Advertisement

ସ୍କ୍ରାପ୍‌ରେ ୭୦ ଫୁଟର ଗିଟାର ନିର୍ମାଣ କଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୮ା୭- ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀରୁ ବହୁ କ୍ଷୁଦ୍ର ଓ ବୃହତ୍‌ ମଡେଲ ପ୍ରସ୍ତୁତ କରି ସାରା ଭାରତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ଆଇଟିଆଇ ା
୩୨ ଫୁଟ ଉଚ୍ଚତା ମଧ୍ୟରେ ବିଭିନ୍ନ ସ୍କ୍ରାପ୍‌ ତଥା ଆବର୍ଜନାରେ ପେଡିଏଟର, ମାଛ, ହରିଣ, ଜିରାଫ ପ୍ରଭୃତି ବୃହତ୍‌କାୟ ମଡେଲ ନିର୍ମାଣ କରି ଏହି ଅନୁଷ୍ଠାନ ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ସହ ପ୍ରଶଂସିତ ହୋଇଛି ା
ଏବେ ଅନୁଷ୍ଠାନର ଫିଟର, ଇଲେକ୍ଟ୍ରିସିଆନ, ପ୍ଲମ୍ବର, ପେଣ୍ଟର, ୱେଲଡର ଟ୍ରେଡର ଛାତ୍ରୀଛାତ୍ରମାନେ ପ୍ରସ୍ତୁତ କରିଥିବା ୭୦ ଫୁଟ ଉଚ୍ଚତାର ବୃହତ୍ତକାୟ ଗିଟାରକୁ ନେଇ ପୁଣି ଏହା ଚର୍ଚ୍ଚା ପରିସରକୁ ଆସିଛି ା ୭୦ ଫୁଟ ଉଚ୍ଚତା ଓ ୨୫ ଫୁଟ ଓସାର ନିର୍ମିତ ଏହି ଗିଟାରକୁ ଗୁରୁବାର ଅନୁଷ୍ଠାନ କ୍ୟାମ୍ପସ ପରିସରରେ ସ୍ଥାପନ କରାଯାଇଛି ା ଏହାର ଓଜନ ପ୍ରାୟ ୮ ଟନରୁ ଊର୍ଦ୍ଧ୍ୱ ରହିଛି ା ଏହାକୁ ପ୍ରସ୍ତୁତି ପାଇଁ ପ୍ରାୟ ୪ ମାସରୁ ଅଧିକ ସମୟ ଲାଗିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ା ତେବେ ପ୍ରଥମ ଥର ପାଇଁ ଏହି ମଡେଲଟି ଗୋଲଡେନ ବୁକ ଅଫ ୱାଲ୍ଡ ରେକର୍ଡ ଅଥବା ଲିମ୍‌କା ବୁକ ଅଫ୍‌ ରେକର୍ସରେ ସ୍ଥାନୀତ ହେବା ନେଇ ଆଶା ରହିଥିବା ଅନୁଷ୍ଠାନ ଅଧ୍ୟକ୍ଷ ରଜତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବିତ୍ପାତ: ବ୍ରହ୍ମପୁର ଜଳମଗ୍ନ

ବ୍ରହ୍ମପୁର ଅଫିସ,୨୫ା୧୦- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ଗଞ୍ଜାମ ଜିଲାରେ ବର୍ଷା ଜାରି ରହିଛି ା ଗୋପାଳପୁର ପାଣିପାଗ କେନ୍ଦ୍ର ପକ୍ଷରୁ...

କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ସମ୍ମାନ

ଭୁବନେଶ୍ୱର, ୯ା୯(ବ୍ୟୁରୋ):ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ(କିସ୍‌)କୁ ମିଳିଛି ବିଶ୍ୱର ଶ୍ରେଷ୍ଠ ଶିକ୍ଷା ସମ୍ମାନ। ଶିକ୍ଷା କ୍ଷେତ୍ରରେ...

ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।...

ଗଞ୍ଜାମରେ ପୁଣି ୩୩ କରୋନା ସଂକ୍ରମିତ: ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଲା

ବ୍ରହ୍ମପୁର ଅଫିସ,୮ା୬: ପ୍ରବାସୀ ଫେରନ୍ତାଙ୍କ ପାଇଁ ଜିଲାରେ କରୋନା ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଦିନ ରେକର୍ଡ ବୃଦ୍ଧି ଘଟୁଛି। ସୋମବାର ଜିଲାରେ ପୁଣି ୩୩...

ରାଜ୍ୟରେ ୨,୬୦୨ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୨,୬୦୨ କରୋନା ଆକ୍ରାନ୍ତ...

ନ୍ୟାୟ ନ ପାଇ ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ିଗଲେ ମହିଳା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବାସ ନିକଟରେ ଥିବା ଏକ ଗଛରେ ଜଣେ ମହିଳା ଚଢ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କମିଶନରେଟ ପୋଲିସ ଓ...

ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି

ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ...

୮ ଦିନ ହେଲାଣି ଶିରୋଲ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କଲେ ବିଡିଓ, ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା ,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୮ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଦୂଷିତ ଜଳ ପିଇବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ...

Advertisement
Archives

Model This Week