ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା ସହ ଗାଡ଼ି ଜବତ କରି ନେଉଛି। ଏଭଳି ସ୍ଥିତିରେ କଟକର ୮ଜଣ ଯୁବକ ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଘରୋଇ ନର୍ସିଂହୋମରେ ଭର୍ତ୍ତି ହେଉଥିବା ରୋଗୀ ହୁଅନ୍ତୁ କିମ୍ବା ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇ ଦୂରଦୂରାନ୍ତକୁ ଯିବା ପାଇଁ ଚାହୁଁଥିବା ରୋଗୀଙ୍କ ପାଇଁ ଏମାନେ ମାଗଣାରେ ସେବା ଯୋଗାଉଛନ୍ତି। କଟକରେ ଚିକିତ୍ସିତ ହେଉଥିବା ବରଗଡ଼ର ଜଣେ ରୋଗୀ ଘରକୁ ଫେରି ଏ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏଭଳି ଘଟଣା ଜଣାପଡ଼ିଥିଲା। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଟିମ୍‌ କାମ କରୁଛି।
ବରଗଡ଼ର ରାଜେଶ କୁମାର ତ୍ରିପାଠୀଙ୍କ ଜଣେ ସମ୍ପର୍କୀୟ ବୋନ୍‌ କ୍ୟାନ୍ସରରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ରୋଗୀ ଜଣଙ୍କୁ ଘରକୁ ଫେରିଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ବରଗଡ଼କୁ ଯିବା ପାଇଁ ଅର୍ଥ ବାଧକ ସାଜିଥିବାବେଳେ କୌଣସି ଘରୋଇ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ରାଜି ହୋଇ ନ ଥିଲେ। ଏ ନେଇ ରାଜେଶ ବିଧାୟକ ଦେବେଶ କୁମାର ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ। ପରେ ଘଟଣା ସମ୍ପର୍କରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଖବର ପାଇ ରାଜେଶଙ୍କ ପ୍ରତି ସହାୟତାର ହାତ ବଢ଼ାଇଥିଲେ। ନିଃଶୁଳ୍କରେ ଏକ ଘରୋଇ ଆମ୍ବୁଲାନ୍ସ ଗାଡ଼ି ଜରିଆରେ ରାଜେଶ ଓ ତାଙ୍କ ସମ୍ପର୍କୀୟଙ୍କୁ ବରଗଡ଼ରେ ଛାଡ଼ିଥିଲେ। ପ୍ରଭାତଙ୍କୁ ଏଭଳି ମହତ କାମରେ ସହଯୋଗ କରୁଛନ୍ତି ୮ ଯୁବକ। ସେମାନେ ହେଲେ ଭବାନୀ ଶଙ୍କର ଦାଶ, ରବୀନ୍ଦ୍ର କୁମାର ରାଉତରାୟ, ଚିନ୍ମୟ ସାହୁ, ସୀମାଞ୍ଚଳ ବାରିକ, ଯୁଧିଷ୍ଠିର ବିଶ୍ୱାଳ, ଅସିତ କୁମାର ପାଢ଼ୀ, ରାନୁ ବିଶ୍ୱାଳ ଏବଂ ପ୍ରଭାତ କୁମାର ଭୂୟାଁ। ଏବେ ସୁଦ୍ଧା ୧୦ରୁ ଊର୍ଦ୍ଧ୍ୱ ଡିସ୍‌ଚାର୍ଜ ରୋଗୀଙ୍କୁ ନିଃଶୁଳ୍କରେ ବିଭିନ୍ନ ଜିଲାରେ ନେଇ ଛାଡ଼ିବା ସହ ୪ଜଣ ରୋଗୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା କରି ସାରିଲେଣି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ପଚାରିବାରୁ ସେ କହିଥିଲେ, ଏଭଳି ସମୟରେ ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ୍‌। ଏସ୍‌ସିବିରେ ଅନେକ ଗରିବ ରୋଗୀ ଚିକିତ୍ସିତ ହେଉଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ଘରକୁ ଫେରିବା ଅସମ୍ଭବ। ଲୋକଙ୍କୁ ସହାୟତା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟିଲା ପିକ୍‌ଅପ : ୧୪ ଶ୍ରମିକ ଆହତ

ଭଞ୍ଜନଗର,୨୮ା୪ (ଡି.ଏନ.ଏ) : ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚୋପ୍ରା ନିକଟରେ ରବିବାର ପୂର୍ବାହ୍ନରେ ଏକ ପିକ୍‌ଅପ ରାସ୍ତା ଉପରେ ଓଲଟି ପଡ଼ିଛି। ଉକ୍ତ ଗାଡ଼ିରେ ଯାଉଥିବା ୧୪...

ରୋମାଞ୍ଚ ଭରିଲେ ଅର୍ଚ୍ଚିତା, ସବ୍ୟସାଚୀ

ପାରଳାଖେମୁଣ୍ଡି, ୨୧ା୧ (ଡି.ଏନ୍‌.ଏ) : ଗଜପତି ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧି ପରମ୍ପରାର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ଶନିବାର...

ଚାଇନା କୁବେରଙ୍କ ସମ୍ପତ୍ତି ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଆମେରିକାଠାରୁ ଆଫ୍‌ଗାନିସ୍ଥାନ, ଭାରତରୁ ଭିଏତନାମ ଯାଏ କାହାରିକୁ ଛାଡ଼ ଦେଉନି କରୋନା। କୋଭିଡ୍‌-୧୯ ପଞ୍ଝାରୁ ବର୍ତ୍ତୁନାହାନ୍ତି ଧନୀ କି ଗରିବ। ବିଶ୍ୱ ମହାମାରୀ ପାଲଟିଥିବା...

‘ମୋ ବସ୍‌’ରେ ଲାଗିଲା ନିଆଁ

ରାଉଲକେଲା ଅଫିସ,୨୦।୫: ‘ମୋ ବସ୍‌’ରେ ଲାଗିଲା ନିଆଁ। ଶନିବାର ରାଉଲକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକରେ ଏହି ଅଘଟଣ ଘଟିଛି। ବସ୍‌ରେ ନିଆଁ ଲାଗିଥିବାରୁ...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ

ଭଦ୍ରକ ଅଫିସ,୧୫।୪: ମାସ୍କ ଚେକିଂ ବେଳେ ଗୁରୁବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ୩ ବ୍ରାଉନସୁଗାର ବେପାରୀ। ପୋଲିସ ଗିରଫ ବେପାରିଙ୍କଠାରୁ ୧୦...

ବଢ଼ୁଛି ୨ ନଦୀବନ୍ଧ ବିସ୍ଥାପିତଙ୍କ ଦୁଃଖ

ନୟାଗଡ଼ ଅଫିସ,୨୮।୪: ନୟାଗଡ଼ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ଲୋଭ ଦେଖାଇ ଭୋଗ ଦଖଲ ଜମିରେ କାଜୁ କର୍ପୋରେଶନ କାଜୁ ଗଛ...

ଡିଆରଡିଓକୁ ସଫଳତା:ଏଚଏସଟିଡିଭି ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୨।୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ବୁଧବାର ଏକ ବଡ ସଫଳତା ମିଳିଛି। ଧାମରାଠାରେ ଥିବା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର...

ଓସାରିଆ ହେବ ସୋନପୁର-ଡୁଙ୍ଗୁରିପାଲି ରାସ୍ତା

ସୋନପୁର,୨୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫ ଲାଇନ କୁହାଯାଉଥିବା ସୋନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା...

Advertisement
Archives

Model This Week