ସୌନ୍ଦର୍ଯ୍ୟର ପରିଭାଷା

ଅଲେଖ ଚନ୍ଦ୍ର ମିଶ୍ର
କୁହାଯାଏ ‘ଓମ୍ୟାନ୍‌ ଇଜ୍‌ ଦ ମୋଷ୍ଟ ବ୍ୟୁଟିଫୁଲ୍‌ କ୍ରିଏଶନ ଅଫ୍‌ ଗଡ୍‌’ (ନାରୀ ଈଶ୍ୱରଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି)। କାହାରି କାହାରି ମତରେ ‘ମେନ୍‌ ଆର୍‌ ଫ୍ରମ୍‌ ମାର୍ସ, ଓମେନ୍‌ ଆର୍‌ ଫ୍ରମ୍‌ ଭେନସ୍‌’ (ପୁରୁଷର ଉତ୍ପତ୍ତି ମଙ୍ଗଳ ଗ୍ରହରୁ, ନାରୀର ଉତ୍ପତ୍ତି ଶୁକ୍ର ଗ୍ରହରୁ)। ନାରୀର ସୌନ୍ଦର୍ଯ୍ୟ ଉପରେ ଆଧାରିତ ଏପରି ଅନେକ ବଚନିକା ରହିଛି ଏବଂ ନଖରୁ କେଶଯାଏ ନାରୀର ଅଙ୍ଗବିନ୍ୟାସ ଯୁଗଯୁଗ ଧରି କବି କଳ୍ପନାର ଅସରନ୍ତି ଉତ୍ସ ହୋଇ ଆସିଛି।
କିନ୍ତୁ ପରିତାପର ବିଷୟ, ଏହି ସୌନ୍ଦର୍ଯ୍ୟ ହିଁ ନାରୀ ପାଇଁ ବେଳେବେଳେ କାଳ ହୁଏ। ସୁନ୍ଦରୀ ନାରୀଟି ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆପେଆପେ ଟାଣି ହୋଇଯାଏ। କିନ୍ତୁ ସେ ଦୃଷ୍ଟିରେ ନକାରାତ୍ମକ ଭାବ ରହିଲେ ସମସ୍ୟା ସୃଷ୍ଟି ହୁଏ। କିଏ ଷ୍ଟ୍ରିଟ୍‌ ରୋମିଓମାନଙ୍କର ହାବୁଡ଼ରେ ପଡ଼େ ତ କିଏ ଏକତରଫା ପ୍ରେମର ଶରବ୍ୟ ହୁଏ। କିଏ ଏସିଡ୍‌ ମାଡରେ ବିକଳାଙ୍ଗ ହୋଇଯାଏ ତ କିଏ ପାଶବିକ ଅତ୍ୟାଚାରର ଶିକାର ହୁଏ॥ ନାରୀ ପ୍ରତି ପୁରୁଷର ସ୍ବଭାବସୁଲଭ ଦୁର୍ବଳତା ଯୁଗଯୁଗ ଧରି ରହି ଆସିଛି। ସେ ପୁରାଣବର୍ଣ୍ଣିତ ମେନକା-ବିଶ୍ୱାମିତ୍ର, ପରାଶର-ମତ୍ସ୍ୟଗନ୍ଧା, ଅହଲ୍ୟା-ସୂର୍ଯ୍ୟ-ଇନ୍ଦ୍ର, ଦମୟନ୍ତୀ-ଦେବତାକୁଳ, ଚିନ୍ତାମଣି-ବିଲ୍ବମଙ୍ଗଳ, ଲକ୍ଷହୀରା-ବିଷ୍ଣୁ ଦାଶ ଇତ୍ୟାଦି ଆଖ୍ୟାୟିକା ହେଉ ଅଥବା ଇତିହାସ ପୃଷ୍ଠାର ପଦ୍ମିନୀ-ଆଲ୍ଲାଉଦ୍ଦିନ୍‌, କ୍ଲିଓପାଟ୍ରା-ଆନ୍ଥୋନି, ସଲୋମନ୍‌-ସିନ୍ଦ୍ରେଲା, କାରୁବାକୀ-ଅଶୋକ ଆଦିଙ୍କର ଉପାଖ୍ୟାନ ହେଉ ଏମିତି ଅନେକ ଦୃଷ୍ଟାନ୍ତ ରହିଛି।
କୈଶୋରରେ ପିତାମାତାଙ୍କ ପାଇଁ, ଯୌବନରେ ପତିଙ୍କ ପାଇଁ, ଏକାକୀ ବାହାରକୁ ଗଲେ ନିଜ ପାଇଁ ଏବଂ ଅକାଳ ବୈଧବ୍ୟରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ ସୁନ୍ଦରୀ ନାରୀଟିଏ। ସ୍ବାମୀସ୍ତ୍ରୀଙ୍କ ମଧ୍ୟରୁ ଜଣେ ଅତି ସୁନ୍ଦର ଓ ଅନ୍ୟଜଣକ କଦାକାର ହୋଇଥିଲେ ଦାମ୍ପତ୍ୟ ସୂତ୍ରର ବୁଝାମଣା ଭିତରେ ତାହା ଅବଶ୍ୟ ଗୌଣ ପାଲଟିଯାଏ। କିନ୍ତୁ ଏକ ଗୁପ୍ତ ଅଭାବବୋଧର ଗ୍ଳାନି ରହିଥାଏ। ଏହା ଯଦି ଅହଂଭାବର ରୂପ ନେଲା ତେବେ ପାରିବାରିକ ବୁଝାମଣା ବିପର୍ଯ୍ୟସ୍ତ ହୋଇପଡ଼େ। କେତେକ କ୍ଷେତ୍ରରେ ଅଯଥା ସନ୍ଦେହ ସୃଷ୍ଟି ହୋଇ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଏ। କିଛିଦିନ ତଳେ ଉତ୍ତରପ୍ରଦେଶରେ ଘଟିଛି ଏହିପରି ଅବୁଝାମଣାର ଏକ ଦୁଃଖଦ ଘଟଣା। ପିଲିଭିଟ୍‌ର ରେଖା ଲୋଦି ନାମ୍ନୀ ଜଣେ ୩୦ ବର୍ଷୀୟା ମହିଳା ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ। ତାଙ୍କର ଅତି ରମଣୀୟ ଅଙ୍ଗସୌଷ୍ଠବ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରୁଥିବାରୁ ତାଙ୍କର ସ୍ବାମୀ ନିର୍ମଳକୁମାର ତାଙ୍କୁ ସନ୍ଦେହ କରିବାକୁ ଲାଗିଲେ। ଫଳରେ ଅଯଥା ଅବୁଝାମଣାରୁ ତ୍ରାହି ପାଇବା ପାଇଁ ରେଖା ନିଜର ସୁନ୍ଦର ମୁହଁକୁ ପୋଡ଼ି କଳାକାଠ କରିଦେଲେ।
ଏସବୁର ମୂଳ କାରଣ ହେଲା ସୌନ୍ଦର୍ଯ୍ୟର ଅବମୂଲ୍ୟାୟନ। ସୌନ୍ଦର୍ଯ୍ୟ ଈଶ୍ୱରଦତ୍ତ। ଯାହା ଆଖିକୁ ଦିଶେ ତାହା ପ୍ରକୃତ ସୌନ୍ଦର୍ଯ୍ୟ ନୁହେଁ। ବହିଃପ୍ରକୃତି (ଦୈହିକ ସୌନ୍ଦର୍ଯ୍ୟ) ସହିତ ଅନ୍ତଃପ୍ରକୃତି (ଅନ୍ତର୍ନିହିତ ସୁଗୁଣ)କୁ ତୁଳନାକଲେ ସୌନ୍ଦର୍ଯ୍ୟର ଠିକ୍‌ ମୂଲ୍ୟାୟନ ହୁଏ। ନାରୀର ପ୍ରକୃତ ସୌନ୍ଦର୍ଯ୍ୟ ତା’ର ରୂପରେ ନ ଥାଏ, ଥାଏ ତା’ର ଗୁଣରେ। ଦୟା, କ୍ଷମା, ସ୍ନେହ, ମମତା, ଶ୍ରଦ୍ଧା, ସମ୍ମାନ, ଲଜ୍ଜା, ପ୍ରେମ ଇତ୍ୟାଦି ଯାହା ହୃଦୟରେ ନାହିଁ ତା’ର ସମସ୍ତ ଦୈହିକ ସୌନ୍ଦର୍ଯ୍ୟ ମହାକାଳ ଫଳ ସଦୃଶ। ଦୈହିକ ସୌନ୍ଦର୍ଯ୍ୟ ତ କ୍ଷଣସ୍ଥାୟୀ, ଯାହା ବୟଃକ୍ରମେ ମଳିନ ପଡ଼ିଯାଏ। କିନ୍ତୁ ଅନ୍ତର୍ନିହିତ ସଦ୍‌ଗୁଣ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରହେ। ଶାରୀରିକ ସୌନ୍ଦର୍ଯ୍ୟ ହୁଏତ ନାରୀ ପାଇଁ କାଳ ହୋଇପାରେ। କିନ୍ତୁ ଅନ୍ତରର ସୌନ୍ଦର୍ଯ୍ୟ ତା’ର ଚିର ଆଭୂଷଣ। ତଥାପି ମଣିଷ ସୌନ୍ଦର୍ଯ୍ୟର ପରିଭାଷା ବୁଝି ନ ପାରି କେବେକେବେ ଭୁଲ୍‌ କରେ। ସୁପରଷ୍ଟାର ସ୍ବର୍ଗତ ରାଜେଶ୍‌ ଖାନ୍ନାଙ୍କର ସେଇ ଅଭୁଲା ଗୀତଟିକୁ ଥରେ ମନେ ପକାନ୍ତୁ- ”ଦିଲ୍‌ କୋ ଦେଖୋ, ଚେହେରା ନ ଦେଖୋ, ଦିଲ୍‌ ସଚ୍ଚା ଔର ଚେହେରା ଝୁଟା।“
ସାରଦାଶ୍ରୀ, ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri