ସ୍କୁଲପିଲାଙ୍କୁ ପଢ଼ାଇଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୪୦ ଗାଈ ଗୁହାଳକୁ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗ ଅନୁଧ୍ୟାନ କରିଥିଲେ। ‘ମୋ ଗୋଧନ ସ୍କିମ ଯୋଜନା’ରେ ସେଠାରେ ଗୋବର ଗ୍ୟାସ ଉତ୍ପାଦନ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେଠାରେ ଥିବା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଯାଇ କିଛି ସମୟ ଛାତ୍ରୀଛାତ୍ରଙ୍କୁ ଜିଲାପାଳ ପାଠ ପଢାଇଥିଲେ । ଏଥିସହିତ ସ୍କୁଲ ପିଲାଙ୍କ ନିମନ୍ତେ ପାଠାଗାର ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ l ଖେଳପଡିଆ, ପାନୀୟଜଳ ବ୍ୟବସ୍ଥା ଆଦି ଉପରେ ମଧ୍ୟ ଜିଲାପାଳ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ l ସ୍କୁଲ ପିଲାମାନେ ସ୍କୁଲକୁ କିପରି ଆସୁଛନ୍ତି ସେ ନେଇ ଜିଲାପାଳ ପଚାରି ବୁଝିଥିଲେ। ପିଲାମାନଙ୍କ ଯାତାୟାତ ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ l ଜିଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ଜ୍ୟୋତିଶଙ୍କର ରାଏ, ବ୍ଲକ ସିଡିପିଓ, ସମିତିସଭ୍ୟ, ପରିଚାଳନା କମିଟି ସଭାପତି ବାବୁଲା ପଲାଇ, ସ୍କୁଲ ଭାରପ୍ରାପ୍ତ ପ୍ରିନି୍ସପାଲ ପ୍ରମୋଦ କୁମାର ଓଝାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ସହଯୋଗରେ ସମାଧାନ ହେବ ମାମଲା

ଢେଙ୍କାନାଳ ଅଫିସ,୪ା୧୦- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଜିଲାସ୍ତରୀୟ ପୋଲିସ-ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଭୂମେଶ ଚନ୍ଦ୍ର...

ସଂରକ୍ଷଣ ପାଇଁ ପ୍ୟାନେଲ

ଭୁବନେଶ୍ୱର,୮।୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଗୁରୁବାର ଏ ନେଇ...

ବେତ କାରୁକାର୍ଯ୍ୟରେ ନିପୁଣ ଶିଳ୍ପୀ ସୁଦର୍ଶନ

ସୋର, ୧୭।୧୦(ଡି.ଏନ.ଏ.)- ବେତରେ ବିଭିନ୍ନ ସାମଗ୍ରୀ ତିଆରି କରିବା କଳାକୁ ଜୀବିକା ଭାବେ ଆଦରି ନେଇଛନ୍ତି ଶିଳ୍ପୀ ସୁଦର୍ଶନ ବେହେରା (୪୮)। ନୂତନ ଶୈଳୀରେ ସେ...

ପିକ୍‌ନିକ୍‌ ସ୍ପଟ୍‌ରେ ଗଣ୍ଡଗୋଳ ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୨୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେବଦର୍ହା ପିକନିକ୍‌ ସ୍ପଟ୍‌ରେ ରବିବାର ସଂଘଟିତ ଗଣ୍ଡଗୋଳ ଘଟଣାରେ ଜଗଦଲପୁର ଥାନା ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ସଜନାଗଡ଼,୧୭।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିିର ବରହମ୍‌ପୁର ଥାନା ଅଧୀନ ୧୯ନଂ. ରାଜ୍ୟ ରାଜପଥ ତେଲିପାଳ ପେଟ୍ରୋଲ ଟାଙ୍କିଠାରୁ ଅଳ୍ପ ଦୂରରେ ଶେରଗଡ଼ରୁ ଉଦଳା ଆଡ଼କୁ ଯାଉଥିବା...

ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ

ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ...

ବାଛୁରି ଆଣିବାକୁ ଯାଇ ଭାସିଗଲେ ବାପ, ପୁଅ

ବରୀ,୧୫ା୯(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମର କୁଶ ସିଂ(୫୭) ଓ ତାଙ୍କର ପୁଅ କୈଳାସ ସିଂ(୨୭) ବୁଧବାର ବ୍ରାହ୍ମଣୀର...

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୦୨ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୨ ଜଣ...

Advertisement
Archives

Model This Week