Posted inଜାତୀୟ

ସ୍ବଦେଶ ଫେରିଲେ ୧୪୫ ଭାରତୀୟ: ହାତଗୋଡ଼ ବାନ୍ଧି ପଠାଇଲା ଆମେରିକା

ନୂଆଦିଲ୍ଲୀ,୨୨-୧୧:ଅନେକ ବର୍ଷ ଧରି ବେଆଇନ ଭାବେ ଆମେରିକାରେ ରହୁଥିବା ୧୪୫ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସ୍ବଦେଶକୁ ପଠାଇଦେଇଛି। ପ୍ରତ୍ୟର୍ପଣ ପରେ ସେମାନେ ଗୁରୁବାର ସକାଳେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଛନ୍ତି। ଏହା ସେମାନଙ୍କ ପରିବାର ପାଇଁ ଆଶ୍ୱସ୍ତି ଆଣିଦେଇଛି। ତେବେ ଯେପରି ଢଙ୍ଗରେ ସେମାନଙ୍କୁ ବିଦା କରାଯାଇଛି ତାହା ଅତ୍ୟନ୍ତ ଅପମାନଜନକ। ଚାର୍ଟାର୍ଡ ପ୍ଲେନ୍‌ରେ ବସାଇବା ପୂର୍ବରୁ ୧୪୫ ଭାରତୀୟଙ୍କ ହାତଗୋଡ଼ ବାନ୍ଧି ଦିଆଯାଇଥିଲା।
ଆରିଜେନାରୁ ଢାକା (ଯେଉଁଠି ୨୫ ବାଂଲାଦେଶୀଙ୍କୁ ପ୍ରତ୍ୟର୍ପଣ କରାଗଲା) ଦେଇ ନୂଆଦିଲ୍ଲୀରେ ବୁଧବାର ସକାଳ ୭ଟା ୩୦ରେ ପହଞ୍ଚତ୍ଥିଲା ଚାର୍ଟାର୍ଡ ପ୍ଲେନ। ଉକ୍ତ ବିମାନରୁ ବାହାରିଥିଲେ ୧୪୨ ପୁରୁଷ ଓ ୩ ମହିଳା, ଯାହାଙ୍କ ବୟସ ୧୯ରୁ ୩୧ ମଧ୍ୟରେ ହେବ। ସେମାନଙ୍କୁ ଅପରାଧୀ ଭଳି ବିମାନରେ ଅଣାଯାଇଥିଲା। ଏଠାରେ ପହଞ୍ଚତ୍ବା ପରେ ସେମାନଙ୍କୁ ଗୋଇନ୍ଦା ବ୍ୟୁରୋ (ଆଇବି) ଏବଂ ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍‌ଆର୍‌ଆର୍‌ଓ) ପକ୍ଷରୁ ପଚରାଉଚରା କରାଯାଇଥିଲା। ଆପ୍ରବାସନ ଔପଚାରିକତା ଶେଷ ହେବା ପରେ ସେମାନେ ନିଜ ନିଜ ରାଜ୍ୟ ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଓ ଗୁଜରାଟ ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି। ଆପ୍ରବାସନ ଅଧିକାରୀମାନେ କହିଛନ୍ତି, ଏହି ୧୪୫ ଭାରତୀୟଙ୍କ ନିକଟରେ ଆମେରିକାରେ ପ୍ରବେଶ କରିବା କିମ୍ବା ରହିବା ପାଇଁ ଅନୁମତି ଦେବା ଭଳି ଦସ୍ତାବିଜ ନ ଥିଲା। ଏହି ଯୁବତୀଯୁବକମାନେ ଏଜେଣ୍ଟମାନଙ୍କୁ ଜଣପିଛା ୨୫ ଲକ୍ଷ ଟଙ୍କା ଦେବା ପରେ ବିଭିନ୍ନ ସୀମା ଦେଇ ଆମେରିକାରେ ପ୍ରବେଶ କରିଥିଲେ। ଆମେରିକାରୁ ବେଆଇନ ପ୍ରବାସୀଙ୍କୁ ବିଦା କରିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ନିଷ୍ପତ୍ତି ନେବା ପରେ ଭାରତୀୟ ଦୂତାବାସ ସେମାନଙ୍କୁ ଚିହ୍ନଟ କରିଥିଲା। ଶରଣାର୍ଥୀ ଶିବିରରେ ରଖାଯାଇ ସେମାନଙ୍କୁ ଜରୁରୀ ପ୍ରମାଣପତ୍ର ଜରିଆରେ ଭାରତକୁ ପଠାଯାଇଥିବା ଜଣେ ଆପ୍ରବାସନ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ଏଜେଣ୍ଟମାନଙ୍କୁ ଏମାନେ ମୋଟା ଅଙ୍କର ଅର୍ଥ ଦେଇ ଆମେରିକା ଯାଇଥିଲେ, ସେମାନଙ୍କ ପତ୍ତା ମିଳୁନାହିଁ। ତେବେ ସେମାନଙ୍କୁ ଠାବ କରାଯିବ ବୋଲି କୁହାଯାଇଛି। ଆମେରିକାରୁ ଭାରତକୁ ଏହା ହେଉଛି ଏହି ଧରଣର ଦ୍ୱିତୀୟ ପ୍ରତ୍ୟର୍ପଣ। ଅକ୍ଟୋବର ୧୮ରେ ୩୧୧ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?