Posted inଫୁରସତ

ସ୍ତ୍ରୀଙ୍କୁ ମିଛ କହି ପ୍ରେମିକାଙ୍କ ସହ ଇଟାଲୀ ଯାଇଥିଲେ ବ୍ୟକ୍ତି, ଏବେ କରୋନାରେ ଆକ୍ରାନ୍ତ

ରୋମ୍‌: ବଲିଉଡ୍‌ର ଏକ ପ୍ରସିଦ୍ଧ ଗୀତ ଅଛି, ଯାହାକୁ ଆପଣ ନିଶ୍ଚିତ ଶୁଣିଥିବେ। ଗୀତଟି ହେଲା ପ୍ୟାର୍‌ ହମେ କିସି ମୋଡ୍‌ ପେ ଲେ ଆୟା, କ୍ୟା କରେ ହାୟ, କୋଇ ତ ବତାୟେ ଅବ୍‌ କ୍ୟା ହୋଗା…। ଏହି ଗୀତ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କାରଣ ସେ ତାଙ୍କ ସ୍ତ୍ରୀଙ୍କୁ ମିଛ କହି ପ୍ରେମିକାଙ୍କ ସହିତ ଇଟାଲୀ ଯାଇଥିଲେ। ଚାଇନା ପରେ ଏବେ ଇଟାଲୀରେ ସବୁଠୁ ଅଧିକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀର ବ୍ୟକ୍ତିଜଣକ ସ୍ତ୍ରୀଙ୍କୁ କହିଥିଲେ ବ୍ୟବସାୟ କାମରେ ସେ ବାହାରକୁ ଯାଉଛନ୍ତି। ମାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ଘଟଣା ପଦାକୁ ଆସିଛି। ସେଠାରେ ଯେତେବେଳେ ତାଙ୍କ ପରିଚୟ ପଚରାଗଲା ପ୍ରେମିକାଙ୍କ ନାଁ କହିବାକୁ ସେ ମନା କରିଦେଲେ। ସେ କେବଳ ଏତିକି କହିଛନ୍ତି ତାଙ୍କ ସ୍ତ୍ରୀ ଏକଥା ଜାଣିନାହାନ୍ତି। ଏହି ସଂକ୍ରମଣ କେମିତି ହେଲା ତାହା ଜଣାପଡ଼ିନାହିଁ। ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଲୋକେ ଥଟ୍ଟା ପରିହାସ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, କରୋନା ସହ ଲଢ଼ି ହୁଏତ ବଞ୍ଚିଯିବେ ମାତ୍ର ସ୍ତ୍ରୀଙ୍କୁ ସାମ୍ନା କରିପାରିବେ ତ? ଅନୁମାନ କରନ୍ତୁ ଯଦି ସ୍ତ୍ରୀ ଜାଣିଲେ ତେବେ ତାଙ୍କ ପରିସ୍ଥିତି କ’ଣ ହେବ। ଏହିଭଳି ଅନେକ କମେଣ୍ଟ କରିଛନ୍ତି ୟୁଜର। ଆଉ କିଛି ୟୁଜର ଉକ୍ତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ

ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ...

ଅନ୍ୟକୁ ବଞ୍ଚାଇ ନିଜେ ଚାଲିଗଲେ

୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି...

ମିଳିଲା ୧୦୦ ବର୍ଷର ଲଭ୍‌ ଲେଟର, ଏଥିରେ ଲେଖା ଥିଲା…

ବ୍ରିଟେନରେ ଜଣେ ନାବାଳକ ତାଙ୍କ ଘରୁ ଏକ ଲଭ୍‌ ଲେଟର ପାଇଛନ୍ତି। ଯାହାକି ୧୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଏହି ଲଭ୍‌ ଲେଟରରେ ଗୁପ୍ତ...

ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫...

ହଳଦିଆ ଜିଭ, ପେଟରେ ଦରଜ ପରି ଲକ୍ଷଣ ଦେଖି ଚିନ୍ତାରେ ପଡ଼ିଲେ ଡାକ୍ତର; ପରେ ଜାଣିଲେ…

ଜଣେ ୧୨ ବର୍ଷର ବାଳକଙ୍କ ହଳଦିଆ ଜିଭ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତଦ୍‌ବ୍ୟତୀତ ବାଳକର ଶରୀରରେ କେତେକ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରେ...

କରୋନା ଯୋଗୁ ମହାରାଷ୍ଟ୍ରରେ ପ୍ରଥମରୁ ଅଷ୍ଟମ ଅଲ୍‌ ପାସ୍‌

ମୁମ୍ବାଇ,୨୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ...

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ।...

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ

ଦକ୍ଷିଣ କୋରିଆରେ ଏକାଦିକ୍ରମେ ଦୁଇ ବର୍ଷ ଧରି ଶ୍ରେଷ୍ଠ ବୈଜ୍ଞାନିକ ହେବାର ଗୌରବ ଲାଭ କରିଛନ୍ତି ଓଡ଼ିଆ ଝିଅ ଡ. ରୂପଶ୍ରୀ ରାଗିଣୀ ଦାସ। ଓଡ଼ିଶା...

Advertisement
Archives

Model This Week