ସୋମବାରଠାରୁ ବିମାନ ଚଳାଚଳ: ଗଡ଼ିବ ବସ୍‌, ଅଟୋ, ଟ୍ୟାକ୍ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଏବେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ଏହା ମେ ୩୧ ଯାଏ ଜାରି ରହିବ। ହେଲେ ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ଜୀବନଜୀବିକାକୁ ନଜରରେ ରଖି ସରକାର ଅନେକ କାମକୁ ଅନୁମତି ଦେଇଛନ୍ତି। ରେଳଚଳାଚଳ, ବିମାନସେବାକୁ ଅନୁମତି ମିଳିଛି। ସୋମବାରଠାରୁ ଏହା ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୧୨ଟି ଓ ଝାରସୁଗୁଡ଼ାକୁ ୩/୪ଟି ବିମାନ ଆସିବା ବ୍ୟବସ୍ଥା ଅଛି। ଭାରତୀୟ ରେଳବାଇ ମଧ୍ୟ ସାଧାରଣ ରେଳ ଚଳାଚଳ ଆରମ୍ଭ କରିବ। ତେଣୁ ଏହି ସମୟରେ ଯେତେ ଯାତ୍ରୀ ଆସିବେ, ପୂର୍ବରୁ ଯଦି ପ୍ରାକ୍‌ ରେଜିଷ୍ଟ୍ରେଶନ ନ କରିଥାଇପାରନ୍ତି। ଏଣୁ ରାଜ୍ୟ ସରକାର କୋଭିଡ-୧୯ ରୋଗର ବ୍ୟବସ୍ଥାକୁ ପ୍ରତିହତ କରିବା ପାଇଁ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରାଯାଇଛି। କିନ୍ତୁ ଭୁବନେଶ୍ୱରରେ ରାତି ୭ଟାରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ବ୍ୟବସ୍ଥା କରାଯାଇଛି। ଫଳରେ ଏହି ସମୟରେ ଆସୁଥିବା ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ନୂଆ ନିୟମ କରାଯାଇଛି। ଉଭୟ ରାଜ୍ୟର ଆପୋସ ବୁଝାବଣାରେ ଏହା ହୋଇପାରିବ। ଯଦି ଆନ୍ଧ୍ରରୁ ବସ୍‌ ଆସିଲେ ଅଥବା ଅନ୍ୟ ରାଜ୍ୟରୁ ବସ୍‌ ଆସେ ତେବେ ସହମତି ଲୋଡ଼ା। ଏହାପରେ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଆରମ୍ଭ ହେବ। ରାଜ୍ୟ ଭିତରେ ଦୁଇ ଚକିଆ ଯାନ, ଘରୋଇ କାର୍‌ , ସରକାରୀ ଗାଡ଼ି, ଟ୍ୟାକ୍ସି, ଅଟୋ ରିକ୍ସା ଚାଲିବ। କିନ୍ତୁ ଚାରିଚକିଆ ଯାନରେ ୨ଜଣ ଯାତ୍ରୀ ଯାତ୍ରା କରିପାରିବେ। ରାଜ୍ୟରେ ଅନ୍ୟ ବସ୍‌ ଚାଲିବାକୁ ଅନୁମତି ମିଳିଛି। ସୋମବାରଠାରୁ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। ହେଲେ ଗାଡ଼ିରେ ସିଟ୍‌ କ୍ଷମତାରୁ ଅଧିକ ଲୋକ ଯାଇପାରିବେ ନାହିଁ। କୌଣସି ଯାତ୍ରୀ ଛିଡ଼ା ହୋଇ ଯିବେ ନାହିଁ। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଟ୍ରାନ୍ସପୋର୍ଟ କମିଶନର ଏବଂ ରାଜ୍ୟ ପୋଲିସ ବ୍ୟବସ୍ଥାକୁ ସଜାଗ କରାଯାଇଛି। ସେମାନେ ଏହା ଉପରେ ନଜର ରଖିବେ।

ରାଜ୍ୟରେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। ସେହିଭଳି ବିମାନବନ୍ଦର, ରେଳଷ୍ଟେଶନରୁ ଯାତ୍ରୀ ନେବାଆଣିବା ଲାଗି ଘରୋଇ ଗାଡ଼ି, ଟ୍ୟାକ୍ସିକୁ ଯିବା ଅନୁମତି ଦିଆଯାଇଛି। ଏମାନେ କଫ୍ୟୁ ସମୟରେ ବି ଯାତ୍ରା କରିପାରିବେ। କିନ୍ତୁ ଯାତ୍ରା କରିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ସାନିଟାଇଜର ରଖନ୍ତୁ। ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀଙ୍କଠାରେ କୋଭିଡ-୧୯ର ଲକ୍ଷଣ ଥିଲେ ତାକୁ ଯିବାକୁ ଦିଆଯିବ ନାହିଁ ବୋଲି ରବିବାର ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜ୍ୟରେ ଧୀରେ ଧୀରେ କମିବ ଓମିକ୍ରନ ପ୍ରଭାବ’

ଭୁବନେଶ୍ୱର,୧୧।୨(ବ୍ୟୁରୋ): କୋଭିଡ୍‌ର ଭ୍ୟାରିଆଣ୍ଟକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୋଭିଡ୍‌ର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି...

ତେଲଙ୍ଗାନା ଏନ୍‌ଟିପିସି ନେଲା ଓଡ଼ିଶା କୋଇଲା ଖଣି

ଭୁବନେଶ୍ୱର,୧୮ା୯(ବ୍ୟୁରୋ): କେନ୍ଦ୍ର ସରକାର ଓଡିଶାର ମନ୍ଦାକିନୀ-ବି କୋଇଲା ଖଣିକୁ ତେଲଙ୍ଗାନାର ଏନ୍‌ଟିପିସିକୁ ପ୍ରଦାନ କରିଛନ୍ତି। ତେଲଙ୍ଗାନାର ରାମଗୁଣ୍ଡମ୍‌ ଠାରେ ଥିବା ଏନ୍‌ଟିପିସିର ୪ ହଜାର ମେଗାଓ୍ବାଟ୍‌...

ରାଜଧାନୀରେ ଥମୁନି ଡେଙ୍ଗୁ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଜ୍ୱର ହେବାମାତ୍ରେ ଭୟ ଘାରୁଛି। କେଉଁ ଜ୍ୱର ଡେଙ୍ଗୁର ଲକ୍ଷଣ ତାହାକୁ ନେଇ...

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

୬ ସହର ପାରଦ ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ରାଜ୍ୟରେ ଶୀତ ବୃଦ୍ଧି ପାଇଛି । ଗତ ଦୁଇଦିନ ହେବ ସହରଠାରୁ ଆରମ୍ଭ କରି ଗଁ। ଗଣ୍ଡାରେ ଶୀତ ବିରାଜମାନ କରିଛି। ପାରଦ...

ଓଡ଼ିଶାରେ ୨ ନକଲି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଓଡ଼ିଶାରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା...

ରୋଗୀଙ୍କୁ ଘୃଣା କରି ପୁଷ୍ପ ବୃଷ୍ଟି

ଭୁବନେଶ୍ୱର,୨୭।୭ (ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମତିଙ୍କ ଚିକିତ୍ସା ନିମନ୍ତେ କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। ୫୦୦ ସାଧାରଣ ଶଯ୍ୟା ସହ ୪୫ ଆଇସିୟୁ...

ଫେବୃୟାରୀ ୧୦ରୁ ପିଜି କ୍ଲାସ ଆରମ୍ଭ

ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବ ପିଜି ପାର୍ଟ- କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରି-ଫାଇନାଲ...

Advertisement
Archives

Model This Week