Posted inଖେଳ

ସ୍ପୋଟର୍‌ସ କ୍ଲାଇମ୍ବିଂ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବଢ଼ୁଛି

ଭୁବନେଶ୍ୱର, ୧୯ା୮(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋଟର୍‌ସ କ୍ଲାଇମ୍ବିଂ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ରେ ଗତ ଜୁଲାଇ ୨୬ରୁ ଚାଲିଥିବା ଟ୍ରେନିଂ ପ୍ରତି ଯୁବପିଢ଼ି ଆକୃଷ୍ଟ ହେଉଥିବା ପରିଲକ୍ଷିତ ହୋଇଛି। କମ୍‌ ଦିନ ମଧ୍ୟରେ ୩ ଡଜନରୁ ଅଧିକ ବାଳିକା ବାଳକ ଦୈନିକ ଟ୍ରେନିଂ ନେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ସୈନିକ ସ୍କୁଲ ଓ କିସ୍‌ ସ୍କୁଲର ଛାତ୍ରୀଛାତ୍ର ଅଧିକ ଅଛନ୍ତି। ଦେଶର ଅନ୍ୟତମ ଶ୍ରେଷ୍ଠ କ୍ଲାଇମ୍ବିଂ ସୁବିଧା ଓଡ଼ିଶାରେ ଉପଲବ୍ଧ। ଇଣ୍ଡିଆନ ମାଉଣ୍ଟେନରିଂ ଫାଉଣ୍ଡେଶନ(ଆଇଏମ୍‌ଏଫ୍‌) ପକ୍ଷରୁ ବାଳିକା ବାଳକମାନଙ୍କ ପାଇଁ ସୁରକ୍ଷାଜନିତ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି। ଏମାନଙ୍କ ମଧ୍ୟରେ କେତେଜଣ ଭଲ କ୍ଲାଇମ୍ବର ଏବଂ କୋଚ୍‌ ଅଛନ୍ତି। ସେମାନେ ପିଲାମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରୁଛନ୍ତି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତୀୟ ଦଳ ଏଠାରେ ଏସୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଟ୍ରେନିଂ ନେବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗକ୍ରମେ ଅନ୍ତର୍ଜାତୀୟସ୍ତରୀୟ କୋଚ୍‌ ଅଣାଯାଇ ଭାରତୀୟ ଦଳକୁ ଟ୍ରେନିଂ ଦିଆଯିବ ବୋଲି ଆଇଏମ୍‌ଏଫ୍‌ର ଜାତୀୟ ଅଧ୍ୟକ୍ଷ ବ୍ରିଗେଡିୟର ଏମ୍‌.ପି. ଯାଦବ ପ୍ରକାଶ କରିଛନ୍ତି। ସ୍ପୋଟର୍‌ସ କ୍ଲାଇମ୍ବିଂ ପ୍ରତି ରୁଚି ରଖୁଥିବା ଯୁବ କ୍ଲାଇମ୍ବରଙ୍କୁ ଏହା ନିଶ୍ଚିତଭାବେ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ସ୍ପୋଟର୍‌ସ କ୍ଲାଇମ୍ବିଂର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ, ଆଗାମୀ ଦିନରେ ଏହାର ଫଳାଫଳ ଜଣାପଡ଼ିବ। କେତେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍ପୋଟର୍‌ସ କ୍ଲାଇମ୍ବିଂ ଶିଖାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଆମକୁ ଉତ୍ସାହିତ କରିଛି ବୋଲି ଯାଦବ କହିଛନ୍ତି। ସ୍ପୋଟର୍‌ସ କ୍ଲାଇମ୍ବିଂ ବିଶ୍ୱରେ ଅନ୍ୟତମ ଦ୍ରୁତ ଆଦୃତ କ୍ରୀଡ଼ାରେ ପରିଣତ ହୋଇଛି। ଏହା ଏବେ ଅଲିମ୍ପିକ୍ସ କ୍ରୀଡ଼ା ଭାବେ ପରିଚିତ। ୨୦୨୦ ଜାପାନ ଅଲିମ୍ପିକ୍ସରେ ଏହା ପ୍ରଥମ ପଦାର୍ପଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri