ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ୨ ସେବାୟତ ନିଲମ୍ବିତ

ପୁରୀ ଅଫିସ: ୨୪।୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଥିଲା। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମ ମାନି ଦାରୁବିଗ୍ରହଙ୍କ ସ୍ନାନନୀତି ଶୃଙ୍ଖଳିତ କରିଥିବା ବେଳେ ଅଳ୍ପ କେତେଜଣ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିଛନ୍ତି। ଏହି ଘଟଣାରେ ସୋମବାର ୨ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପକ୍ଷରୁ ଏକାଧିକ ସେବାୟତ ଓ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିଲା। ସିସିଟିଭି ଫୁଟେଜ ଆଧାରରେ ଏହି ନୋଟିସ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୦୩୫କୁ ବୃଦ୍ଧି

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ...

କରୋନା ମୁକାବିଲାକୁ ନେଇ ବଡ଼ ନିଷ୍ପତ୍ତି: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ/ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।...

ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ନାଲି ଚାଉଳ

ଚଣ୍ଡିଖୋଲ,୩ା୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଏବଂ ଗହମ ଯୋଗାଇ ଦେଉଛନ୍ତି। ଏହି ଚାଉଳ ସମ୍ପୂର୍ଣ୍ଣ ଧଳା ଓ...

ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ...

ନୂଆ କୋଲ୍‌ ବ୍ଲକ ଅଞ୍ଚଳ ପାଇଁ ହେବ ବନ୍ୟଜନ୍ତୁ ପରିଚାଳନା ଯୋଜନା

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଖଣି ଖନନ ଯୋଗୁ ରାଜ୍ୟରେ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହେଉଛି। ନୂତନ ଭାବେ ପ୍ରଦାନ କରାଯାଇଥିବା କୋଇଲା ଖଣି ଅଞ୍ଚଳରେ ହାତୀ ସମେତ ବନ୍ୟ ଜୀବଜନ୍ତୁମାନଙ୍କର...

ସୁସ୍ଥ ହେଲେ ୧୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୫ା୨- ଓଡ଼ିଶାରେ ଶୁକ୍ରବାର ୧୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୩୩ରେ...

ଆଉ ୩ଦିନ ତାତି, ୪ରୁ ପୁଣି ବର୍ଷା

ଭୁବନେଶ୍ୱର,୧ା୮(ବ୍ୟୁରୋ): ଶ୍ରାବଣ ମାସରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ...

ଜମି ହରାଉଛନ୍ତି ଏସ୍‌ସି, ଏସ୍‌ଟି

ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ...

Advertisement
Archives

Model This Week