ସ୍ତ୍ରୀଙ୍କୁ ନିର୍ଯାତନା, ହତ୍ୟା ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ଜଗନ୍ନାଥପ୍ରସାଦ,୬ା୧୧(ଡି.ଏନ.ଏ.)-ପ୍ରେମ ବିବାହ କରି ସ୍ତ୍ରୀଙ୍କୁ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ଜଗନ୍ନାଥପ୍ରସାଦ ପୋଲିସ ମଙ୍ଗଳବାର କୋର୍ଟଚାଲାଣ କରିଛି। ସେ ହେଲେ ଟୁକୁନା ବେହେରା। ଏ ନେଇ ନଂ. ୧୮୩/୧୯ରେ ମାମଲା ରୁଜୁ କରାଯାଇଛି। ଜଗନ୍ନାଥପ୍ରସାଦ ଥାନା ଚିକିଲି ଗ୍ରାମର ଗୌତମୀଙ୍କୁ ଆଜ୍ଞାପ୍ରସାଦ ଗଁାର ଟୁକୁନା ଭଲ ପାଉଥିଲେ। ଉଭୟ ଗୋଟିଏ ଜାତିର ହୋଇ ନ ଥିବାରୁ ବିବାହରେ ପ୍ରତିବନ୍ଧକ ସାଜିଥିଲେ ପରିବାର ଲୋକେ। ତେଣୁ ସେମାନେ ୨୦୧୪ରେ ଗାଁ ଛାଡ଼ି ସୁରାଟ ଯାଇ ସେଠାରେ କୋର୍ଟରେ ବିବାହ କରିଥିଲେ। ବିବାହର କିଛିମାସ ସବୁ ଠିକ୍‌ ଥିଲା। ପରେ ଅର୍ଥ ଅଭାବରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା। ତେଣୁ ସେମାନେ ଗାଁକୁ ଫେରି ଆସି ଜଗନ୍ନାଥପ୍ରସାଦରେ ଭଡା ଘରେ ରହୁଥିଲେ। ବାହାରେ କାମକରି ଗୁଜୁରାଣ ମେଣ୍ଟାଉଥିଲେ ବି ଶାନ୍ତି ମିଳୁ ନ ଥିଲା। ସୋମବାର ରାତିରେ ପୁଣି କୌଣସି କାରଣରୁ ଗୌତମୀଙ୍କୁ ଟୁକୁନା ୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ମଙ୍ଗଳବାର ଥାନାରେ ଗୌତମୀ ଏତଲା ଦେବାରୁ ପୋଲିସ ଟୁକୁନାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

ଓଡିଶା ନିର୍ମାଣ ସଂଘର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୦ା୧-ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ସଂଘ କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦା ଛକଠାରେ ଶ୍ରମିକମାନେ...

କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

କୋକସରା,୨୯।୯(ଡି.ଏନ୍‌.ଏ.): କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ନେଗିଗୁଡ଼ା ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ଭଣାଡୋଙ୍ଗରି ଅଞ୍ଚଳରୁ ଗୁରବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ଉପରୁ...

ଟିଫିନ ବୋମା ଜବତ

ଫିରିଙ୍ଗିଆ,୧ା୯(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ କିଛି ମାସ ପୂର୍ବେ ସୁମରୁବନ୍ଧ ଅଞ୍ଚଳର ପୁରୁଣା ସରପଞ୍ଚଙ୍କୁ ମାଓବାଦୀ ହତ୍ୟା କରିଥିଲେ। ସେହିପରି ଫିରିଙ୍ଗିଆ ଥାନା...

କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି

ସିମୁଳିଆ,୪ା୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରବାହିତ କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ଫଳରେ ନଦୀ...

କାର ତଳେ ଚାପି ହୋଇ ଶ୍ୱଶୁର ମୃତ, ଅଳ୍ପକେ ବର୍ତିଲେ ଜ୍ୱାଇଁ

ଓଡଗାଁ,୨୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ପଥରାପିଚୁ ଫାକ୍ଟ୍ରି ନିକଟରେ ରବିବାର ଅପରାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ତଳେ ଚାପି ହୋଇ...

ଆଗ୍ରହ ବେଳେ ଅଭାବ

ଅନୁଗୋଳ ଅଫିସ, ୩୦ା୬ – ମହାମାରୀ କରୋନାରୁ ସୁରକ୍ଷା ଦେଉଛି ସଞ୍ଜୀବନୀ। ତେଣୁ ନିଶ୍ଚିତ ଟିକା ଲଗାଇବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରି...

ଜଳିଗଲା ୧୭ ବଖରା

ବସ୍ତା,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ଶନିବାର ନିଅଁା ଲାଗି ୯ ପରିବାରର ୧୭ ବଖରା ଘର ପୋଡ଼ିଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନ...

Advertisement
Archives

Model This Week