ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର ଆସିବାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଅନୁମାନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ କମ୍ପାନୀଗୁଡିକର ରାଜସ୍ବ ପ୍ରାୟ ୬୦% ଖସିଯିବ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ପ୍ରମୁଖ କମ୍ପାନୀଗୁଡିକର ସିଇଓଙ୍କୁ ଏ ନେଇ ହୋଇଥିବା ସର୍ଭେରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି।
ରିପୋର୍ଟରେ କୁହାଯାଇଛି ଯେ, ଦେଶର ଆର୍ଥତ୍କ କାର୍ଯ୍ୟକଳାପ କ୍ଷେତ୍ରରେ ଉପୁଜିଥିବା ମାନ୍ଦାବସ୍ଥା ଦୀର୍ଘଦିନ ଧରି ରହିପାରେ। ଲକ୍‌ଡାଉନ ଶେଷ ହେବା ପରେ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ୪୫% ସିଇଓ ଆଶଙ୍କା କରିଛନ୍ତି। ୩୦୦ ସିଇଓଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରେ ପ୍ରାୟ ୨ ତୃତୀୟାଂଶ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ ଜଡିତ ପ୍ରତିନିଧି ରହିଛନ୍ତି। ସେହିଭଳି ପ୍ରାୟ ୪୫% କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ହ୍ରାସ ହେବା ନେଇ ଆଶଙ୍କା ରହିଛି। କ୍ଷେତ୍ରଗୁଡିକରେ ୧୫ରୁ ୩୦% ନିଯୁକ୍ତି ହ୍ରାସ ହେବା ନେଇ ସିଇଓ ଆଶଙ୍କା କରିଛନ୍ତି।
୨ ତୃତୀୟାଂଶ ସିଇଓ କହିଛନ୍ତି ଯେ, ସେମାନେ କାର୍ଯ୍ୟରତ ଫାର୍ମଗୁଡିକରେ ବର୍ତ୍ତମାନ ଯାଏ କର୍ମଚାରୀଙ୍କ ବେତନ ହ୍ରାସ କରାଯାଇନାହିଁ। ଲକ୍‌ଡାଉନ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଏହା ଜାରି ରହିଥିବାରୁ ଏହାର ପରିଣାମ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସାଂଘାତିକ ହୋଇଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷରେ କମ୍ପାନୀଗୁଡିକର ରାଜସ୍ବ ଗୁରୁତର ଭାବେ ପ୍ରଭାବିତ ହେବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜସ୍ବ ୪୦% କ୍ଷତିଗ୍ରସ୍ତ ହେବା ନେଇ ୩୩% ଫାର୍ମ ମତ ଦେଇଛନ୍ତି। ସେହିଭଳି ୩୨% ଫାର୍ମ କହିଛନ୍ତି ଯେ, ସେମାନଙ୍କ ରାଜସ୍ବ ୨୦%ରୁ ୪୦% ହ୍ରାସ ହୋଇପାରେ।
ବର୍ତ୍ତମାନ ବାଣିଜ୍ୟ କାରବାର ଗଭୀର କ୍ଷତିଗ୍ରସ୍ତ ହୋଇଥିବା ପ୍ରତି ୪ରୁ ୩ଟି ଫାର୍ମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିଭଳି ଚାହିଦା ନ ଥିବାରୁ ଏହା କାରବାରକୁ ପ୍ରଭାବିତ କରୁଥିବା ଅର୍ଦ୍ଧାଧିକ ଫାର୍ମ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ ଜରୁରୀ ହୋଇ ପଡିଛି। ହେଲେ ଏପଟେ ଗତ ୪୦ ଦିନରୁ ଅଧିକ ସମୟ ଧରି ଫାର୍ମଗୁଡିକ ବନ୍ଦ ହୋଇ ରହିଥିବାରୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚିଛି। ଫାର୍ମଗୁଡିକ ପୂର୍ବ ସ୍ଥିତିକୁ ଫେରିବେ ବୋଲି ବର୍ତ୍ତମାନ କିଛି କହି ହେଉନାହିଁ। ସରକାର ଆର୍ଥତ୍କ କାର୍ଯ୍ୟକଳାପକୁ ସୁଚିନ୍ତିତ ଭାବେ ଚାଲୁ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଜୀବିକା ଏବଂ ଆର୍ଥତ୍କ କାର୍ଯ୍ୟକଳାପକୁ ଫେରାଇ ଆଣିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri