Posted inଖେଳ

ସ୍ତ୍ରୀ ସାକ୍ଷୀଙ୍କ ସହ କେମିତି ଖୁସିରେ ଅଛନ୍ତି, ରାଜ୍‌ ଖୋଲିଲେ ଧୋନୀ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନୀ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ କେବେ ଫେରିବେ, ତାହା ବଡ ପ୍ରଶ୍ନ ହୋଇ ରହିଛି। କିନ୍ତୁ ଅବସରକୁ ନେଇ ଚିନ୍ତିତ ନାହାନ୍ତି ଧୋନୀ। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଧୋନୀ ବ୍ୟକ୍ତିଗତ ଜୀବନୀକୁ ବଡ ଖୁଲାସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଙ୍କ ବିବାହକୁ ନେଇ ପ୍ରଶ୍ନ ପଚରାଯିବାରୁ ଧୋନୀ କହିଥିଲେ, ବିବାହର ପ୍ରକୃତ ଅର୍ଥ ୫୫ ବର୍ଷରେ ଜଣାପଡେ। ମୁଁ ଏଥିପାଇଁ ଭଲ ସ୍ବାମୀ ବୋଲି ନିଜକୁ କହିବି, କାରଣ ସାକ୍ଷୀ ଯାହା ଇଚ୍ଛା କରନ୍ତି ବା ତାଙ୍କୁ ଯାହା ଭଲ ଲାଗେ ମୁଁ ତାଙ୍କୁ ତାହା କରିବାକୁ ଅନୁମତି ଦିଏ। କାରଣ ସେ ଖୁସି ରହିଲେ ହିଁ ମୁଁ ଖୁସିରେ ରହିପାରିବି। ବିବାହ ପୂର୍ବରୁ ସବୁ ପୁରୁଷ ସିଂହ ଭଳି ଥାନ୍ତି କିନ୍ତୁ ବିବାହ ପରେ ଆପଣ କ’ଣ ତାହା ୫୫ ବର୍ଷରେ ହିଁ ଜଣାପଡେ ବୋଲି ଧୋନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୟଙ୍କ ସ୍ଥାନରେ ଗୁରବାଜ୍‌

ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍‌ଙ୍କୁ ଦଳରେ ନେବା ଯଥେଷ୍ଟ...

ପୁଅକୁ ଅଶ୍ୱଚାଳନା ଶିଖାଉଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଏହି କାରଣରୁ କ୍ରିକେଟରମାନେ ପରିବାର ସହ ସମୟ ବିତାଉଥିବାବେଳେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବ୍ୟସ୍ତ...

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଆୟ କରନ୍ତି ଜାଣନ୍ତି କି?

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ...

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ...

ହାତରେ ଓଡ଼ିଆ ଟାଟୁ କରି ଚର୍ଚ୍ଚାରେ ଥିଲେ ଭାରତର ପ୍ରସିଦ୍ଧ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଗର୍ଲଫ୍ରେଣ୍ଡ୍‌ ପାଇଁ ତ ଆଉ କେତେବେଳେ ନିଜ ଫ୍ୟାଶନ୍‌ ଷ୍ଟାଇଲ୍‌...

ନଭେମ୍ବରରେ ଖେଳାଯାଇପାରେ ଅବଶିଷ୍ଟ ପିଏସ୍‌ଏଲ ମ୍ୟାଚ୍‌

କରାଚୀ,୨୩।୩(ପି.ଟି.)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ୫ମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ନଭେମ୍ବରରେ ଆୟୋଜନ କରିବାକୁ ପିସିବି ଯୋଜନା କରୁଛି। କୋଭିଡ୍‌-୧୯ ଜନିତ ପରିସ୍ଥିତିରେ ସୁଧାର...

ସିରିଜ୍‌ ମୂଳ ପୋଛ କଲା ଭାରତ

ମାଉଣ୍ଟ ମାଉଁଗାନୁଇ,୨।୨- ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ମୂଳପୋଛ...

ଲାଞ୍ଚ ଦେଇ ମ୍ୟାଚ୍‌ ଦେଖିଥିଲେ ବାଂଲାଦେଶ ଟାଇଗର

ଢାକା,୩୦।୫(ଏଏଫ୍‌ପି)- ବାଂଲାଦେଶ କ୍ରିକେଟ ଦଳର ସୁପରଫ୍ୟାନ ଭାବେ ପରିଚିତ ଶୋୟାବ ଅଲି ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରି ଜାତୀୟ ଦଳକୁ ସମର୍ଥନ କରନ୍ତି। ଦେହ...

Advertisement
Archives

Model This Week