ସେପ୍ଟେମ୍ବର ପହିଲାରୁ କଳାହାଣ୍ଡିରେ ଏମ୍‌ଭି ଆକ୍ଟ କଡ଼ାକଡ଼ି ଲାଗୁ

ଭବାନୀପାଟଣା,୩୧।୮(ଡି.ଏନ୍‌.ଏ.): ବର୍ତ୍ତମାନ ଯାନବାହନ ସଂଖ୍ୟା ବଢି ଚାଲିଥିବାରୁ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ସରକାରଙ୍କ ପରିବହହନ ବିଭାଗ ପକ୍ଷରୁ ମୋଟରଯାନ ଧାରା ୧୯୮୮କୁ ପରିବର୍ତ୍ତନ କରି ନୂତନ ନିୟମ ଏମ୍‌ଭି ଆକ୍ଟ ଲାଗୁ କରାଯାଇଛି। ବର୍ତ୍ତମାନ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଓ ଜିଲା ପୋଲିସ ପକ୍ଷରୁ ଏହାକୁ ଆଗାମୀ ସେପ୍ଟେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ ହେବାକୁ ସ୍ଥିର କରାଯାଇଛି। ବିନା ହେଲମେଟ୍‌, ସିଟ୍‌ବେଲ୍ଟ ନ ବାନ୍ଧିବା, ସିଗ୍‌ନାଲ ନ ମାନି ଗାଡ଼ି ଚଲାଇବା, ବାଇକ୍‌ରେ ୨ ରୁ ଅଧିକ ଯାତ୍ରୀ ବସିବା, ବିନା ଲାଇସେନ୍ସରେ ଗାଡି ଚଳାଇବା, ଆମ୍ବୁଲାନ୍ସକୁ ରାସ୍ତା ନ ଦେବା ଓ ମୋବାଇଲରେ କଥା ହୋଇ ଗାଡ଼ି ଚଲାଇବା ଭଳି କାର୍ଯ୍ୟକଳାପ ପ୍ରତି ପରିବହନ ଓ ପୋଲିସ ବିଭାଗ କଡ଼ା ନଜର ରଖି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ପ୍ରକାଶ କରିଛନ୍ତି। ଏଥିଲାଗି ଜରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକର ସଂକ୍ରମିତ ଅଞ୍ଚଳରେ ଚାଲିଛି ପରୀକ୍ଷଣ

କଟକ ଅଫିସ,୬ା୪: କଟକ ସହରର ପଟାପୋଲ ଅଞ୍ଚଳରୁ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି)ପକ୍ଷରୁ ସିଲ୍‌...

ବିଲ ଭିତରକୁ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋଳିମାଟି,୬ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘଷିପୁରା ଥାନା ଅଧୀନରେ ଥିବା ୨୦ନଂ ଜାତୀୟ ରାଜ କୋଳିମାଟି ଛକ ନିକଟରେ ବୁଧବାର ରାତିରେ ଘଟଗାଁ ପଟରୁ...

ମାଛ ମାର୍କେଟରେ ସାମାଜିକ ଦୂରତା ରଖୁନାହାନ୍ତି ଲୋକେ

ବନ୍ତ,୧୯।୪(ଡି.ଏନ୍‌.ଏ.)-କରୋନା ମହାମାରୀକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକ ମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାବଶ୍ୟକ...

ସଂସ୍କୃତି ବିଭାଗକୁ ଅଣଦେଖା

ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍‌ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା...

ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ...

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ମରାମତି ଦାବି

ଭବାନୀପାଟଣା,୨୩।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଇ ଯାଇଥିବା ବରଗଡ଼-ବୋରିଗୁମ୍ମା ୨୬ ନଂ. ଜାତୀୟ ରାଜପଥ କେସିଙ୍ଗା ବ୍ଲକ ପାଷ୍ଟିକୁଡି ନିକଟ ଦେଗାଡି, ଜୋରର ପୋଲ...

ସଂଖ୍ୟା ବଳରେ ଅଧ୍ୟକ୍ଷ ଦୌଡ଼ରେ କଂଗ୍ରେସ ଆଗୁଆ

ରାୟଗଡ଼ା ଅଫିସ,୧୮ ।୨ ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ବୁଧବାର ନିର୍ବାଚନ। ଏହା ପୂର୍ବରୁ ୩ ରାଜନୈତିକ ଦଳ ଭିତରୁ କଂଗ୍ରେସ ନିଜ...

ଗଜପତି ମୋ’ ପାଇଁ ସ୍ବତନ୍ତ୍ର: ନବୀନ

ଭୁବନେଶ୍ୱର (ବ୍ୟୁରୋ)/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)୫। ୧୦:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ...

Advertisement
Archives

Model This Week