ୍ବର୍ଗତ ମହାପାତ୍ରଙ୍କ ଆତ୍ମୀୟସ୍ବଜନ, ବହୁ ସମ୍ପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କଲା ଓଏସ୍‌ଆରଟିସି

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆରଟିସି) ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି ା ଏହି ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨ । ଟେଲିଫୋନରେ...

୪୮ ଘଣ୍ଟାରେ ଚାଷୀଙ୍କୁ ବକେୟା ନ ମିଳିଲେ ଆନ୍ଦୋଳନ: ଭାଜପା

ଭୁବନେଶ୍ୱର,୭ା୨(ବ୍ୟୁରୋ):ଚାଷୀ ବିକ୍ରି ଧାନର ଟଙ୍କା ପାଇପାରୁନାହାନ୍ତି। ମାସେ ବିତିଗଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚୁନାହିଁ। ଏହାର ପ୍ରତିବାଦରେ ଭାଜପା କୃଷକ ମୋର୍ଚ୍ଚାର ଏକ ୧୦...

ଦାଦନ ଶ୍ରମିକଙ୍କ କାଟିଥିଲେ ହାତ: ଏବେ ୧୦ ବର୍ଷ କାରାଦଣ୍ଡ

ଭବାନୀପାଟଣା,୧୯।୭(ସ୍ବ.ପ୍ର.): ୨୦୧୩ରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ୨ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହିତ ହାତ କଟାଯାଇଥିଲା। ଏହି ଘଟଣାର ଶେଷ ଅଭିଯୁକ୍ତ ପରଶୁରାମ...

ଧାନକିଣା ସ୍ଥିତି ସୁଧୁରୁନି

ବଲାଙ୍ଗୀର ଅଫିସ, ୫ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ସ୍ଥିତି ସୁଧୁରିନାହିଁ। ପ୍ରଥମରୁ ଟୋକନ ଅବ୍ୟବସ୍ଥାକୁ ନେଇ ଚାଷୀ ହରଡ଼ଘଣାରେ ପଡିଛନ୍ତି। ଏଯାବତ୍‌ ଏଥିରୁ ନିସ୍ତାର ପାଇ...

ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍‌ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩...

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉନି ପ୍ରଶାସନ: ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା

ରାଉରକେଲା ଅଫିସ,୧୨।୭-ଜଣେ କରୋନା ସଂକ୍ରମିତଙ୍କୁ ମେଡିକାଲ ନେବା ଦାବିରେ ରବିବାର କୋଏଲନଗର ଅଞ୍ଚଳର କିଛି ଲୋକ ପ୍ରଶାସନକୁ ନେହୁରା ହୋଇଛନ୍ତି। ହେଲେ ସେମାନଙ୍କୁ ନିରାଶ ହେବାକୁ...

ଆଖିପତାରେ ବଢୁଛି ମାଂସପିଣ୍ଡୁଳା

ନାଉଗାଁ,୨୭ା୫(ସ୍ବ.ପ୍ର.): ଆଖି ପତାରେ ବଢ଼ୁଛି ମାଂସପିଣ୍ଡୁଳା। ଅସହ୍ୟ ଯନ୍ତ୍ରଣା ହେଉଛି। ମାତ୍ର ନାବାଳକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। କାରଣ ସେ ଦିବ୍ୟାଙ୍ଗ ହୋଇଥିବାବେଳେ ଅନାଥ।...

ଜମି କିଣିବା ନାଁରେ ୧୫ ଲକ୍ଷ ଠକେଇ; ୧୦ ବର୍ଷ ପରେ ଜମି ପାଇଲେ ମହିଳା

ଗୋପାଳପୁର,୭ା୧୧-ଜଣେ ମହିଳାଙ୍କ ନାଁରେ ଜମି କିଣିବା ପାଇଁ ସମ୍ପର୍କୀୟ ଭାଇ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣି ସମ୍ପୃକ୍ତା ମହିଳାଙ୍କ ନାଁରେ...

Advertisement
Archives

Model This Week