ଜଗତ୍ସିଂହପୁର ଅଫିସ,୧୨ା୬: ଜଗତ୍ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ ଥିବା ଅବକାରୀ ଥାନାଗୁଡିକ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଏଥିଯୋଗୁ ଜିଲାରେ ଅବାଧରେ ବେଆଇନ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ, ଭାଙ୍ଗ ଓ ମଦ କାରବାର ବଢି ଚାଲିଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଜିଲାରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଖାଲିପଡିଛି। ଏହି ସ୍ଥାନରେ ଏକମାତ୍ର ଡାଏ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ସମ୍ଭାଳିଛନ୍ତି। କେବଳ ଇନ୍ସ୍ପେକ୍ଟର ଓ ସବ୍ ଇନ୍ସ୍ପେକ୍ଟର(ଏସ୍ଆଇ) ପଦବୀ (୨ଟି ଲେଖାଏଁ) ପୂରଣ ଅଛି। କିନ୍ତୁ ଏଏସ୍ଆଇ ପଦବୀ ସଂଖ୍ୟା ୬ ଥିଲେ ସୁଦ୍ଧା ୧ଟି ଖାଲିପଡିଛି। ସର୍ବାଧିକ କନ୍ଷ୍ଟେବଳ ପଦବୀ ଖାଲି ରହିଛି। ମୋଟ ଅନୁମୋଦିତ ପଦବୀ ସଂଖ୍ୟା ୨୩ ଥିବାବେଳେ ୯ଟି ଖାଲି ରହିଛି। ଅନୁରୂପ ଭାବେ ମୁଖ୍ୟ କିରାଣୀ ପଦବୀ ଖାଲିପଡିଛି। ଜିଲା ଅବକାରୀ ବିଭାଗ ଆବଶ୍ୟକତା ଦୃଷ୍ଟିରୁ ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରାଯିବା କଥା। କାରଣ ଜନସଂଖ୍ୟା ବଢିବା ସହ ବଜାର ମଧ୍ୟ ଆଶାତୀତ ଭାବେ ବଢିଛି। ପୂର୍ବରୁ ରାଜ୍ୟ ସରକାର ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା ସହ ରାଜସ୍ବ ବୃଦ୍ଧି ପାଇଁ ଯେତିକି ଅନୁମୋଦିତ ପଦବୀ ସୃଷ୍ଟି କରିଥିଲେ ତାହା ଏବେ ବି ବଳବତ୍ତର ରହିଛି। ଏଭଳି ସ୍ଥିତିରେ ବିଭାଗ ଅନୁମୋଦିତ ପଦବୀ ପୂରଣ ନ କରିବା ଚିନ୍ତାର ବିଷୟ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ଜିଲା ପାଇଁ ୨୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଏହାର ୭୮.୮୧% ଅର୍ଥାତ୍ ୧୬ କୋଟି ୯୪ଲକ୍ଷ ୬୨ ହଜାର ୮୬ ଟଙ୍କା ସଂଗ୍ରହ ହୋଇଥିଲା। ରାଜସ୍ବ ସଂଗ୍ରହ କମିଥିବାରୁ ୨୦୧୮-୧୯ରେ ସରକାର ଧାର୍ଯ୍ୟଲକ୍ଷ ୧୮କୋଟିକୁ କମାଇଥିଲେ। ଏଥର ମଧ୍ୟ ୪୧.୧୯% ଅର୍ଥାତ୍ ମାତ୍ର ୭ କୋଟି ୪୧ଲକ୍ଷ ୪୯ ହଜାର ୧୯୧ ଟଙ୍କା ସଂଗ୍ରହ ହୋଇଥିଲା। ୨୦୧୯-୨୦ରେ ଧାର୍ଯ୍ୟଲକ୍ଷ୍ୟ ଆହୁରି କମାଯାଇ ୯ କୋଟି ରଖାଯାଇଛି। ତେବେ ବିଭାଗ ଏହି ଲକ୍ଷ୍ୟ ପୂରଣରେ କେତେ ସଫଳ ହେଉଛି ତାହା ସମୟ କହିବ। ସୂଚନାଯୋଗ୍ୟ, ଅବକାରୀ ବିଭାଗର ଏକ ସ୍କ୍ବାଡ୍ ରହିଛି। ଏହି ସ୍କ୍ବାଡ୍ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବା କଥା। କିନ୍ତୁ ଜିଲାରେ ଏହି ସ୍କ୍ବାଡ୍ ସ୍ଥାଣୁ ପାଲଟିଯାଇଛି। ସ୍କ୍ବାଡ୍ ଅଧିକାରୀ ଅସୁସ୍ଥ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ଜିଲାରେ ଅବକାରୀ ଥାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଥାନା ପ୍ରତିଷ୍ଠା ହେବାପରେ ପୋଲିସ ଉପରେ ଅବକାରୀ ମାମଲାର ଚାପ କମିଯିବ। ଏଥିସହ ଅବକାରୀ ଥାନା ଜିଲାରେ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା ସହ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଜିଲାରେ ୪ଟି ଥାନା ଓ ୧ ମୋବାଇଲ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଜଗତ୍ସିଂହପୁର, ବାଲିକୁଦା, ତିର୍ତ୍ତୋଲ ଓ ପାରାଦୀପ ଠାରେ ଅବକାରୀ ଥାନା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଗୁଡିକ ମଧ୍ୟରୁ ଜଗତ୍ସିଂହପୁର ଅବକାରୀ ଥାନା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରେ ପ୍ରତିଷ୍ଠା ହେବ। ଏନେଇ ପାଖାପାଖି ୨ ବର୍ଷ ପୂର୍ବରୁ ଜମି ଚିହ୍ନଟ ସହ ଟେଣ୍ଡର ସରିଥିଲା। କିନ୍ତୁ ଠିକାଦାରଙ୍କ ମୃତ୍ୟୁପରେ ପୁନଃ ଟେଣ୍ଡର ହୋଇଥିଲା। ମାତ୍ର କାମ ସନ୍ତୋଷଜନକ ଭାବେ ଆଗେଇପାରିନି। ଏଥିମଧ୍ୟରେ କେବଳ ବିଲ୍ଡିଂର ମୂଳଦୁଆ ପଡିଛି। ବାଲିକୁଦା ବାଲିସାହି ନିକଟରେ ଥାନା ପାଇଁ ଜମି ଚିହ୍ନଟ ହୋଇଛି। କିନ୍ତୁ କାମ ଆଗାଉନି। ତିର୍ତ୍ତୋଲ ତେନ୍ତୁଳିପଦା ନିକଟରେ ଥାନା ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ପାରାଦୀପ ଚୁନଭାଡିରେ ଜମି ଚିହ୍ନଟ ହୋଇଛି। କାମ ପାଇଁ ଟେଣ୍ଡର ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ବାତିଲ କରି ଦିଆଯାଇଛି। ନୂଆ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନାହିଁ। ମୋବାଇଲ କାର୍ଯ୍ୟାଳୟଟି ପୂର୍ବରୁ କୋର୍ଟ ଛକ ନିକଟରେ ଥିଲା। ଏହି କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଏସ୍ଆଇ ଅନୁପସ୍ଥିତ ଥିବାରୁ ତାହା ଅଚଳ ରହିଛି। ଏହାର ସ୍ଥାୟୀ ବିଲ୍ଡିଂ ପାଇଁ ସ୍ଥାନ ଚିହ୍ନଟ ହୋଇନି। ଥାନା ବିଲ୍ଡିଂ ପାଇଁ ଅନୁଦାନ ଆସିଛି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ପୃଥକ ଭାବେ ଅନୁଦାନ ରାଶି ଦିଆଯାଇଛି। କିନ୍ତୁ ବିଭିନ୍ନ ବାହାନା ନେଇ କାମରେ ବିଳମ୍ବ କରାଯାଉଛି। ଏହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନି। ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ରତିକାନ୍ତ ପଣ୍ଡା କହିଛନ୍ତି ଯେ, ବାସ୍ତବରେ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରୁଛି। ଏଥିସହ ବିଭିନ୍ନ କାରଣରୁ ଥାନା ବିଲ୍ଡିଂ କାମ ଆଗେଇପାରୁନି। ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। ତାହା ନ ହେଲେ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ବିଭାଗ ଶତପ୍ରତିଶତ ସଫଳ ହୋଇପାରିବ ନାହିଁ।
Posted inଜଗତ୍ସିଂହପୁର View All
କଲେଜ ଫେୟାରଓ୍ବେଲ୍ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…
ଜଗତ୍ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…
ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…
ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍ପିଏମ୍) ୩ରେ ବୁଧବାର ଲାଗିଛି।…
୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ
ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…
ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ
ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…
ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…
ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…
ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…
ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…
ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ
ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍ ଦିଗରେ…
ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ
ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…
Archives

