Posted inଖେଳ

ସ୍ପାନିଶ କ୍ଲବ ଭାଲେନସିଆର ଏକତୃତୀୟାଂଶ ଖେଳାଳି ଆକ୍ରାନ୍ତ

ମାଡ୍ରିଡ୍‌, ୧୭।୩ (ଏଏଫ୍‌ପି)- ସ୍ପେନ ଫୁଟ୍‌ବଲ କ୍ଲବ ଭାଲେନସିଆ ଦଳର ୩୫ ପ୍ରତିଶତ ଖେଳାଳି ମାରାତ୍ମକ କରୋନା ଭାଇରସ୍‌ରେ ଆକ୍ରାନ୍ତ ରହିଛନ୍ତି। କ୍ଲବର ଏକତୃତୀୟାଂଶ ଖେଳାଳି ଓ ଷ୍ଟାଫ୍‌ଙ୍କ ରିପୋର୍ଟ ପଜିଟିଭ ବାହାରିଥିବା କ୍ଲବ ପକ୍ଷରୁ ଘୋଷଣା କରାଯାଇଛି। ଭାଲେନସିଆ ଗତ ମାସରେ ଆଟ୍‌ଲାଣ୍ଟ ବିପକ୍ଷ ଚାମ୍ପିୟନ୍ସ ଲିଗ୍‌ ରାଉଣ୍ଡ-୧୬ ମ୍ୟାଚ୍‌ ଖେଳିବା ଲାଗି ଇଟାଲୀର ମିଲାନ ସହର ଗସ୍ତ କରିଥିଲା। ସେହି ସମୟରେ ଖେଳାଳିଙ୍କ ମଧ୍ୟରେ ଭାଇରସ୍‌ ବ୍ୟାପୀଥିବା କ୍ଲବ ପକ୍ଷରୁ କୁହାଯାଇଛି। ‘ମ୍ୟାଚ୍‌ ପରେ କ୍ଲବ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯିବା ସତ୍ତ୍ୱେ ବର୍ତ୍ତମାନର ରିପୋର୍ଟରେ ୩୫ ପ୍ରତିଶତ ପଜିଟିଭ ବାହାରିଛି। ସମସ୍ତଙ୍କୁ ବର୍ତ୍ତମାନ ଘରେ ଆଇସୋଲେଟ୍‌ରେ ରଖାଯାଇ ମେଡିକାଲ ଚିକିତ୍ସା ଯୋଗାଇ ଦିଆଯାଉଛି’ ବୋଲି ଭାଲେନସିଆ କ୍ଲବ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କରୋନା ଦ୍ୱାରା ୟୁରୋପ୍‌ରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ସ୍ପେନ ୨ୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ସ୍ପେନରେ ୯୧୦୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୦୯ ଜଣ ମୃତ୍ୟୁବରଣ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରଭ ଗାଙ୍ଗୁଲି ନେଗେଟିଭ୍‌

କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ...

ଡବଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ :ବାର୍ଟିଙ୍କ ନିକଟତର ହେଲେ ପ୍ଲିସ୍‌କୋଭା

ପ୍ୟାରିସ, ୧୭ | ୯(ଏଏଫପି)- ସୋମବାର ପ୍ରକାଶିତ ଡବଲ୍ୟୁଟିଏ(ଓମେନ୍ସ ଟେନିସ ଆସୋସିଏଶନ) ର଼୍ୟାଙ୍କିଙ୍ଗ୍‌ରେ ଆଶ୍‌ଲେ ବାର୍ଟିଙ୍କ ନିକଟତର ହୋଇଛନ୍ତି କାରୋଲିନା ପ୍ଲିସ୍‌କୋଭା। ଅଷ୍ଟ୍ରେଲିଆର ବାର୍ଟି ଶୀର୍ଷସ୍ଥାନ...

ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ: ନୋ ବଲ ପାଇଁ ସ୍ବତନ୍ତ୍ର ଅମ୍ପାୟର ‘ପାଓ୍ବାର ପ୍ଲେୟାର’ ଏବେ ନୁହଁ

ମୁମ୍ବାଇ,୬।୧୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଗଭର୍ନିଂ କାଉନସିଲ୍‌ରେ ସୋମବାର କୋତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ରେ ନୋ ବଲ ନେଇ ଠିକ ନିଷ୍ପତ୍ତି ପାଇଁ...

ବିରାଟ-ଅନୁଷ୍କା ଜଣାଇଲେ ଖୁସି ଖବର, ଏହି ଫଟୋକୁ କରାଗଲା ସବୁଠୁ ଅଧିକ ପସନ୍ଦ

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ସବୁଠାରୁ ପ୍ରସିଦ୍ଧ ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଗଷ୍ଟ...

ଇତିହାସ ରଚିଲେ ମନ୍ଧାନା

ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍‌ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ...

ଅପ୍‌ଗ୍ରେଡ୍‌ ହେବ ୮ ଖେଲୋ ଇଣ୍ଡିଆ ସ୍ପୋଟର୍‌ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ,୧୭।୯(ପି.ଟି.): ଦେଶରେ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସ୍‌ସିଇ)କୁ ଅପ୍‌ଗ୍ରେଡ୍‌ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ସାମୟିକ ବାସନ୍ଦ ହେଲେ ପ୍ରଦୀପ

ନୂଆଦିଲ୍ଲୀ,୧୬।୭(ପି.ଟି.): ଭାରୋତ୍ତୋଳକ ପ୍ରଦୀପ ସିଂ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ସାମୟିକ ଭାବେ ବାସନ୍ଦ ହୋଇଛନ୍ତି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ପ୍ରଦୀପଙ୍କ...

ବିଶ୍ୱକପ ଦଳରୁ ବାଦ୍‌ ପଡିବାରୁ କାନ୍ଦିଲେ ଏହି ବ୍ୟାଟ୍ସମ୍ୟାନ୍‌

କାବୁଲ, ୧୦।୬: ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ କାନ୍ଦିକି ନିଜ ଅକ୍ରୋଶ ଜାହିର୍‌ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଦଳର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ୍‌।...

Advertisement
Archives

Model This Week