Posted inଖେଳ

ସେରେନା, ନାଡାଲ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୭ା୭ (ଏଏଫ୍‌ପି)-ସାତ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଏବଂ ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଓ୍ବିମ୍ବେଲଡନ ଓପନ ଟେନିସ୍‌ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନର ରାଫାଲ ନାଡାଲ ମଧ୍ୟ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଆମେରିକାର ୩୭ ବର୍ଷୀୟା ଷ୍ଟାର ଖେଳାଳି ସେରେନା ଜର୍ମାନୀର ଜୁଲିଆ ଜର୍ଜେସଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଏଥରକୁ ମିଶାଇ ସେ ୧୬ ଥର ପାଇଁ ଓ୍ବିମ୍ବେଲଡନରେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇିଛନ୍ତି। ଏହି ପର୍ଯ୍ୟାୟରେ ସେ ସ୍ପେନର କାର୍ଲା ସୁଆରେଜଙ୍କ ସହିତ ମୁକାବିଲା କରିବେ। ଅଷ୍ଟ୍ରେଲିଆର ବାର୍ଟି ବ୍ରିଟିଶ ଓ୍ବାଇଲ୍ଡ କାର୍ଡ ହାରଏତ୍‌ ଡାର୍ଟଙ୍କ ବିପକ୍ଷରେ ୬-୧, ୬-୧ ସେଟ୍‌ରେ ବିଜୟ ହାସଲ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଆମେରିକାର ଅଣସିଡ୍‌ ଆଲିସନ ରିସ୍କେଙ୍କୁ ଭେଟିବେ। ଆମେରିକାର ୧୫ ବର୍ଷୀୟା ପ୍ରତିଭା କୋକୋ ଗଫ୍‌ ଓ୍ବିମ୍ବେଲଡନରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ବିଶ୍ୱର ୩୧୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ସ୍ଲୋଭେନିଆର ପୋଲୋନା ହରକଗ୍‌ଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ତଥା ପୂର୍ବତନ ଫ୍ରେଞ୍ଚ ଓପନ ଚାମ୍ପିୟନ ସିମୋନା ହାଲେପ୍‌ଙ୍କ ସହିତ ମୁକାବିଲା କରିବେ। ଦୁଇଥର ଚାମ୍ପିୟନ ପେଟ୍ରା କ୍ୱିଟୋଭା ୫ବର୍ଷ ମଧ୍ୟରେ ପ୍ରଥମ ଥର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଶେଷଥର ପାଇଁ ସେ ୨୦୧୪ରେ ସେ ଏହି ସଫଳତା ହାସଲ କରିଥିଲେ ଏବଂ ତାଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ଚେକ୍‌ ରିପବ୍ଲିକର ୬ଷ୍ଠ ସିଡ୍‌ କ୍ୱିଟୋଭା ପୋଲାଣ୍ଡର ମାଗ୍‌ଡା ଲିନେଟିଙ୍କୁ ୬-୩, ୬-୨ ସେଟରେ ହରାଇ ଦେଇଛନ୍ତି। ବ୍ରିଟିଶ ନମ୍ବର ଓ୍ବାନ ମହିଳା ଖେଳାଳି ଜୋହାନା କୋଣ୍ଟା ମଧ୍ୟ ତାଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ୯ମ ସିଡ୍‌ ଆମେରିକାର ସ୍ଲୋଏନ୍‌ ଷ୍ଟିଫେନ୍ସଙ୍କୁ ୩-୬, ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଓ୍ବିମ୍ବେଲଡନ ପୁରୁଷ ବିଭାଗରେ ନାଡାଲ ତୃତୀୟ ରାଉଣ୍ଡରେ ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କୁ ୬-୨, ୬-୩, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। କେଇ ନିଶିକୋରି ମଧ୍ୟ ଚତୁର୍ଥ ଥର ପାଇଁ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଜାପାନର ଜଣେ ଖେଳାଳି ହିସାବରେ ସେ ଆଇ ସୁଗିଆମାଙ୍କ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି। ନିଶିକୋରି ୬-୪, ୬-୩, ୬-୨ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନ୍‌ସନ୍‌ଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାୟାମରୁ ଜିମ୍ନାଷ୍ଟିକ୍ସର ଅଭ୍ୟୁଦୟ

  ଟୋକିଓ, ୩।୮: ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଏକ ଲୋକପ୍ରିୟ କ୍ରୀଡ଼ା ଭାବେ ଉଭୟ ଆଥଲେଟ ଓ ପ୍ରଶଂସକଙ୍କ ମଧ୍ୟରେ ଆଦୃତ ହୋଇଛି। ଆଧୁନିକ ଜିମ୍ନାଷ୍ଟିକ୍ସ ହେଉଛି...

କୋହଲିଙ୍କୁ ଫିଟ୍‌ନେସ୍‌କୁ ନେଇ ଆସିଲା ଅପ୍‌ଡେଟ୍‌

ଜୋହାନ୍ସବର୍ଗ,୭।୧:କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଛି ଏବଂ ଏହି ପରାଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ...

ଚେନ୍ନାଇରେ ଧୋନୀ; ଆରମ୍ଭ ହେବ ସିଏସ୍‌କେର ଟ୍ରେନିଂ କ୍ୟାମ୍ପ

ଚେନ୍ନାଇ,୪।୩ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ରାତିରେ ତାମିଲନାଡୁର ରାଜଧାନୀରେ ପହଞ୍ଚିଛନ୍ତି। ଆଗାମୀ ଆଇପିଏଲ ଲାଗି ଧୋନୀଙ୍କ...

ପଡିଆରେ ଭୋ’ ଭୋ’ ହୋଇ କାନ୍ଦିଲେ କୋହଲି: ଦେଖନ୍ତୁ ଭିଡିଓ

ଶାରଜା,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି...

ଏବେ ଦେଶ ପାଇଁ ଖେଳିବେ ତେଜରାତି ଦୋକାନୀଙ୍କ ପୁଅ; ଅର୍ଥାଭାବ ସତ୍ତ୍ୱେ ବାପାଙ୍କ ସ୍ବପ୍ନକୁ ପୂରଣ କଲେ…

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ କୋଟଗାଓଁର ଏକ ଛୋଟ ତେଜରାତି ଦେକାନ ରବିବାରଠାରୁ ଚର୍ଚ୍ଚାରେ ରହିଛି। ଏହା ପଛରେ କାରଣଟି ହେଲା ଉକ୍ତ ଦୋକାନର ମାଲିକ...

ରିଚାର୍ଡଶନ ଓହରିଲେ, ଟାଏ ସାମିଲ

ସିଡ୍‌ନୀ, ୧୯।୧୧(ପି.ଟି.)- ଭାରତ ବିପକ୍ଷ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍‌ ରିଚାର୍ଡଶନ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ...

ଭାରତଠାରୁ ୨ ବିଶ୍ୱକପ୍‌ ଟାଇଟଲ୍‌ ଛଡାଇ ନେଇଛି ନ୍ୟୁଜିଲାଣ୍ଡ

ଦୁବାଇ,୨୮।୧୦: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ହାରିଛି ଭାରତୀୟ ଦଳ। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଦଳକୁ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡର ସାମ୍ନା କରିବାକୁ ପଡିବ। ନ୍ୟୁଜିଲାଣ୍ଡ...

‘ମୁଁ ଗମ୍ଭୀରଙ୍କ କ୍ୟାରିୟରର ଶେଷ କରିଛି’

କରାଚୀ,୭।୧୦: ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କ୍ରିକେଟ ଛାଡ଼ି ରାଜନେତା ହେବା ପରେ ସର୍ବଦା ଖବରରେ ରହି ଆସୁଛନ୍ତି। କ୍ରିକେଟ କ୍ୟାରିୟରରେ ସେ ଆହୁରି...

Advertisement


Archives

Model This Week