ସେବାଶ୍ରମ ଶିକ୍ଷା

ନୂଆପଡ଼ା ଜିଲାରେ ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଲାଗି ମାଗଣାରେ ଆବାସିକ ଶିକ୍ଷାଗ୍ରହଣର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଜିଲାରେ ୧୭ ଆଶ୍ରମ, ୨୫ ସେବାଶ୍ରମ, ୫ ସେବାଶ୍ରମ ହାଇସ୍କୁଲ, ଗୋଟିଏ ଲେଖାଏ ଅନ୍ବେଷା ଏବଂ ଏକଲବ୍ୟ ବିଦ୍ୟାଳୟ ମିଶାଇ ମୋଟ ୪୯ଟି ଶିକ୍ଷାନୁଷ୍ଠାନ ରହିଛି। ଉପରୋକ୍ତ ସ୍କୁଲରେ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରହି ପାଠ ପଢୁଛନ୍ତି। ସେହି ପିଲାଙ୍କ ପାଇଁ ଖାଇବା ଏବଂ ରକ୍ଷଣାବେକ୍ଷଣ ଲାଗି ବାର୍ଷିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ତୃଣମୂଳସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାଙ୍କ ରହିବା ସକାଶେ ଅତି ନିମ୍ନମାନର ନୂଆ ପୁରୁଣା ଘର ରହିଛି। ଅର୍ଦ୍ଧାଧିକ ଆଶ୍ରମର ପାଚେରି ନାହିଁ। ସେଠାରେ ନା ରହିଛି ପାଣି ବ୍ୟବସ୍ଥା କିମ୍ବା ଆବଶ୍ୟକ ପରିମାଣର ଶୌଚାଳୟ। ଅଧିକାଂଶ ଆଶ୍ରମ ପିଲା ବାହାରେ ଶୌଚ କରିବା ସହ ନିକଟସ୍ଥ ପୋଖରୀ, ନଦୀକୁ ଯାଇ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନେ ଅବଗତ ଥିଲେ ମଧ୍ୟ କେବେ ବି ଏଥିରେ ସୁଧାର ଆସୁନାହିଁ। ଉପରୋକ୍ତ ଆବାସିକ ବିଦ୍ୟାଳୟକୁ ନିମ୍ନମାନର ଡାଲି, ଚାଉଳ, ପରିବା ଯୋଗାଇ ଦିଆଯାଉଛି। କେତେଜଣ ଅଧିକାରୀ ଓ କର୍ମଚାରୀ ସେହି ସାମଗ୍ରୀକୁ ବାଟମାରଣା କରୁଥିବା ବି ଅଭିଯୋଗ ହୋଇଛି। ଅନ୍ତୋବାସୀଙ୍କ ମଧ୍ୟରେ ଆତ୍ମଚିନ୍ତନ ସକାଶେ କୌଣସି ସଂସ୍କାର କାର୍ଯ୍ୟକ୍ରମ ନାହିଁ। ର଼୍ୟାଗିଂ ଭଳି ଅଭିଯୋଗ ଉଠିଛି। ଏଥିଯୋଗୁ ଦର୍ଲିପଡ଼ା ସେବାଶ୍ରମ ହାଇସ୍କୁଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଆଶ୍ରମରେ ରହୁଥିବା ଛାତ୍ରୀଛାତ୍ରଙ୍କ ଉପଯୁକ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ନାହିଁ। ଗୋଟିଏ ସେବାଶ୍ରମରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀ ୭ ମାସ ଗର୍ଭବତୀ ଥିବା ଏହାର ଏକ ନମୁନା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିଭଳି ଜଣେ ହାଇସ୍କୁଲ ଛାତ୍ରୀ ଝରକା ଡେଇଁ ନିଜର ପ୍ରେମିକଙ୍କ ସହ ଆତ୍ମହତ୍ୟା କରିବା ଘଟଣା ସେବାଶ୍ରମ ପରିଚାଳନା ବ୍ୟବସ୍ଥାକୁ ଅଡ଼ୁଆରେ ପକାଇଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଅବହେଳାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ନେତୃବର୍ଗ ବିଭିନ୍ନ ଜାଗାରେ ମେଳି ବାନ୍ଧୁଥିବା ଦେଖାଯାଉଛି। ଆଦିବାସୀ ସଂଘ ପକ୍ଷରୁ ଆଜକୁ ମାସେ ହେବ ସିନାପାଲି ବ୍ଲକ କୁସୁମଯୋର ହାଇସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣା ଦିଆଯାଇଛି। ଏହାକୁ ନେଇ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ଛୁଇଁଛି। ନିକଟରେ ଆନ୍ଦୋଳନକାରୀମାନେ ପ୍ରଥମ ଦଫାରେ ସିନାପାଲି ଥାନା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଆଗାମୀ ଦିନରେ ଏହି ସମ୍ପ୍ରଦାୟର ଲୋକେ ଜିଲାବ୍ୟାପୀ ଆନ୍ଦୋଳନ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି।
– ଘନଶ୍ୟାମ ଭୋଇ


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri