ସ୍କୁଲକୁ ଛାତ୍ରୀଛାତ୍ର ଗାଡ଼ି ନେଇ ଆସିବା ମନା, ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବାଇକ୍‌ ମନା। ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ସ୍କୁଲକୁ ବାଇକ ଆଣି ଆସିପାରିବେ ନାହିଁ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇଛି।

ଯଦି କୌଣସି ଛାତ୍ରୀଛାତ୍ର ଗାଡ଼ି ଚଳାଇବା ସମୟରେ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଦେବାକୁ ପଡ଼ିବ। ସେହିଭଳି ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ବାଇକ୍‌ ଆଣି ଆସିଲେ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାରଣ କରିବେ। ଏକାଧିକ ଥର ସଚେତନ କରିବା ପରେ ଯଦି ସେମାନେ ନ ମାନନ୍ତି ତେବେ ଏ ନେଇ ନିକଟସ୍ଥ ଆର୍‌ଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି। ଯୁକ୍ତ ୨, ନବମ ତଥା ଦଶମରେ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ଗାଡ଼ି ଚଳାଉଥିବା ନଜରକୁ ଆସିଛି। ଏହା ଜଣାପଡ଼ିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ଼ଲାଇନ୍‌ ଜାରି କରାଯାଇଛି।

ସ୍କୃଲ କର୍ତ୍ତୃପକ୍ଷମାନେ ପିଲାଙ୍କୁ ସଚେତନ କରିବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରାଇବେ। ସ୍କୁଲ ବସ୍‌ ନୀତି ଯେପରି ଠିକ୍‌ ଭାବେ ପାଳନ କରାଯିବ ସେ ଦିଗରେ ଧ୍ୟାନ ଦିଆଯିବ। ସେହିଭଳି ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରୀଛାତ୍ର ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯେପରି ଅଧିକ ଛାତ୍ରୀଛାତ୍ର ଗାଡ଼ିରେ ନ ଯାଆନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ପ୍ରିନ୍ସିପାଲମାନେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୧୪୬ ସ୍କୁଲ ବସ୍‌ର ଫିଟ୍‌ନେସ ସାର୍ଟିଫିକେଟ ନାହିଁ। ଏଣୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବ। ଏଥିସହ ଉକ୍ତ ବସ୍‌ଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ର ବାତିଲ କରିବାକୁ ଆର୍‌ଟିଓକୁ କୁହାଯାଇଛି। ବସ୍‌, ଅଟୋ ଆଦି ଗାଡ଼ିର ଉଭୟ ପାର୍ଶ୍ୱରେ କେତେ ଛାତ୍ରୀଛାତ୍ର ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ଗାଡ଼ି ଅଧିକ ଛାତ୍ରୀଛାତ୍ର ନେଉଥିବା ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri