ସ୍ବଦେଶ ଫେରିଲା ନ୍ୟୁଜିଲାଣ୍ଡ ଟିମ୍‌

ଅକ୍‌ଲାଣ୍ଡ, ୧୮।୭- ଆଇସିସି ବିଶ୍ୱକପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ନିକଟରୁ ବାଉଣ୍ଡାରୀ ବ୍ୟବଧାନରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡ ଦଳ ଗୁରୁବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛି। ସିନିୟର ଖେଳାଳି ତଥା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ସମେତ ଟିମ୍‌ ସୌଦୀ, ଅଲ୍‌ରାଉଣ୍ଡର କଲିନ୍‌ ଡି ଗ୍ରାଣ୍ଡହୋମ୍‌, ସ୍ପିନର ମିଚେଲ ସାଣ୍ଟନରଙ୍କ ସମେତ ୭ଜଣ କିଓ୍ବି ଖେଳାଳି ଅକ୍‌ଲାଣ୍ଡ ବିମାନବନ୍ଦରରେ ଓହ୍ଲାଇଛନ୍ତି। ‘ଏହିଭଳି ଏକ ଚମତ୍କାର ବିଶ୍ୱକପ୍‌ ଫାଇନାଲ ଖେଳିବା ଅଦ୍ଭୂତପୂର୍ବ ଅଭିଜ୍ଞତା ଥିଲା। ମ୍ୟାଚ୍‌ର ୫୦ତମ ଓଭରରେ ମୋ ବଲ୍‌ରେ ଛକା ହୋଇଥିଲା। ବେନ୍‌ ଷ୍ଟୋକ୍ସ ଓ ଜୋ ରୁଟ୍‌ ଚମତ୍କାର ପାର୍ଟନରଶିପ୍‌ କରିଥିଲେ। ବିଜୟୀ ଲାଗି ଇଂଲଣ୍ଡ ଦଳକୁ ଅଭିନନ୍ଦନ’ ବୋଲି ବୋଲ୍ଟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଦୀର୍ଘ ୪ ମାସର ବ୍ୟବଧାନ ପରେ ମୁଁ ଘରକୁ ଫେରୁଛି। ମୋ ଡଗ୍‌ ସହ ପ୍ରଥମେ ସି-ବିଚ୍‌ ବୁଲିବାକୁ ଯିବି ବୋଲି ଟୁର୍ନାମେଣ୍ଟରେ ମୋଟ୍‌ ୧୭ ଉଇକେଟ୍‌ ନେବା ସହ ଆଇସିସି ବିଶ୍ୱକପ୍‌ ଟିମ୍‌ରେ ଦ୍ୱାଦଶ ଖେଳାଳି ଭାବେ ସ୍ଥାନ ପାଇଥିବା ବୋଲ୍ଟ ଏହି ଅବସରରେ ପ୍ରକାଶ କରିଛନ୍ତି। ‘ଆମେ ଯେଉଁଭଳି ଭାବେରେ ଖେଳିଲୁ କିଓ୍ବି କ୍ରିକେଟର୍‌ଙ୍କ ଲାଗି ଏହା ଗର୍ବର ବିଷୟ’ ବୋଲି ଫାଇନାଲ ମ୍ୟାଚ୍‌ରେ ବଦଳ ଖେଳାଳିଭାବେ ଫିଲ୍ଡିଂ କରିବାକୁ ଆସି ଏକ ଦର୍ଶନୀୟ କ୍ୟାଚ୍‌ ଦ୍ୱାରା ଜୋଶ୍‌ ବଟ୍‌ଲରଙ୍କୁ ଆଉଟ୍‌ କରିଥିବା ଟିମ୍‌ ସୌଦୀ କହିଛନ୍ତି। ନ୍ୟୁଜିଲାଣ୍ଡ ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାରେ ଘରୋଇ ଦଳ ବିପକ୍ଷରେ ୨ ଟେଷ୍ଟ ଓ ୩ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ଇନିଂସ ବିଜୟ

ହାମିଲଟନ, ୭।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ରବିବାର ଚତୁର୍ଥ ଦିନ ସକାଳେ ଏକ ଇନିଂସ ଓ ୧୩୪ ରନରେ ବିଜୟ...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ...

ମ୍ୟାକ୍‌ଗ୍ରାଥଙ୍କ ଡ୍ରିମ୍‌ ହ୍ୟାଟ୍ରିକ୍‌ ଲାଇନ୍‌ଅପ୍‌ରେ ଲାରା, ସଚିନ, ଡ୍ରାଭିଡ

ନୂଆଦିଲ୍ଲୀ, ୧୭ା୪: ନିଜ ସମୟରେ ଯେ କୌଣସି ପରିବେଶ ଓ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କ ମନରେ ଭୀତି ସଞ୍ଚାର କରି ପାରୁଥିବା ସ୍ପିଡ୍‌ଷ୍ଟର ହେଲେ ଅଷ୍ଟ୍ରେଲିଆର ଗ୍ଲେନ...

ଭାରତ ୨୪୪ ରନ୍‌ରେ ଅଲଆଉଟ୍‌

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ୬...

ସୟଦ ମୁସ୍ତାକ ଅଲି ଟି୨୦: ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ନେତୃତ୍ୱ

ଭୁବନେଶ୍ୱର,୨୪।୧୨(ପି.ଟି.): ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ। ଏଥି ଲାଗି ଗୁରୁବାର ଘୋଷିତ ହୋଇଯାଇଛି...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ବାଂଲାଦେଶ ୨୮ ରନରେ ପରାସ୍ତ

ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌...

ବ୍ରାଏଣ୍ଟଙ୍କ ପଦାଙ୍କ ଅନୁସରଣ କରିଥିଲେ ଝିଅ ଜିଆନା

କାଲିଫର୍ନିଆ, ୨୭।୧: କିମ୍ବଦନ୍ତୀ ବାସ୍କେଟବଲ୍‌ ଖେଳାଳି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ୧୩ବର୍ଷ ଝିଅ ଜିଆନା ମାରିଆ ମଧ୍ୟ...

ବଜରଙ୍ଗ, ରବିଙ୍କୁ ସ୍ବର୍ଣ୍ଣ

ରୋମ,୨୦।୧(ପି.ଟି.)- ଫୁଲ ଫର୍ମରେ ନ ଥିଲେ ବି ବଜରଙ୍ଗ ପୁନିଆ ଓ ରବି କୁମାର ଡାହିୟା ରୋମ ର଼୍ୟାଙ୍କିଙ୍ଗ୍‌ ସିରିଜ୍‌ରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ...

Advertisement
Archives

Model This Week