Posted inଖେଳ

ସେମିରେ ସେରେନା, ଫେଡରର ଆଉଟ୍‌

ନ୍ୟୁୟର୍କ,୪।୯: ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ସୁଇଜରଲାଣ୍ଡର ରୋଜର ଫେଡରର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ସେରେନା ୬-୧, ୬-୦ରେ ଚାଇନାର ଓ୍ବାଙ୍ଗ ଜିଆଙ୍ଗଙ୍କୁ ହରାଇ ଦେଇଛନ୍ତି। କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବା ଲକ୍ଷ୍ୟରେ ଥିବା ଆମେରିକାନ ଷ୍ଟାର ମ୍ୟାଚ୍‌କୁ ମାତ୍ର ୪୪ ମିନିଟ୍‌ରେ ଜିତି ନେଇଥିଲେ। ୟୁଏସ୍‌ ଓପନ ଟୁର୍ନାମେଣ୍ଟରେ ଏହା ତାଙ୍କ କ୍ୟାରିୟରର ୧୦୦ତମ ବିଜୟ। ସେ ସେମିଫାଇନାଲରେ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ଭେଟିବେ। ଅନ୍ୟପକ୍ଷରେ ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଫେଡରର ନିମ୍ନ ର଼୍ୟାଙ୍କଧାରୀ ଗ୍ରିଗୋର ଡିମିଟ୍ରୋଭଙ୍କଠାରୁ ହାରି ଯାଇଛନ୍ତି। ମ୍ୟାଚ୍‌କୁ ୭୪ତମ ର଼୍ୟାଙ୍କଧାରୀ ବୁଲଗେରିଆନ ଖେଳାଳି ଡିମିଟ୍ରୋଭ ୩-୬, ୬-୪, ୩-୬, ୬-୪, ୬-୨ ସେଟ୍‌ରେ ଜିତି ନେଇଛନ୍ତି। ସେ ସେମିଫାଇନାଲରେ ୫ମ ସିଡ୍‌ ଡାନିଏଲ ମାଡଭେଡେଭଙ୍କ ସହ ମୁକାବିଲା କରିବେ। ମ୍ୟାଚ୍‌ର ୪ର୍ଥ ସେଟ୍‌ ପରେ ୩୮ ବର୍ଷୀୟ ଫେଡରର ମେଡିକାଲ ଟାଇମ ଆଉଟ୍‌ ନେଇଥିଲେ। ଏହା ଖୁବ୍‌ କମ୍‌ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଝୁଲନ୍‌

ସିଡନୀ,୨୬।୯: ଭାରତର ଅଭିଜ୍ଞ ବୋଲର ଝୁଲନ ଗୋସ୍ବାମୀ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଦିନିକିଆର ଶେଷ ଓଭରରେ ୨ଟି...

କମଲେଶ୍‌ଙ୍କୁ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଶୁକ୍ରବାର ଶେଷ ହୋଇଥିବା ଚାମୁଣ୍ଡା ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜର ୧୨ ବର୍ଷରୁ କମ୍‌ ବିଭାଗରେ ଓଡ଼ିଶାର ଟେନିସ ପ୍ରତିଭା...

ଆଡିଲେଡ୍‌ ଓଭାଲରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୯।୫: ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଦିବାରାତ୍ର ତଥା ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଉଭୟ...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର: ପନ୍ତଙ୍କ ସମେତ ୩ ଖେଳାଳିଙ୍କ ନାମ ସୁପାରିସ୍‌

ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ...

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ...

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌...

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର...

ଶ୍ରୀଲଙ୍କା-ଭାରତ ସିରିଜ୍‌ ପୂର୍ବରୁ ମିଳିଲା ଖୁସି ଖବର

କଲମ୍ବୋ,୧୧।୭: କୁଶାଳ ପେରେରା, ଦୁଶମନ୍ଥା ଚମିରା ଓ ଧନଞ୍ଜୟ ଡି’ ସିଲଭାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସମେତ ପୂରା ଶ୍ରୀଲଙ୍କା ଦଳର ଖେଳାଳିଙ୍କ ଆରଟି ପିସିଆର...

Advertisement
Archives

Model This Week