ସ୍କୁଲକୁ ଛାତ୍ରୀଛାତ୍ର ଗାଡ଼ି ନେଇ ଆସିବା ମନା, ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବାଇକ୍‌ ମନା। ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ସ୍କୁଲକୁ ବାଇକ ଆଣି ଆସିପାରିବେ ନାହିଁ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇଛି।

ଯଦି କୌଣସି ଛାତ୍ରୀଛାତ୍ର ଗାଡ଼ି ଚଳାଇବା ସମୟରେ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଦେବାକୁ ପଡ଼ିବ। ସେହିଭଳି ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ବାଇକ୍‌ ଆଣି ଆସିଲେ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାରଣ କରିବେ। ଏକାଧିକ ଥର ସଚେତନ କରିବା ପରେ ଯଦି ସେମାନେ ନ ମାନନ୍ତି ତେବେ ଏ ନେଇ ନିକଟସ୍ଥ ଆର୍‌ଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି। ଯୁକ୍ତ ୨, ନବମ ତଥା ଦଶମରେ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ଗାଡ଼ି ଚଳାଉଥିବା ନଜରକୁ ଆସିଛି। ଏହା ଜଣାପଡ଼ିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ଼ଲାଇନ୍‌ ଜାରି କରାଯାଇଛି।

ସ୍କୃଲ କର୍ତ୍ତୃପକ୍ଷମାନେ ପିଲାଙ୍କୁ ସଚେତନ କରିବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରାଇବେ। ସ୍କୁଲ ବସ୍‌ ନୀତି ଯେପରି ଠିକ୍‌ ଭାବେ ପାଳନ କରାଯିବ ସେ ଦିଗରେ ଧ୍ୟାନ ଦିଆଯିବ। ସେହିଭଳି ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରୀଛାତ୍ର ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯେପରି ଅଧିକ ଛାତ୍ରୀଛାତ୍ର ଗାଡ଼ିରେ ନ ଯାଆନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ପ୍ରିନ୍ସିପାଲମାନେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୧୪୬ ସ୍କୁଲ ବସ୍‌ର ଫିଟ୍‌ନେସ ସାର୍ଟିଫିକେଟ ନାହିଁ। ଏଣୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବ। ଏଥିସହ ଉକ୍ତ ବସ୍‌ଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ର ବାତିଲ କରିବାକୁ ଆର୍‌ଟିଓକୁ କୁହାଯାଇଛି। ବସ୍‌, ଅଟୋ ଆଦି ଗାଡ଼ିର ଉଭୟ ପାର୍ଶ୍ୱରେ କେତେ ଛାତ୍ରୀଛାତ୍ର ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ଗାଡ଼ି ଅଧିକ ଛାତ୍ରୀଛାତ୍ର ନେଉଥିବା ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?