Posted inବରଗଡ଼

ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ

ଅତାବିରା,୧୬।୬(ଡି.ଏନ୍‌.ଏ.)-ରାଜ୍ୟ ଓ କେନ୍ଦ୍ର ସରକାର ସବୁବର୍ଗର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଛନ୍ତି ା ସେମିତି ଜଣେ ରୋଗୀ ହେଲେ ବରଗଡ଼ ଜିଲା ଭେଡେନ ଥାନା ବକଟି ପଞ୍ଚାୟତ ବୁର୍ଦ୍ଧା ହରିଜନପଡ଼ାର ମେନକା ଭୋସାଗର (୩୪) । ଗତ ୪ ତାରିଖରୁ ସେ ବୁର୍ଲା ଭିମ୍‌ସାରର ମହିଳା ମେଡିସିନ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ା ମେଡିକାଲରେ ଆବଶ୍ୟକ ଔଷଧ ମିଳୁ ନ ଥିବାରୁ ତାଙ୍କ ସ୍ବାମୀ ପଦ୍ମଲୋଚନ ବାହାରୁ ଚଢ଼ା ଦରରେ କିଣୁଛନ୍ତି ା ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ଏହି ପରିବାରର ଜମିବାଡି ନାହିଁ । ପ୍ରତିମାସରେ ରାଶନକାର୍ଡରେ ୧୫ କେଜି ଚାଉଳ ମିଳୁଛି । ଆବାସ ଗୃହ ମିଳି ନ ଥିବାରୁ ଝାଟିମାଟି ଘରେ ଦିନ କାଟୁଥିବା ଏହି ପରିବାର ପାଇଁ ଏବେ ଦୁଃଖ ମାଡ଼ି ବସିଛି ା ମେନକା କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବା ପରେ ପଦ୍ମଲୋଚନ ଚିନ୍ତାରେ ପଡିଛନ୍ତି ।
ପୁଅ ଚନ୍ଦ୍ରଶେଖର (୭), ସ୍ତ୍ରୀ ମେନକାଙ୍କୁ ନେଇ ପଦ୍ମଲୋଚନଙ୍କ ଛୋଟ ସଂସାର ା ସ୍ବାମୀ ଯାହା ରୋଜଗାର କରୁଥିଲେ ସେଥିରେ ମେନକା ପରିବାର ଚଳାଉଥିଲେ ା ହେଲେ ଦିନେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ ା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ା ଆବଶ୍ୟକ ପରୀକ୍ଷା ନିରୀକ୍ଷା ପରେ ମେନକା କିଡ୍‌ନୀ ଜନତି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା ା ଏହାର କିଛିଦିନ ପରେ ତାଙ୍କୁ ଭିମ୍‌ସାର ସ୍ଥାନାନ୍ତର କରାଯାଇଛି ା ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତ ୧୧ ଦିନ ମଧ୍ୟରେ ତାଙ୍କୁ ୫ ୟୁନିଟ୍‌ ରକ୍ତ ଦିଆସରିଲାଣି ବୋଲି ପଦ୍ମଲୋଚନ କହିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ା
ସୂଚନାଯୋଗ୍ୟ, ପଦ୍ମଲୋଚନ ୨୦୧୪ରୁ ପଶ୍ଚିମ ଓଡ଼ିଶା ଟ୍ରାଫିକ ସଂଯୋଜକ ଭାବେ କାମ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri