ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଏକ ଟିମ୍‌ ସ୍କୁଲରେ ପହଞ୍ଚି ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ କହିଛନ୍ତି।

ପ୍ରକାଶଯୋଗ୍ୟ, ବୁଧବାର ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଛାତ୍ରଜଣଙ୍କ ପାଇଖାନା ଯାଇଥିଲେ। ସେ ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇଯାଇଥିଲା। କ୍ଲାସରୁମ୍‌ରେ ତାଙ୍କ ବ୍ୟାଗ୍‌ ଥିଲେ ହେଁ ପିଅନ ତାହା ନ ଦେଖି ତାଲା ପକାଇ ଦେଇଥିଲେ। ଏପରିକି ସ୍କୁଲ ଗେଟ୍‌ରେ ମଧ୍ୟ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଥିଲେ। ପାଇଖାନାରୁ ବାହାରିବା ପରେ ଗେଟ୍‌ରେ ତାଲା ପଡ଼ିଥିବା ଦେଖି ପିଲାଟି କାନ୍ଦିଥିଲା। ଏହା ଶୁଣି ଗାଁ ଲୋକେ ପିଅନକୁ ଡାକିଥିଲେ। ଶେଷରେ ପିଅନ ଯାଇ ତାଲା ଖୋଲି ପିଲାଟିକୁ ବାହାର କରିଥିଲେ। ଏନେଇ ପଚରାଯିବାରେ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ପ୍ରତିଦିନ ୨ ଜଣ ପିଲାଙ୍କୁ ତାଲା ପକାଇ ରଖାଯାଏ। ଅଭିଭାବକ ନ ଆସିଥିଲେ, ପିଲାମାନଙ୍କୁ ଏମିତି ରଖୁ। କାଲି ମଧ୍ୟ ଜାଣିଶୁଣି ଆମେ ପିଲାକୁ ସ୍କୁଲରେ ରଖିଥିଲୁ। ବାହାରେ ତାଲା ପକାଇ ପିଲାକୁ ଜଗିଥିଲୁ ବୋଲି ସେ ପ୍ରତିକ୍ରିୟା ଦେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଶେଇ ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ଗଛ ଚାରା: ତଦନ୍ତ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

କେନ୍ଦୁଝର, ୨୫।୮(ସ୍ବ.ପ୍ର.): ସରକାର ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଚାରା...

କରୋନା ସହ ଲଢ଼େଇର ଏବେ ଚତୁର୍ଥ ପର୍ଯ୍ୟାୟ: ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତି ଘରର ସଦସ୍ୟ

ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ତିନୋଟି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ଥିଲେ ସରକାର ଅର୍ଥାତ ପ୍ରଶାସନ। ଏବେ ଜୁନ୍‌ ମାସ ଚତୁର୍ଥ ପର୍ଯ୍ୟାୟର ସମୟ।...

୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି।...

ଆବାସ ଯୋଜନାରେ ଗଫଲତି: ବିଡିଓକୁଁ ଗୁହାରି କଲେ ହକ୍‌ଦାର ହିତାଧିକାରୀ

ଜାମଟିକ୍ରା, ୧୯।୨ (ଡି.ଏନ୍‌.ଏ.)- ସରକାରୀ ଯୋଜନାର ଲାଭ୍‌ କେନ୍‌ଥେଇ ହକ୍‌ଦାର ହିତାଧିକାରୀ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ଅନେକ ବିଭାଗ, ଯୋଜନାକେ ୫ଟି, ମୋ ସରକାରରେ...

୨୮ ହାବିଲଦାରଙ୍କ ପଦୋନ୍ନତି

କଟକ ଅଫିସ, ୨୯।୧୧- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୨୮ ଜଣ ହାବିଲଦାରଙ୍କୁ ହାବିଲଦାର ମେଜର ପଦବୀକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଶୁକ୍ରବାର ପୋଲିସ ମୁଖ୍ୟାଳୟ...

୬ ବର୍ଷରୁ ଅଧିକ ରହିପାରିବେନି ବିଇଓ, ଡିଇଓ ଅଫିସରେ ଥିବା କିରାଣି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଏଣିକି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି...

ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି

ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି...

ଗାଡ଼ି ଧକ୍କାରେ ମା’, ଛୁଆ ଭାଲୁ ମୃତ

ରେଢାଖୋଲ,୨୬ା୧୨(ଡି.ଏନ.ଏ.): ରେଢାଖୋଲ-ବଡମାଲ ପୂର୍ତ୍ତ ବିଭାଗ ରାସ୍ତାର ବଂଶାଜାଲ ପୋଲ ନିକଟରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ମା’ ଓ ଛୁଆ ଭାଲୁର ମୃତ୍ୟୁ...

Advertisement


Archives

Model This Week