ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି, ୭ ଗିରଫ

ଗୋପାଳପୁର,୬।୪: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ସୋମବାର ୭ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନରେନ୍ଦ୍ରପୁରର କେ.ଭିମରାଜୁ ରେଡ୍ଡୀ, ହୁମୁରିର କାହ୍ନୁ ଚରଣ ସାହୁ, ବାସନାପୁଟିର ଆର.ଲକ୍ଷ୍ମୀ ନାରାୟଣ ରେଡ୍ଡୀ, ହାତିପାଦୁର ରଙ୍ଗଲା ପ୍ରକାଶ, ନୂଆଗୋଳାବନ୍ଧର ସୁରକାଲା କଲ୍ୟାଣ କୁମାର, ବିକ୍ରମପୁରର ଏସ.ଧର୍ମରାଜୁ ଓ ଆର.ରଘୁନାଥ ରେଡ୍ଡୀ।
ପ୍ରକାଶ ଯେ, ଗତ ୨୫ ତାରିଖରୁ ଆର୍ମି ଏଡି କଲେଜ ସୈନ୍ୟବାହିନୀରେ ଭର୍ତ୍ତି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ୭ ଅଭିଯୁକ୍ତ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। କିନ୍ତୁ ସେମାନଙ୍କ ବୟସ ଅଧିକ ହୋଇଯାଇଥିବାରୁ ବ୍ରହ୍ମପୁରର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରେ ବୟସ କମ୍‌ କରି ନାମ ଲେଖାଇଥିଲେ। ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଓପନ ସ୍କୁଲ ବୋର୍ଡ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଗତ ୩ ତାରିଖରେ ଜିଡି ପଦବୀ ପାଇଁ ଅଭିଯୁକ୍ତମାନେ ଇଣ୍ଟରଭ୍ୟୁ ଦେଉଥିବା ବେଳେ ମିଲିଟାରୀ ଗୋଇନ୍ଦା ଅଧିକାରୀ ସନ୍ଦେହରେ ସେମାନଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ତଦନ୍ତ ପରେ ଅଭିଯୁକ୍ତମାନେ ଜାଲ ସାର୍ଟିଫିକେଟ ହାତେଇଥିବା ଜଣାପଡ଼ିଥିଲା। ଥାନା ନଂ. ୬୦/୨୧ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା କେନ୍ଦ୍ରରୁ କ୍ୟାମେରା, ହାର୍ଡଡିକ୍ସ ଚୋରି

ବରୀ,୨୭।୨(ସ୍ବ.ପ୍ର)- ଯାଜପୁର ଜିଲା ବରୀ ବ୍ଲକ ଅଧୀନ କଳାମାଟିଆ ପଞ୍ଚାୟତ କାଇପଡ଼ା ହାଇସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ କ୍ୟାମେରା ଓ ହାର୍ଡଡିକ୍ସ ଚୋରି ହୋଇଯାଇଥିବା ନେଇ...

ଲାଞ୍ଚ ମାମଲା: ଅଭିଯୁକ୍ତଙ୍କୁ ଦେଢବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ସୁବ୍ରତ ମହାନ୍ତି ସୋମବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ...

ଦେବଗଡ଼ରୁ ଶୁଭାରମ୍ଭ ହେଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

ଦେବଗଡ଼,୧୦ା୧(ଡି.ଏନ.ଏ)- ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଶନିବାର ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି।...

ବଢୁଛି ଅପରାଧ, ଚିନ୍ତାରେ ପୋଲିସ

ପୁରୀ ଅଫିସ,୨୦ା୩: ପର୍ଯ୍ୟଟନ ସହରରେ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ପୋଲିସ କିଛି ମାତ୍ରାରେ ବଟି ଆଦାୟ ଓ ନିଶାଦ୍ରବ୍ୟ କାରବାର ଉପରେ ନିୟନ୍ତ୍ରଣ ପାଇଛି।...

କୋଭିଡ୍‌ ଫଣ୍ଡକୁ ସହାୟତା ସହ ମାସ୍କ, ସାବୁନ ବାଣ୍ଟୁଛନ୍ତି ସୁଦର୍ଶନ

ରାଇକିଆ,୧୯ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ ଗମାଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଦର୍ଶନ ମଲ୍ଲିକ କୋଭିଡ୍‌ ଫଣ୍ଡକୁ ସହାୟତା ସହ ସାବୁନ ଓ ମାସ୍କ...

ମଙ୍ଗଳାଙ୍କୁ ଲାଗିହେଲା ୧ଲକ୍ଷ ୮ ନୀଳକଇଁ

ପୁରୀ ଅଫିସ,୬।୧୦: ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ଆନନ୍ଦ ଉଲ୍ଲାସରେ ସମସ୍ତେ ମା’ ଦୁର୍ଗତିନାଶିନୀଙ୍କୁ ଆରାଧନା କରୁଛନ୍ତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି...

ଜେଜେମା’ଙ୍କ ଜୀବନ ନେଲେ ନାତି

ରାଇକିଆ,୨୨ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗ୍ରାମର ସରୋଜିନି ପ୍ରଧାନ(୭୨) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ରାଇକିଆ ପୋଲିସ ଜବତ କରିଛି।...

ବାଲିଯୋଡ଼ା ସ୍ବାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୂତକୋଠି

କୁଆମରା,୧୨।୭(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ସ୍ଥାପିତ ବାଲିଯୋଡ଼ା ସ୍ବାସ୍ଥ୍ୟଉପକେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି। ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

Advertisement
Archives

Model This Week