Posted inବରଗଡ଼

ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ

ଅତାବିରା,୧୬।୬(ଡି.ଏନ୍‌.ଏ.)-ରାଜ୍ୟ ଓ କେନ୍ଦ୍ର ସରକାର ସବୁବର୍ଗର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଛନ୍ତି ା ସେମିତି ଜଣେ ରୋଗୀ ହେଲେ ବରଗଡ଼ ଜିଲା ଭେଡେନ ଥାନା ବକଟି ପଞ୍ଚାୟତ ବୁର୍ଦ୍ଧା ହରିଜନପଡ଼ାର ମେନକା ଭୋସାଗର (୩୪) । ଗତ ୪ ତାରିଖରୁ ସେ ବୁର୍ଲା ଭିମ୍‌ସାରର ମହିଳା ମେଡିସିନ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ା ମେଡିକାଲରେ ଆବଶ୍ୟକ ଔଷଧ ମିଳୁ ନ ଥିବାରୁ ତାଙ୍କ ସ୍ବାମୀ ପଦ୍ମଲୋଚନ ବାହାରୁ ଚଢ଼ା ଦରରେ କିଣୁଛନ୍ତି ା ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ଏହି ପରିବାରର ଜମିବାଡି ନାହିଁ । ପ୍ରତିମାସରେ ରାଶନକାର୍ଡରେ ୧୫ କେଜି ଚାଉଳ ମିଳୁଛି । ଆବାସ ଗୃହ ମିଳି ନ ଥିବାରୁ ଝାଟିମାଟି ଘରେ ଦିନ କାଟୁଥିବା ଏହି ପରିବାର ପାଇଁ ଏବେ ଦୁଃଖ ମାଡ଼ି ବସିଛି ା ମେନକା କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବା ପରେ ପଦ୍ମଲୋଚନ ଚିନ୍ତାରେ ପଡିଛନ୍ତି ।
ପୁଅ ଚନ୍ଦ୍ରଶେଖର (୭), ସ୍ତ୍ରୀ ମେନକାଙ୍କୁ ନେଇ ପଦ୍ମଲୋଚନଙ୍କ ଛୋଟ ସଂସାର ା ସ୍ବାମୀ ଯାହା ରୋଜଗାର କରୁଥିଲେ ସେଥିରେ ମେନକା ପରିବାର ଚଳାଉଥିଲେ ା ହେଲେ ଦିନେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ ା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ା ଆବଶ୍ୟକ ପରୀକ୍ଷା ନିରୀକ୍ଷା ପରେ ମେନକା କିଡ୍‌ନୀ ଜନତି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା ା ଏହାର କିଛିଦିନ ପରେ ତାଙ୍କୁ ଭିମ୍‌ସାର ସ୍ଥାନାନ୍ତର କରାଯାଇଛି ା ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତ ୧୧ ଦିନ ମଧ୍ୟରେ ତାଙ୍କୁ ୫ ୟୁନିଟ୍‌ ରକ୍ତ ଦିଆସରିଲାଣି ବୋଲି ପଦ୍ମଲୋଚନ କହିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ା
ସୂଚନାଯୋଗ୍ୟ, ପଦ୍ମଲୋଚନ ୨୦୧୪ରୁ ପଶ୍ଚିମ ଓଡ଼ିଶା ଟ୍ରାଫିକ ସଂଯୋଜକ ଭାବେ କାମ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପୁର ଅଞ୍ଚଳରେ କୁଆପଥର ବୃଷ୍ଟି: ବ୍ୟାପକ ଧାନ ଫସଲ ନଷ୍ଟ, ପ୍ରଶାସନିକ ତଦନ୍ତ ଆରମ୍ଭ

ବିଜେପୁର, ୨୫।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ଓ ରାତିରେ କୁଆପଥର ବୃଷ୍ଟି ହୋଇଥିଲା। ବର୍ତ୍ତମାନ ରବି ଧାନ ଅମଳ ସମୟ...

ଧାନବିଲକୁ ପଶିଗଲା ଯାତ୍ରୀବାହୀ ବସ୍‌

ଅତାବିରା,୧୨।୪(ଡି.ଏନ୍‌.ଏ.): ସୋନପୁର-ଗୋଡ଼ଭଗା ୫୪ ନମ୍ବର ରାଜ୍ୟ ରାଜପଥର ଅତାବିରା ବ୍ଳକ ଦୁଲମପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋନପୁର...

ବରଗଡ଼ରେ ନାଇଟ୍‌ କର୍ଫ୍ୟୁ

ବରଗଡ଼ ଅଫିସ୍‌,୫।୪: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଜିଲାରେ ୩୨୬ ଜଣ ନୂଆ ଆକ୍ରାନ୍ତ...

ରାସ୍‌ତାରେ ପଲ୍‌ହା ରୁଇଲେ ଗଁ। ବାସୀ

  ଜାମଟିକ୍ରା, ୩।୮ (ଡି.ଏନ୍‌.ଏ): ଗଁା ଗଁାରେ ହେବା ବିକାଶ। ହଁସ୍‌ବେ ଜନତା ଆର ବିକାଶ ହେବା ଗଁାର। ଏନ୍‌ତା ସବୁ ନାରା ଦେଇ ସରକାର...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ ଅଫିସ୍‌,୧୪।୧୨: ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମାଣ୍ଡୋସିଲ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରୁ ମଙ୍ଗଳବାର ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ...

ଚିଠିକୁ ନେଇ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୪ା୨:ଚାଷୀଙ୍କୁ ବକେୟା ବିଦ୍ୟୁତ୍‌ ଦେୟ ଛାଡ଼ ଦାବି ନେଇ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଦାବି କରିଆସୁଛନ୍ତି। ଏ ନେଇ ବିଭିନ୍ନ ଚାଷୀ...

ମଣ୍ଡିରୁ ଉଠୁନି ଧାନ: ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରପାଲି, ୨୧।୬(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଥିଲେ...

କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା

ବରଗଡ଼ ଅଫିସ୍‌, ୨୦।୧୦- କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ବଢ଼ି ଚାଲିଛି। କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳି, ବନ୍ଧେଇ ଶ୍ରମିକମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

Advertisement
Archives

Model This Week