Posted inଖେଳ

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ୫୦୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିସହ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ୧୦ ହଜାର ରନ୍‌ ପୂରଣ କରିବାରେ ବିଶ୍ୱର ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଅଧିନାୟକ ପୋଲାର୍ଡ ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟରେ ମୋଟ ୯,୯୬୬ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୫ ବଲରେ ୩୪ ରନ୍‌ କରି ନିଜ ଦେଶର ବିସ୍ଫୋରକ ଓପନର କ୍ରିସ ଗେଲଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଗେଲ ଟି୨୦ ଫର୍ମାଟରେ ସର୍ବାଧିକ ୧୩,୨୯୬ ରନ୍‌ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ବ୍ୟତୀତ ୩୨ ବର୍ଷୀୟ ଖେଳାଳି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନରେ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟ ଖେଳନ୍ତି। ଏହି ଅବସରରେ ଗେଲ ଟୁଇଟ୍‌ କରି ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୫୦୦ ମ୍ୟାଚ୍‌ ଖେଳିବା ଓ ୧୦ ହଜାର ରନ୍‌ କ୍ଲବରେ ସାମିଲ ହେବା ପାଇଁ ଶୁଭେଚ୍ଛା ବୋଲି ପୋଲାର୍ଡ ଟୁଇଟ୍‌ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ୧୭୧ ରନ୍‌ରେ ସୀମିତ ରହିଥିଲା। ଏହି ବିଜୟ ସହ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଲବିଡବ୍ଲ୍ୟୁ ଅପିଲକୁ ଖାରଜ କରି ଓ୍ବାଇଡ ଦେଲେ ଅମ୍ପାୟର, ହସି ହସି ଗଡିଲେ ଖେଳାଳି

ବିଶ୍ୱ କ୍ରିକେଟରେ ଅମ୍ପାୟରଙ୍କ ଦକ୍ଷତା ଉପରେ ଗତ କିଛିବର୍ଷ ହେଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନଠାରେ ଖେଳାଯାଇଥିବା ମ୍ୟାଚ୍‌ରେ...

ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ…

ଲଣ୍ଡନ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ମ୍ୟାଚ ରବିବାର ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର...

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦକୁ ଫେରିଲେ ସିମନ୍ସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୧୫।୧୦ (ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର କୋଚ୍‌ ପଦକୁ ପୁଣିଥରେ ଫିଲ୍‌ ସିମନ୍ସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ...

ଭାରତୀୟ ଦଳରେ ନୂଆ ପେସର

ଲଣ୍ଡନ,୧।୯: ଇଂଲଣ୍ଡ ବିପକ୍ଷରେ ଗୁରୁବାର ଠାରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣା। ଟିମ୍‌...

୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍‌ କ୍ୟାରିୟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...

ଆବଶ୍ୟକତାରୁ ଜନ୍ମ ନିଏ ନୂତନତ୍ୱ – ପ୍ରମାଣ କଲେ ଭଦ୍ରକ ଚାଷୀ

ଭଦ୍ରକ ଅଫିସ, ୧୯।୩ – କଥାରେ ଅଛି ଆବଶ୍ୟକତାରୁ ଜନ୍ମ ନିଏ ନୂଆ ନୂତନତ୍ୱ। ଏହାକୁ ପ୍ରମାଣ କରି ଦେଖାଇନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ...

ଶ୍ରୀଲଙ୍କାର ସିରିଜ ବିଜୟ

ପାଲିକେଲ, ୪ା୫ (ଏପି)-ପଦାର୍ପଣ ମ୍ୟାଚରେ ପ୍ରବୀଣ ଜୟବିକ୍ରମଙ୍କ ୧୧ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ଏଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ୨୦୯ ରନରେ...

ହାମିଲଟନଙ୍କୁ ୯୦ତମ ଗ୍ରାଁ ପ୍ରି ଟାଇଟଲ

ମୁଗେଲୋ, ୧୪ା୯ (ଇଟାଲି): ରବିବାର ଅନୁଷ୍ଠିତ ପ୍ରଥମ ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌...

Advertisement
Archives

Model This Week