Posted inଜାତୀୟ

ସ୍କୁଲରେ ସିଏଏ ବିରୋଧୀ ନାଟକ: ୬୦ ଛାତ୍ରଙ୍କୁ ୪ ଘଣ୍ଟା ଜେରା

ବେଙ୍ଗାଲୁରୁ, ୫-୨:କର୍ନାଟକର ବିଦାରସ୍ଥିତ ଏକ ସ୍କୁଲରେ ସିଏଏ ବିରୋଧୀ ନାଟକ ପରିବେଷଣ କରାଯିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ଏହି ନାଟକରେ ଅଭିନୟ କରିଥିବାବେଳେ ପୋଲିସ ସେମାନଙ୍କୁ ଜେରା କରିବା ଆରମ୍ଭ କରିଛି। ଗତ ଜାନୁୟାରୀ ୨୧ରେ ଏହି ନାଟକ ଶାହିନ ପ୍ରାଇମେରୀ ଆଣ୍ଡ୍‌ ହାଇସ୍କୁଲରେ ପରିବେଷଣ କରାଯାଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଜଣେ ଛାତ୍ରଙ୍କ ମା’ଙ୍କୁ ପୋଲିସ ଗତ ଜାନୁୟାରୀ ୩୦ରେ ଗିରଫ କରିଥିଲା। ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏହି ନାଟକ ପରିବେଷଣ କରିଥିଲେ। ପୋଲିସ ସେମାନଙ୍କୁ ଜେରାବେଳେ ଏହି ନାଟକ କିଏ ଲେଖିଥିଲେ, ଶିକ୍ଷକ ଏଥିଲାଗି ଉତ୍ସାହିତ କରିଥିଲେ କି ନାହିଁ ଆଦି ପ୍ରଶ୍ନ କରିଥିବା ଜଣାପଡ଼ିଛି। ଗତ ୪ ଦିନ ହେବ ପିଲାମାନଙ୍କୁ ପୋଲିସ ଏଭଳି ଜେରା କରିଚାଲିଛି। ଏଭଳି ପୋଲିସ କାର୍ଯ୍ୟାନୁଷ୍ଠାନକୁ ବେଙ୍ଗାଲୁରୁରେ ଅଭିଭାବକମାନେ ବିରୋଧ କରିଛନ୍ତି। ପିଲାଙ୍କୁ ବାରମ୍ବାର ଜେରାକରିବା, ଶିକ୍ଷକ ଓ ପିଲାଙ୍କ ଅଭିଭାବକଙ୍କୁ ଗିରଫ କରିବା ଠିକ୍‌ ନୁହେଁ ବୋଲି କୁହାଯାଇଛି। ସ୍କୁଲ ବିରୋଧରେ ପୋଲିସ ଦେଶଦ୍ରୋହ ମାମଲା ଲଗାଇବାକୁ ପ୍ରୟାସ କରୁଥିବାବେଳେ ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି...

ବର୍ଷାଜଳ ସଂରକ୍ଷଣ ପାଇଁ ପ୍ରତି ଗାଁ ମୁଖିଆଙ୍କୁ ଚିିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁ ମୁଖିଆଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଦୃଷ୍ଟିରେ ରଖି ଏମିତି ଚିଠି ଲେଖିଛନ୍ତି।...

ବିଚାରପତିଙ୍କୁ ହତ୍ୟା ମାମଲା, ଜାଣି ଅଟୋ ଦେଇଥିଲା ଧକ୍କା, ସିବିଆଇ ରିପୋର୍ଟ..

ରାଞ୍ଚି,୨୩।୯: ଝାଡ଼ଖଣ୍ଡର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଜୁଲାଇରେ ହତ୍ୟା କରାଯାଇଥିଲା। ସେ ମର୍ନିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି...

ମେଡିକାଲ ଛାତ୍ରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚଣ୍ଡିଗଡ଼,୭ ।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁରୁବାର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏବେ ସମସ୍ତଙ୍କ ମନରେ ବଡ ଉତ୍ସାହ ଜାଣିବା ପାଇଁ...

ପୁଣି ବୁଡିଲା ମାୟାନଗରୀ

ମୁମ୍ବାଇ,୮।୭: ଲଗାଣ ବର୍ଷାରେ ବେହାଲ ହୋଇଥିବା ମୁମ୍ବାଇ ସହର ମାତ୍ର ଦିନେ ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ସୋମବାରଠାରୁ ଏଠାରେ ପରିସ୍ଥିତି ଜଟିଳ ହୋଇପଡିଛି।...

ଟନେଲ ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୋପାଳ,୧୪।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୪୫୦ କିମି ଦୂର ସଲିମାନାବାଦ୍‌ରେ ଶନିବାର ସନ୍ଧ୍ୟାରେ ଏକ ନିର୍ମାଣଧୀନ ଟନେଲ ଭୁଷୁଡ଼ି ପଡ଼ିବାରୁ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି।...

ବଳାତ୍କାର ସମୟରେ ପୀଡ଼ିତାଙ୍କର ବିରୋଧ ନ କରିବା ସହମତି ନୁହେଁ, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ବଳାତ୍କାର ମାମଲାରେ ପୀଡ଼ିତା ବିରୋଧ କରି ନ ଥିଲେ ବି ଏହାକୁ ବଳାତ୍କାର ଭାବେ ଗ୍ରହଣ କରାଯିବ। ସେ ଏହାର ବିରୋଧ ନ...

ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅହମଦାବାଦରେ ପହଞ୍ଚିଲେ ଏମ୍ସ ନିର୍ଦ୍ଦେଶକ

ଅହମଦାବାଦ,୯।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶନିବାର ଗୁଜରାଟ ଅହମଦାବାଦର ସିଭିଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସେଠାରେ ସେ...

Advertisement
Archives

Model This Week